ଗୋଟିଏ ଗଛ ନାହିଁ, ୯ ଲକ୍ଷ ଟଙ୍କା ଚଳୁ

ମହାକାଳପଡ଼ା,  ୩।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତାପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିବା କାଗଜ ପତ୍ରରେ ଦର୍ଶାଯାଇଛି। କେବଳ ସୂଚନା ଫଳକରେ ବୃକ୍ଷ ରୋପଣ ସୀମିତ ରହିଛି। ବ୍ଲକର ବଉଳକଣି ପଞ୍ଚାୟତରେ ୨ ବୃକ୍ଷରୋପଣ ପ୍ରକଳ୍ପ ନାଁରେ ୯ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହେଉଛି। ଏହି ପ୍ରକଳ୍ପରେ ଗୋଟିଏ ବି ଗଛ ଦେଖିବାକୁ ମିଳୁନାହିଁ।
ମିଳିଥିବା ସୂଚନା ଅନୁସାରେ, ପଞ୍ଚାୟତର ଟାଙ୍କିବେଲାରି ଗ୍ରାମଠାରୁ ବଡମଠ ଗାଁ ପର୍ଯ୍ୟନ୍ତ ଓ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ସରୁମୁହଁ ଗାଁକୁ ଯାଇଥିବା ଶାଖା କେନାଲ ବନ୍ଧର ହରି ମଣ୍ଡଳଙ୍କ ଘରଠାରୁ ଲୁଣାଘେରି ଗାଁ ପର୍ଯ୍ୟନ୍ତ ଚଳିତବର୍ଷ ଚାରା ରୋପଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଚାରା ନଷ୍ଟ ହୋଇଥିବା କୁହାଯାଉଛି। ତେବେ ଏହି ଦୁଇ ପ୍ରକଳ୍ପରେ କେବଳ ସୂଚନା ଫଳକ ଦେଖିବାକୁ ମିଳୁଛି। ହେଲେ ଗଛ ଗୋଟିଏ ହେଲେ ବି ନାହିଁ। ତେବେ ଏହି ଦୁଇ ପ୍ରକଳ୍ପ ଲାଗି ଅନୁଦାନ ଆକାରରେ ପୃଥକ୍‌ ଭାବେ ୪ ଲକ୍ଷ ୫୭ ହଜାର ଲେଖାଏ ମୋଟ ୯ ଲକ୍ଷ ୧୪ ହଜାର ଟଙ୍କାକୁ ଉଠାଯାଇଛି। ଏହା ବିଭାଗୀୟ ଅଧିକାରୀ ଓ ଭେଣ୍ଡରଙ୍କ ମଧ୍ୟରେ ସଲାସୁତରା ଭାଗ ବଣ୍ଟା ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏହି ପ୍ରକଳ୍ପ ପାଇଁ ସରକାର ଏତେ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ବିଭାଗୀୟ ଅଧିକାରୀ ଏହି ଅର୍ଥକୁ ଲୁଟ୍‌ ପାଟ କରୁଥିବା କୁହାଯାଇଛି। କେତେଜଣ ଅସାଧୁ ଅଧିକାରୀଙ୍କ ଅର୍ଥ ଲୁଟ୍‌କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବୁଦ୍ଧିଜୀବୀମାନେ ଜିଲାପାଳଙ୍କୁ ଭେଟି ଦୁଇ ପ୍ରକଳ୍ପ ବାବଦରେ ଅର୍ଥ ଲୁଟ୍‌ ହୋଇଥିବା ନେଇ ତଦନ୍ତ କରିବାକୁ ଅଭିଯୋଗ ପତ୍ର ଦେବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସେହିପରି ବ୍ଲକର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ ପ୍ରକଳ୍ପ ନାଁରେ ବିପୁଳ ଅର୍ଥ ଚଳୁ କରାଯାଇଛି ବୋଲି ଅଭିଯୋଗ ହେଉଛି। ଅପରପକ୍ଷ ଏହି ଦୁଇ ପ୍ରକଳ୍ପରେ ନିୟୋଜିତ କେତେଜଣ ଶ୍ରମିକଙ୍କ ଜବ୍‌କାର୍ଡକୁ ନେଇ କାଗଜପତ୍ରରେ ଏମାନଙ୍କ ଟଙ୍କାକୁ ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକଙ୍କୁ ପଚାରିବାରେ ୨ଟି ବୃକ୍ଷ ରୋପଣ ପ୍ରକଳ୍ପରେ ଚାରାଗୁଡିକ ନଷ୍ଟ ହୋଇଯାଇଛି। ପୁଣି ଚାରାରୋପଣ କରାଯିବ ବୋଲି ଦାୟିତ୍ୱରେ ଥିବା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri