ସହର ପାଣି ବିପଦ ଆଣିପାରେ

ଭୁବନେଶ୍ୱର,୨।୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟବାସୀ ନିଜ ଜୀବନକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ରାଜ୍ୟ ସରକାର ମଧ୍ୟ ଲୋକମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରୟାସ ଚଳାଇଛନ୍ତି। ହେଲେ କରୋନା ଯୋଗୁ ଗତ ୪ମାସ ଧରି ଜଳର ନମୁନା ଠିକ୍‌ଭାବେ ପରୀକ୍ଷା ହୋଇପାରୁ ନ ଥିବାରୁ ବିଭିନ୍ନ ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ଗୁଣବତ୍ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ ସହର ପାଣି ଏବେ ବିପଦ ଆଣିପାରେ ବୋଲି କୁହାଯାଉଛି।

ରାଜ୍ୟର ୧୧୪ଟି ସହରାଞ୍ଚଳକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଓଡ଼ିଶା ପାନୀୟ ଜଳ ଯୋଗାଣ ନୀତି-୨୦୧୩ କାର୍ଯ୍ୟକାରୀ କରିଛନ୍ତି। ଲୋକେ କିଭଳି ବିଶୁଦ୍ଧ ପାଣି ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ ମଧ୍ୟ କରୁଛନ୍ତି। ଏପରି କି ଜଳର ମାନ ପରୀକ୍ଷା କରିବାକୁ ଦିଲ୍ଲୀସ୍ଥିତ ମେଟ୍ରୋ ଲାବ୍‌ ନାମକ ଏକ ଘରୋଇ ସଂସ୍ଥାକୁ ପ୍ରାୟ ୩ବର୍ଷ ହେବ ନିଯୁକ୍ତ କରାଯାଇଛି। ଜଳର ମାନ ଠିକ୍‌ ଅଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ସହରାଞ୍ଚଳର ଘର ଘର ବୁଲି ଦୈନିକ ୪୦ଟି ନମୁନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି। ଏହି ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଲାବରେଟୋରିରେ ପରୀକ୍ଷା କରାଯିବ। ଜଳରେ ଥିବା ରଙ୍ଗ, ଗନ୍ଧ, ଜିଙ୍କ୍‌, କ୍ଲୋରିନ, ପେଷ୍ଟିସାଇଡ, ନିକେଲ, ଆଇରନ, ନାଇଟ୍ରେଟ, ଆଲକାଇନିଟି, ପିଏଚ୍‌ ଭାଲ୍ୟୁ ଆଦି ୪୨ଟି ମାପଦଣ୍ଡକୁ ନେଇ ପରୀକ୍ଷା କରାଯିବା ପରେ ଏହା ପିଇବା ଉପଯୋଗୀ କି ନୁହେଁ ସେନେଇ ସ୍ପଷ୍ଟ କରାଯିବା କଥା। ହେଲେ କରୋନା ମହାମାରୀ ଯୋଗୁ ଗତ ୪ ମାସରୁ ଊର୍ଦ୍ଧ୍ୱ ହେବ ଜଳର ନମୁନା ପରୀକ୍ଷା କରାଯାଇପାରୁ ନାହିଁ।

ସୂଚନାଯୋଗ୍ୟ ଯେ, ସହରବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟର ପ୍ରତ୍ୟେକ ଜିଲାରେ ଜଳର ମାନ ପରୀକ୍ଷା ପାଇଁ ପରୀକ୍ଷାଗାର ସ୍ଥାପନ କରାଯାଇଛି। ସରକାରଙ୍କ ଦ୍ୱାରା ନିଯୁକ୍ତ ଘରୋଇ ସଂସ୍ଥା ଜରିଆରେ ଏହାର ମାନ ପରୀକ୍ଷା କରିବା ବାବଦରେ ବର୍ଷକୁ ପ୍ରାୟ ୬କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିସହିତ ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମଧ୍ୟ ସାମିଲ କରାଯାଇଛି। ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କୁ ଜଳସାଥୀ ଭାବେ ନିଯୁକ୍ତ କରାଯାଇଛି। ସେମାନେ ଘର ଘର ବୁଲି ଜଳର ନମୁନା ସଂଗ୍ରହ କରିବା ସହ ଏହାର ମାନ ପରୀକ୍ଷା କରାଇବେ। ଏପରି କି ଲୋକଙ୍କୁ ନୂତନ ପାନୀୟ ଜଳ ସଂଯୋଗ ଦେବାରେ ସାହାଯ୍ୟ କରିବେ ଏବଂ ମାସିକ ଜଳ ଯୋଗାଣ ବାବଦ ଦେୟ ମଧ୍ୟ ଆଦାୟ କରିବେ। ଜନସାଧାରଣଙ୍କ ଅଭାବ ଓ ଅଭିଯୋଗକୁ ଜଳସାଥୀମାନେ ସରକାରଙ୍କ ନକଟରେ ପହଞ୍ଚାଇବେ। ଏହି କାର୍ଯ୍ୟକ୍ରମ ୨୦୧୯ ଡିସେମ୍ବର ୧୮ ତାରିଖରୁ ଆରମ୍ଭ କରାଯାଇଥିଲା। ଏଥିପାଇଁ ଓ୍ବାଟର କର୍ପୋରେଶନ ଅଫ୍‌ ଓଡ଼ିଶା (ଓ୍ବାଟ୍‌କୋ) ଏବଂ ମିହିଳା ସ୍ବୟଂ ସହାୟକ ମହାସଂଘ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ସମଗ୍ର ରାଜ୍ୟରେ ୫ ହଜାର ଜଳସାଥୀ ନିୟୋଜିତ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ତେବେ କରୋନା ମହାମାରୀ ଯୋଗୁ ଜଳ ନମୁନା ସଂଗ୍ରହ କାର୍ଯ୍ୟ ବନ୍ଦ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ପଳାଶୁଣୀସ୍ଥିତ ପାନୀୟ ଜଳ ବିଶୋଧନାଗାର ବରିଷ୍ଠ ଆନାଲିଷ୍ଟ(ବିଶ୍ଳେଷକ) ଅସୁସ୍ଥତା ଯୋଗୁ ପ୍ରାୟ ୪ମାସ ହେବ ଛୁଟିରେ ରହିଛନ୍ତି। ଫଳରେ ଘରୋଇ ସଂସ୍ଥା ଦ୍ୱାରା କରାଯାଉଥିବା ମାନ ଯାଞ୍ଚ କରିବାକୁ ମଧ୍ୟ କେହି ନାହାନ୍ତି।

ପଳାଶୁଣୀସ୍ଥିତ ପାନୀୟ ଜଳ ବିଶୋଧନାଗାରର ଜଣେ କର୍ମଚାରୀଙ୍କ କହିବା କଥା ହେଲା କରୋନା ମହାମାରୀ ଯୋଗୁ ଘରଘର ବୁଲି ଟ୍ୟାପରୁ ଜଳ ନମୁନା ସଂଗ୍ରହ କରାଯାଇ ପାରୁ ନାହିଁ। କେବଳ ପାଣି ଉଠାଯାଉଥିବା ସ୍ଥାନରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି। ନଗର ଉନ୍ନୟନ ବିଭାଗ ଜନସ୍ବାସ୍ଥ୍ୟ ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ବସନ୍ତ ସେନାପତି କହିଛନ୍ତି ଯେ, ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ନମୁନା ନିୟମିତ ପରୀକ୍ଷା କରାଯାଉଛି। ମେଟ୍ରୋ ଲାବ୍‌ ଏହି ଜଳ ପରୀକ୍ଷା କରୁଛି। କେଉଁ ମାପଦଣ୍ଡଗୁଡ଼ିକୁ ଆଧାର କରି ଯାଞ୍ଚ କରାଯାଉଛି ସେ ସଂକ୍ରାନ୍ତରେ ଉକ୍ତ ସଂସ୍ଥାକୁ ପଚାରି କହିବେ ବୋଲି କହିଛନ୍ତି। ଅପରପକ୍ଷରେ ଜଳ ନମୁନା ପରୀକ୍ଷା କରୁଥିବା ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri