ଗାଁରେ ମିଳୁନି କାମ, ସହରମୁହାଁ ଶ୍ରମଜୀବୀ 

କେନ୍ଦୁଝର,୧୦ା୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ମହିଳା ସଶସ୍ତ୍ରୀକରଣ ପାଇଁ ବହୁ ଯୋଜନା କରୁଛନ୍ତି। କୁଶଳୀ, ଅଣକୁଶଳୀ ଆଦି ଭିତ୍ତିରେ ଘର ନିକଟରେ କାମ ଯୋଗାଇବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଉଛି। ମାତ୍ର ଗ୍ରାମାଞ୍ଚଳରେ କାମ ନ ପାଇ ବହୁ ଗରିବ ଲୋକ ଦାଦନ ଖଟିବାକୁ ବାହାରକୁ ଯାଇ ନିର୍ଯାତିତ ହେଉଛନ୍ତି। ଅନେକେ ମୃତ୍ୟୁମୁଖରେ ପଡ଼ୁଥିବା ନଜିର ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଘର ଓ ପରିବାର ଚଳାଇବାକୁ ମହିଳାମାନଙ୍କୁ ଘର ବାହାରକୁ ଆସି ମୂଲ ମଜୁର କରିବାକୁ ପଡୁଛି। ତେବେ ସେମାନଙ୍କ ଜବ୍‌କାର୍ଡ ଥିଲେ ମଧ୍ୟ ଗ୍ରାମରେ କାମ ମିଳୁ ନ ଥିବାରୁ ୨୫ରୁ ୩୦ କି.ମି . ଦୂର ସହରକୁ ଚାଲି ଚାଲି ବା ଗାଡ଼ିରେ କାମ ଅନ୍ବେଷଣରେ ଆସିବାକୁ ପଡୁଛି। ଏଭଳି ଭାବେ ପ୍ରତି ସୋମବାର କେନ୍ଦୁଝର ଜିଲାପାଳ ଓ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ୩୦୦ରୁ ୪୦୦ ମିଟର ଦୂର ଡେଲି ମାର୍କେଟ ପାଖରେ କାମ ଅପେକ୍ଷାରେ ଛିଡ଼ା ହେଉଥିବା ଦେଖିବାକୁ ମିଳେ।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ମୁଖ୍ୟାଳୟ ଆଖପାଖ ବିଭିନ୍ନ ଗ୍ରାମ ବିଶେଷକରି କାଞ୍ଜିପାଣି, ବାୟାପଣ୍ଡାଧାର, ଶୁଆକାଟି, ବରଦାପାଳ, ଟିକରପଡ଼ା, ବେଲଦା, ପିପିଳିଆ, ରାଇସୁଆଁ, ଖିରେଇଟାଙ୍ଗିରି, ଗୋପାଳପୁର ଆଦି ଆଦିବାସୀ ଗ୍ରାମାଞ୍ଚଳରୁ ଶତାଧିକ ଶ୍ରମିକ ଆସିଥାନ୍ତି। ବିଶେଷକରି ଶ୍ରମିକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଥାଏ। ବହୁ ପାଠ ପଢ଼ା ବାଳିକା ମଧ୍ୟ ଅର୍ଥ ଅଭାବ ଓ ପରିବାରର ଆର୍ଥତ୍କ ଅନଟନକୁ ଦେଖି ଆସିଥାନ୍ତି। ଗାଡ଼ି ଭଡ଼ା ଦେଇ, ସମୟ ଖର୍ଚ୍ଚ କରି ସପ୍ତାହ ପାଇଁ କାମ ଖୋଜିବାକୁ ଆସୁଥିବା ବେଳେ କାମ ମିଳିଲେ ଭଲ, ନଚେତ୍‌ ମନଦୁଃଖରେ ଘରକୁ ଫେରିଯାଇଥାନ୍ତି। ପୁଣି ପରବର୍ତ୍ତୀ ସୋମବାରକୁ ଅପେକ୍ଷା କରିଥାନ୍ତି। ଏଭଳି ବହୁ ବର୍ଷ ହେଲା ଖରା ବର୍ଷାରେ ରାସ୍ତାରେ ଶ୍ରମଜୀବୀ ରାସ୍ତାକଡ଼ରେ ଛିଡ଼ା ହୁଅନ୍ତି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବିଶ୍ରାମ ବ୍ୟବସ୍ଥା କରାଯାଇନାହିଁ। କେବଳ ସଚେତନତା କାର୍ଯ୍ୟକ୍ରମ ସମୟରେ ଶ୍ରମ ବିଭାଗ ବାବୁମାନେ ଆସି ଫଟୋ ଉଠାଇ ପ୍ରଚାରପତ୍ର ବଣ୍ଟନ କରି ଯାଉଥିଲେ ହେଁ ସେମାନଙ୍କ ସମସ୍ୟା ବୁଝିବା ବା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଉନାହିଁ। ଏପରିକି ଅନେକ ସମୟରେ ଶ୍ରମିକମାନେ ଠକାମିର ଶିକାର ହୋଇ ନିଜର ପ୍ରାପ୍ୟ ମଧ୍ୟ ଠିକ୍‌ରେ ପାଇ ନ ଥାନ୍ତି ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି।
 ବାୟାପଣ୍ଡାଧାର ଗ୍ରାମରୁ ଆସିଥିବା ଯୁକ୍ତ୨ ପାଠ ପଢୁଥିବା ସବିତା ଠାକୁର କହିଛନ୍ତି, ତାଙ୍କ ଭଳି ଅନେକ ଅଭାବ ଅନଟନ ଯୋଗୁ ପାଠ ଛାଡ଼ି କାମ ଅନ୍ବେଷଣରେ ଆସିଥାନ୍ତି। ଧନ୍ଦାମୂଳକ କାମ ଯୋଗାଇଦେଲେ ଉପକୃତ ହୋଇପାରନ୍ତେ। ଜବ୍‌କାର୍ଡ ଥିଲେ ହେଁ ସେମାନଙ୍କୁ ଗ୍ରାମ ନିକଟରେ କାମ ମିଳୁନାହିଁ। ମାଧ୍ୟ ହୋଇ ସହରକୁ କାମ ଖୋଜିବାକୁ ଆସୁଛୁ ବୋଲି ସବିତା ମହାକୁଡ଼, କାଇବେଣୀ ଦେହୁରୀ, ରଇବାରି ସେନାପତି, ରାଣୀ ସେନାପତି କହିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ସେମାନଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଉଚିତ ବୋଲି ପୂର୍ବତନ ବିଧାୟକ ତଥା ଆଦିବାସୀ ନୋତ ସୁବର୍ଣ୍ଣ ନାୟକ କହିଛନ୍ତି। ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଲି କହିଛନ୍ତି, ଆସୁଥିବା ଶ୍ରମିକମାନଙ୍କୁ ପଞ୍ଜୀକରଣ କରିବାକୁ ସଚେତନ କରାଯାଇଥାଏ। ପଞ୍ଜୀକରଣ ହେଲେ ସରକାରୀ ସୁବିଧା ପାଇପାରିବେ। ସେହିପରି ସେମାନଙ୍କ ବିଶ୍ରାମ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ। ସେମାନେ କେଉଁ କାମ କରୁଛନ୍ତି। ସେହି ଅନୁଯାୟୀ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?