Posted inରାଜ୍ୟ

ତାଲିମ ଅଛି, ନିଯୁକ୍ତି ନାହିଁ

ଭୁବନେଶ୍ୱର,୨।୮(ବ୍ୟୁରୋ): ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଦକ୍ଷତା ବିକାଶ ମିଶନ ଗଠନ କରାଯାଇ ଯୁବତୀଯୁବକଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହାର ପ୍ରକୃତ ଚିତ୍ର ଏବେ ସାମ୍ନାକୁ ଆସିଛି। ୨୦୧୬-୧୭ରୁ ୨୦୧୮-୧୯ ଅର୍ଥାତ୍‌ ଗତ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମାଧ୍ୟମରେ ୬ .୫ଲକ୍ଷ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧% ଅର୍ଥାତ୍‌ ୬,୩୪୦ଜଣଙ୍କୁ ୫୨ଟି ସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗତ ୩ବର୍ଷରେ ୬,୧୧,୦୧୨ ଜଣ ଯୁବତୀଯୁବକଙ୍କୁ ତାଲିମ ଦିଆଯାଇଛି। ସେହିପରି ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପରିଚାଳିତ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମରେ ଗତ ୩ବର୍ଷରେ ୩୧,୮୮୮ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହିପରି ଭାବେ ପ୍ରାୟ ସାଢ଼େ ୬ଲକ୍ଷ ଯୁବତୀଯୁବକଙ୍କୁ ତାଲିମ ଦିଆଯାଇଥିଲେ ମଧ୍ୟ ସେହି ଅନୁଯାୟୀ ନିଯୁକ୍ତି ମିଳି ନ ଥିବାରୁ ଅନେକ ଯୁବତୀଯୁବକ ଏବେ ବେକାର ହୋଇ ବୁଲୁଛନ୍ତି। ଅନୁରୂପ ଭାବେ ୨୦୧୯-୨୦ ଶିକ୍ଷା ବର୍ଷରେ ବିଭିନ୍ନ ଟ୍ରେଡ୍‌ରେ ପାଖାପାଖି ଦେଢ ଲକ୍ଷ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଯୁକ୍ତି ମିଳିନାହିଁ। ତାଲିମ ଅଧା ହୋଇଥିବାବେଳେ ମହାମାରୀ କରୋନା ଯୋଗୁ ସବୁକିଛି ଅଟକି ରହିଯାଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକସ୍ତରରେ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ମାତ୍ର ଏହାର ଆବଶ୍ୟକ ପ୍ରଚାରପ୍ରସାର କରାଯାଉନାହିଁ। ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବେକାର ଯୁବତୀଯୁବକ ଜାଣି ପାରୁନାହାନ୍ତି।

୨୦୧୬ରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦକ୍ଷତା ବିକାଶ ମିଶନକୁ ଇତିମଧ୍ୟରେ ୪ବର୍ଷ ପୂରିଛି। ଏହା ମାଧ୍ୟମରେ ରାଜ୍ୟରେ ଏବେ ୩୨ଟି ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ କରାଯାଇଛି। ଦକ୍ଷତା ବିକାଶ ପ୍ରଶିକ୍ଷଣ ଲାଗି ରାଜ୍ୟ ସରକାର ୬୧ଟି ଟ୍ରେନିଂ ପାର୍ଟନରଙ୍କ ସହ ହାତ ମିଳାଇଛନ୍ତି। ୧୯୬ଭିନ୍ନ ଭିନ୍ନ ଟ୍ରେଡ୍‌ ବା ବିଷୟରେ ପିଲାମାନେ ପ୍ରଶିକ୍ଷଣ ନେଉଛନ୍ତି। ଏହି ପ୍ରଶିକ୍ଷିତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେବାଲାଗି ପ୍ଲେସ୍‌ମେଣ୍ଟ ସହ ଜଡ଼ିତ ୩୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ସତ୍ତ୍ୱେ ମଧ୍ୟ ନିଯୁକ୍ତି ହାର ଆବଶ୍ୟକତା ଠାରୁ ଢେର୍‌ କମ୍‌ ରହିଛି। ନିଯୁକ୍ତିଦାତାମାନେ ଏବେ ବି ଓଡ଼ିଶାକୁ ଦକ୍ଷ ମାନବ ସମ୍ବଳ ଅଭାବ ରାଜ୍ୟଭାବେ ପରିଗଣିତ କରୁଛନ୍ତି। ଅନ୍ୟପକ୍ଷରେ ୨୦୨୦ ସୁଦ୍ଧା ଭୁବନେଶ୍ୱରରେ ଓ୍ବାର୍ଲଡ୍‌ ସ୍କିଲ୍‌ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ସମ୍ପ୍ରତି ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ବେକାରିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଏବର୍ଷ ନିଯୁକ୍ତି ସୁଯୋଗ ବହୁ ପରିମାଣରେ ପ୍ରଭାବିତ ହେବ। ଏବେ ସୁଦ୍ଧା ରାଜ୍ୟ ବାହାରରୁ ୭ ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଫେରିଛନ୍ତି। ସେମାନଙ୍କ ପାଇଁ ଏଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି ବଡ଼ ଆହ୍ବାନ ରହିବ। ଅପରପକ୍ଷରେ ରାଜ୍ୟ ସରକାର ଆସନ୍ତା ୨ ବର୍ଷ ପାଇଁ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି। ତେଣୁ ପ୍ରତି ବର୍ଷ ଦକ୍ଷତା ବିକାଶ ତାଲିମ ନେଉଥିବା ଲକ୍ଷାଧିକ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାନ୍ଦାବସ୍ଥା ଯୋଗୁ ବେସରକାରୀ ସଂସ୍ଥାଗୁଡିକ ବି ନିଯୁକ୍ତି ପାଇଁ ଏବେଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ତେଣୁ ଆଇଆଇଟି, ଡିପ୍ଲୋମା, ଡିଗ୍ରୀ ପାଠ୍ୟକ୍ରମ ଶେଷ କରୁଥିବା ପିଲାଙ୍କୁ କେଉଁଠି ଓ କିଭଳି ନିଯୁକ୍ତି ମିଳିବ ତାହା ସମସ୍ୟା ସୃଷ୍ଟି କରିଛି। ୟୁଏନ୍‌ ଓ୍ବିମେନ୍‌, ସାକ୍‌ ରୋବୋଟିକ୍ସ,କୋର୍ସେରା ଏବଂ ଟାଇମ୍‌ସ ପ୍ରୋ ଭଳି ସଂସ୍ଥା ସହ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଆଗାମୀ ଦିନରେ ଏହି ସଂସ୍ଥା ପ୍ରଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାରେ ସହାୟକ ହେବେ ବୋଲି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri