ଗୋଟିଏ ଗଛ ନାହିଁ, ୯ ଲକ୍ଷ ଟଙ୍କା ଚଳୁ

ମହାକାଳପଡ଼ା,  ୩।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତାପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିବା କାଗଜ ପତ୍ରରେ ଦର୍ଶାଯାଇଛି। କେବଳ ସୂଚନା ଫଳକରେ ବୃକ୍ଷ ରୋପଣ ସୀମିତ ରହିଛି। ବ୍ଲକର ବଉଳକଣି ପଞ୍ଚାୟତରେ ୨ ବୃକ୍ଷରୋପଣ ପ୍ରକଳ୍ପ ନାଁରେ ୯ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହେଉଛି। ଏହି ପ୍ରକଳ୍ପରେ ଗୋଟିଏ ବି ଗଛ ଦେଖିବାକୁ ମିଳୁନାହିଁ।
ମିଳିଥିବା ସୂଚନା ଅନୁସାରେ, ପଞ୍ଚାୟତର ଟାଙ୍କିବେଲାରି ଗ୍ରାମଠାରୁ ବଡମଠ ଗାଁ ପର୍ଯ୍ୟନ୍ତ ଓ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ସରୁମୁହଁ ଗାଁକୁ ଯାଇଥିବା ଶାଖା କେନାଲ ବନ୍ଧର ହରି ମଣ୍ଡଳଙ୍କ ଘରଠାରୁ ଲୁଣାଘେରି ଗାଁ ପର୍ଯ୍ୟନ୍ତ ଚଳିତବର୍ଷ ଚାରା ରୋପଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଚାରା ନଷ୍ଟ ହୋଇଥିବା କୁହାଯାଉଛି। ତେବେ ଏହି ଦୁଇ ପ୍ରକଳ୍ପରେ କେବଳ ସୂଚନା ଫଳକ ଦେଖିବାକୁ ମିଳୁଛି। ହେଲେ ଗଛ ଗୋଟିଏ ହେଲେ ବି ନାହିଁ। ତେବେ ଏହି ଦୁଇ ପ୍ରକଳ୍ପ ଲାଗି ଅନୁଦାନ ଆକାରରେ ପୃଥକ୍‌ ଭାବେ ୪ ଲକ୍ଷ ୫୭ ହଜାର ଲେଖାଏ ମୋଟ ୯ ଲକ୍ଷ ୧୪ ହଜାର ଟଙ୍କାକୁ ଉଠାଯାଇଛି। ଏହା ବିଭାଗୀୟ ଅଧିକାରୀ ଓ ଭେଣ୍ଡରଙ୍କ ମଧ୍ୟରେ ସଲାସୁତରା ଭାଗ ବଣ୍ଟା ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏହି ପ୍ରକଳ୍ପ ପାଇଁ ସରକାର ଏତେ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ବିଭାଗୀୟ ଅଧିକାରୀ ଏହି ଅର୍ଥକୁ ଲୁଟ୍‌ ପାଟ କରୁଥିବା କୁହାଯାଇଛି। କେତେଜଣ ଅସାଧୁ ଅଧିକାରୀଙ୍କ ଅର୍ଥ ଲୁଟ୍‌କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବୁଦ୍ଧିଜୀବୀମାନେ ଜିଲାପାଳଙ୍କୁ ଭେଟି ଦୁଇ ପ୍ରକଳ୍ପ ବାବଦରେ ଅର୍ଥ ଲୁଟ୍‌ ହୋଇଥିବା ନେଇ ତଦନ୍ତ କରିବାକୁ ଅଭିଯୋଗ ପତ୍ର ଦେବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସେହିପରି ବ୍ଲକର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ ପ୍ରକଳ୍ପ ନାଁରେ ବିପୁଳ ଅର୍ଥ ଚଳୁ କରାଯାଇଛି ବୋଲି ଅଭିଯୋଗ ହେଉଛି। ଅପରପକ୍ଷ ଏହି ଦୁଇ ପ୍ରକଳ୍ପରେ ନିୟୋଜିତ କେତେଜଣ ଶ୍ରମିକଙ୍କ ଜବ୍‌କାର୍ଡକୁ ନେଇ କାଗଜପତ୍ରରେ ଏମାନଙ୍କ ଟଙ୍କାକୁ ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକଙ୍କୁ ପଚାରିବାରେ ୨ଟି ବୃକ୍ଷ ରୋପଣ ପ୍ରକଳ୍ପରେ ଚାରାଗୁଡିକ ନଷ୍ଟ ହୋଇଯାଇଛି। ପୁଣି ଚାରାରୋପଣ କରାଯିବ ବୋଲି ଦାୟିତ୍ୱରେ ଥିବା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri