ପଣ୍ଡିତ ନୀଳକଣ୍ଠଙ୍କ ଉପରେ ଚଳଚ୍ଚିତ୍ର ହେବା ଆବଶ୍ୟକ

ଭୁବନେଶ୍ୱର, ୬।୮(ବ୍ୟୁରୋ): ପଣ୍ଡିତ ନୀଳକଣ୍ଠ ଦାସ ପ୍ରଜ୍ଞାର ଓଜସ୍ବିନୀ ସ୍ରୋତ ଥିଲେ। ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ସେ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚତ୍ଥିଲେ। ରାଜନୀତି, ସ୍ବାଧୀନତା ସଂଗ୍ରାମ, ସେବା, ଶିକ୍ଷା ଆଦି ଅନେକ କ୍ଷେତ୍ରରେ ସେ ଅନ୍ୟମାନଙ୍କ ପାଇଁ ଆଦର୍ଶ ଏବଂ ଏକ ମାନକ ସ୍ଥାପନ କରି ପାରିଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ କହିଛନ୍ତି। ଶୁକ୍ରବାର ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି ପକ୍ଷରୁ ଭାରତୀୟ ବିଦ୍ୟାଭବନଠାରେ ନୀଳକଣ୍ଠଙ୍କ ୧୩୮ତମ ଜନ୍ମୋତ୍ସବ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପଣ୍ଡିତ ନୀଳକଣ୍ଠଙ୍କୁ ଭାରତରେ ପରିଚିତ କରାଇବା ପାଇଁ ତାଙ୍କ ସମ୍ପର୍କରେ ଡକ୍ୟୁମେଣ୍ଟାରୀ ବା ଚଳଚ୍ଚିତ୍ର ନିର୍ମାଣ କରାଯିବା ଆବଶ୍ୟକ। ଏହାଦ୍ୱାରା ଦେଶବାସୀ ତାଙ୍କ ଭଳି ଜଣେ ବିରଳ ବ୍ୟକ୍ତିତ୍ୱ ଓ ପ୍ରତିଭା ସମ୍ପର୍କରେ ଜାଣି ପାରିବେ ବୋଲି ମତ ପ୍ରକାଶ କରିଥିଲେ। ସମିତି ସଭାପତି ଅମୀୟଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳକଣ୍ଠଙ୍କ ରଚିତ ‘ଗୀତା ପ୍ରବେଶ’ର ଇଂଲିଶ ଅନୁବାଦ ‘ଅଣ୍ଡରଷ୍ଟାଣ୍ଡିଂ ଦି ଗୀତା’ ପୁସ୍ତକ ଲୋକାର୍ପିତ ହୋଇଥିଲା।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନୀଳକଣ୍ଠ ସୁଭାଷ ଚନ୍ଦ୍ର ବୋଷଙ୍କର ଅନୁଜ ଏବଂ ଗୋପବନ୍ଧୁ ଦାସଙ୍କ ସହଯୋଗୀ ଥିଲେ। ଲୋକଙ୍କ ସେବା କରିବା ପାଇଁ ସେ ରାଜନୀତିରେ ସାମିଲ ହେବା ସହିତ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ସେ ଅନେକ ବିରୋଧ ଏବଂ ହିଂସାର ଶିକାର ହୋଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇ ମଧ୍ୟ ହାତଛଡ଼ା କରିଥିଲେ। ଲୋକାର୍ପିତ ହୋଇଥିବା ଏହି ପୁସ୍ତକ ନୀଳକଣ୍ଠଙ୍କୁ ନୂଆ ପାଠକଙ୍କ ପରିସରକୁ ନେଇଯିବ ଏବଂ ଅଧିକ ଲୋକ ତାଙ୍କ ବିଷୟରେ ଜାଣି ପାରିବେ ବୋଲି ପଟ୍ଟନାୟକ କହିଥିଲେ। ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ କାଳିପ୍ରସାଦ ରଥ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଓଡ଼ିଶାର ସାରସ୍ବତ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ। ସମିତି ଉପସଭାପତି ଡ. ବିଜୟାନନ୍ଦ କର, ଯୁଗ୍ମ ସମ୍ପାଦକ ଡ. ତ୍ରିନାଥ ହୋତା, ସାଧାରଣ ସମ୍ପାଦକ ଡ. ପୂର୍ଣ୍ଣେନ୍ଦୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri