ଗାଁରେ ମିଳୁନି କାମ, ସହରମୁହାଁ ଶ୍ରମଜୀବୀ 

କେନ୍ଦୁଝର,୧୦ା୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ମହିଳା ସଶସ୍ତ୍ରୀକରଣ ପାଇଁ ବହୁ ଯୋଜନା କରୁଛନ୍ତି। କୁଶଳୀ, ଅଣକୁଶଳୀ ଆଦି ଭିତ୍ତିରେ ଘର ନିକଟରେ କାମ ଯୋଗାଇବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଉଛି। ମାତ୍ର ଗ୍ରାମାଞ୍ଚଳରେ କାମ ନ ପାଇ ବହୁ ଗରିବ ଲୋକ ଦାଦନ ଖଟିବାକୁ ବାହାରକୁ ଯାଇ ନିର୍ଯାତିତ ହେଉଛନ୍ତି। ଅନେକେ ମୃତ୍ୟୁମୁଖରେ ପଡ଼ୁଥିବା ନଜିର ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଘର ଓ ପରିବାର ଚଳାଇବାକୁ ମହିଳାମାନଙ୍କୁ ଘର ବାହାରକୁ ଆସି ମୂଲ ମଜୁର କରିବାକୁ ପଡୁଛି। ତେବେ ସେମାନଙ୍କ ଜବ୍‌କାର୍ଡ ଥିଲେ ମଧ୍ୟ ଗ୍ରାମରେ କାମ ମିଳୁ ନ ଥିବାରୁ ୨୫ରୁ ୩୦ କି.ମି . ଦୂର ସହରକୁ ଚାଲି ଚାଲି ବା ଗାଡ଼ିରେ କାମ ଅନ୍ବେଷଣରେ ଆସିବାକୁ ପଡୁଛି। ଏଭଳି ଭାବେ ପ୍ରତି ସୋମବାର କେନ୍ଦୁଝର ଜିଲାପାଳ ଓ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ୩୦୦ରୁ ୪୦୦ ମିଟର ଦୂର ଡେଲି ମାର୍କେଟ ପାଖରେ କାମ ଅପେକ୍ଷାରେ ଛିଡ଼ା ହେଉଥିବା ଦେଖିବାକୁ ମିଳେ।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ମୁଖ୍ୟାଳୟ ଆଖପାଖ ବିଭିନ୍ନ ଗ୍ରାମ ବିଶେଷକରି କାଞ୍ଜିପାଣି, ବାୟାପଣ୍ଡାଧାର, ଶୁଆକାଟି, ବରଦାପାଳ, ଟିକରପଡ଼ା, ବେଲଦା, ପିପିଳିଆ, ରାଇସୁଆଁ, ଖିରେଇଟାଙ୍ଗିରି, ଗୋପାଳପୁର ଆଦି ଆଦିବାସୀ ଗ୍ରାମାଞ୍ଚଳରୁ ଶତାଧିକ ଶ୍ରମିକ ଆସିଥାନ୍ତି। ବିଶେଷକରି ଶ୍ରମିକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଥାଏ। ବହୁ ପାଠ ପଢ଼ା ବାଳିକା ମଧ୍ୟ ଅର୍ଥ ଅଭାବ ଓ ପରିବାରର ଆର୍ଥତ୍କ ଅନଟନକୁ ଦେଖି ଆସିଥାନ୍ତି। ଗାଡ଼ି ଭଡ଼ା ଦେଇ, ସମୟ ଖର୍ଚ୍ଚ କରି ସପ୍ତାହ ପାଇଁ କାମ ଖୋଜିବାକୁ ଆସୁଥିବା ବେଳେ କାମ ମିଳିଲେ ଭଲ, ନଚେତ୍‌ ମନଦୁଃଖରେ ଘରକୁ ଫେରିଯାଇଥାନ୍ତି। ପୁଣି ପରବର୍ତ୍ତୀ ସୋମବାରକୁ ଅପେକ୍ଷା କରିଥାନ୍ତି। ଏଭଳି ବହୁ ବର୍ଷ ହେଲା ଖରା ବର୍ଷାରେ ରାସ୍ତାରେ ଶ୍ରମଜୀବୀ ରାସ୍ତାକଡ଼ରେ ଛିଡ଼ା ହୁଅନ୍ତି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବିଶ୍ରାମ ବ୍ୟବସ୍ଥା କରାଯାଇନାହିଁ। କେବଳ ସଚେତନତା କାର୍ଯ୍ୟକ୍ରମ ସମୟରେ ଶ୍ରମ ବିଭାଗ ବାବୁମାନେ ଆସି ଫଟୋ ଉଠାଇ ପ୍ରଚାରପତ୍ର ବଣ୍ଟନ କରି ଯାଉଥିଲେ ହେଁ ସେମାନଙ୍କ ସମସ୍ୟା ବୁଝିବା ବା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଉନାହିଁ। ଏପରିକି ଅନେକ ସମୟରେ ଶ୍ରମିକମାନେ ଠକାମିର ଶିକାର ହୋଇ ନିଜର ପ୍ରାପ୍ୟ ମଧ୍ୟ ଠିକ୍‌ରେ ପାଇ ନ ଥାନ୍ତି ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି।
 ବାୟାପଣ୍ଡାଧାର ଗ୍ରାମରୁ ଆସିଥିବା ଯୁକ୍ତ୨ ପାଠ ପଢୁଥିବା ସବିତା ଠାକୁର କହିଛନ୍ତି, ତାଙ୍କ ଭଳି ଅନେକ ଅଭାବ ଅନଟନ ଯୋଗୁ ପାଠ ଛାଡ଼ି କାମ ଅନ୍ବେଷଣରେ ଆସିଥାନ୍ତି। ଧନ୍ଦାମୂଳକ କାମ ଯୋଗାଇଦେଲେ ଉପକୃତ ହୋଇପାରନ୍ତେ। ଜବ୍‌କାର୍ଡ ଥିଲେ ହେଁ ସେମାନଙ୍କୁ ଗ୍ରାମ ନିକଟରେ କାମ ମିଳୁନାହିଁ। ମାଧ୍ୟ ହୋଇ ସହରକୁ କାମ ଖୋଜିବାକୁ ଆସୁଛୁ ବୋଲି ସବିତା ମହାକୁଡ଼, କାଇବେଣୀ ଦେହୁରୀ, ରଇବାରି ସେନାପତି, ରାଣୀ ସେନାପତି କହିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ସେମାନଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଉଚିତ ବୋଲି ପୂର୍ବତନ ବିଧାୟକ ତଥା ଆଦିବାସୀ ନୋତ ସୁବର୍ଣ୍ଣ ନାୟକ କହିଛନ୍ତି। ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଲି କହିଛନ୍ତି, ଆସୁଥିବା ଶ୍ରମିକମାନଙ୍କୁ ପଞ୍ଜୀକରଣ କରିବାକୁ ସଚେତନ କରାଯାଇଥାଏ। ପଞ୍ଜୀକରଣ ହେଲେ ସରକାରୀ ସୁବିଧା ପାଇପାରିବେ। ସେହିପରି ସେମାନଙ୍କ ବିଶ୍ରାମ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ। ସେମାନେ କେଉଁ କାମ କରୁଛନ୍ତି। ସେହି ଅନୁଯାୟୀ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri