ଶ୍ରୀମନ୍ଦିରରେ ହୋଇନି ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା

ପୁରୀ ଅଫିସ, ୨ା୩: ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କୁ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ର଼୍ୟାମ୍ପ ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହେବା ପରେ ଉତ୍ତରଦ୍ୱାରଠାରୁ ଘଣ୍ଟିଦ୍ୱାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ୧୫ମାସ ବିତିଗଲାଣି, ହେଲେ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା ପାଇଁ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୨୨ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଥିଲେ। ସେତେବେଳେ ଏହି ପ୍ରସଙ୍ଗ ପୁଣି ତେଜିଥିଲା। ମାତ୍ର ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲାନାହିଁ। ଫଳରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ପୂର୍ବଭଳି ସମସ୍ୟା ଭୋଗୁଛନ୍ତି। ଏନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବୁଧବାର ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳନ ଅବସରରେ ଏହି ପ୍ରସଙ୍ଗକୁ ପୁଣି କେତେଜଣ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଉଠାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଦ୍ୱାର ଓ ଘଣ୍ଟିଦ୍ୱାରରେ ର଼୍ୟାମ୍ପ ବ୍ୟବସ୍ଥା ରହିଛି। ମାତ୍ର କେତେକ ତ୍ରୁଟି ଯୋଗୁ ଏହି ର଼୍ୟାମ୍ପ ଦେଇ ହୁଇଲ ଚେୟାରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଯାଇପାରୁନାହାନ୍ତି। ସେମାନଙ୍କୁ ସମ୍ପର୍କୀୟ ଓ ସ୍ବେଚ୍ଛାସେବୀମାନେ କାନ୍ଧରେ ବସାଇ ନେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଏବଂ ସେବାୟତଙ୍କ ସହ ବିନା ଆଲୋଚନାରେ ର଼୍ୟାମ୍ପ ନିର୍ମାଣ କରାଯିବାରୁ ଠିକ୍‌ ଭାବେ ସେବା ମିଳିପାରୁନାହିଁ ବୋଲି କୁହାଯାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉତ୍ତରଦ୍ୱାରଠାରୁ ଆନନ୍ଦ ବଜାର ଓ କୀର୍ତ୍ତନ ଚକଡ଼ା ଦେଇ ଘଣ୍ଟିଦ୍ୱାର ପର୍ଯ୍ୟନ୍ତ ର଼୍ୟାମ୍ପ ବ୍ୟବସ୍ଥା କରାଯିବାକୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହା କାର୍ଯ୍ୟକାରୀ ନ ହେବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍କିଂସ୍ଥଳଠାରୁ ଇ-ଅଟୋ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିଛି। ମାତ୍ର ର଼୍ୟାମ୍ପ ସୁବିଧା ନ ଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜୁଛି। ତେଣୁ ଖୁବ୍‌ଶୀଘ୍ର ର଼୍ୟାମ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ସବୁ ମହଲରେ ଦାବି ହେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ପ୍ରକଳ୍ପ ଚାଲିଥିଲେ ମଧ୍ୟ ର଼୍ୟାମ୍ପ ବ୍ୟବସ୍ଥା ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ର଼୍ୟାମ୍ପ ନିର୍ମାଣ ନେଇ ବରଗଡ଼ର ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ଗତବର୍ଷ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଆଇନଜୀବୀ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହି ଦାବି ପୁଣି ଜୋର୍‌ ଧରିଥିଲା। ନୂତନ ର଼୍ୟାମ୍ପ ନିର୍ମାଣ ହେବ ବୋଲି ଆଶା କରାଯାଉଥିଲା, ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାସନ ଚୁପ୍‌ ବସିପଡ଼ିଲା। ଏ ନେଇ ଦିବ୍ୟାଙ୍ଗ ସସ୍ମିତା ପ୍ରଧାନ କହିଛନ୍ତି, ଉତ୍ତରଦ୍ୱାର ର଼୍ୟାମ୍ପ କାର୍ଯ୍ୟକାରୀ ହେଉନାହିଁ। ଉତ୍ତରଦ୍ୱାର ବାଟେ ମଧ୍ୟ ଲୋକଙ୍କୁ ଛଡ଼ାଯାଉନାହିଁ। ତେଣୁ ସମସ୍ୟା ଉପୁଜୁଛି। ଏ ନେଇ ଦିବ୍ୟାଙ୍ଗଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ମାତ୍ର ଅଦ୍ୟାବଧି ପଦକ୍ଷେପ ନିଆଯାଇନାହିଁ। ସେହିପରି ପୁରୀର ଦିବ୍ୟାଙ୍ଗ ସିର୍ଦ୍ଧାଥ ଦାସଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ରହିଛି। ମାତ୍ର ତାଙ୍କ ଗୋଡ଼ରେ ସମସ୍ୟା ଯୋଗୁ ସେ ଗହଳି ମଧ୍ୟରେ ଯାଇପାରନ୍ତି ନାହିଁ। ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପକ୍ଷରୁ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିରରେ ର଼୍ୟାମ୍ପ ବ୍ୟବସ୍ଥା ନାହିଁ। ତେଣୁ ହଇରାଣ ହେବାକୁ ପଡୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିସରକୁ ଦିବ୍ୟାଙ୍ଗମାନେ କିପରି ଯିବେ ଓ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା ହେବା ଆବଶ୍ୟକ। ତେବେ ହୁଇଲ ଚେୟାରରେ ରବର ଲାଗିଥିବାରୁ ତାହା ମନ୍ଦିର ପରିସରକୁ ଯିବାକୁ ନେଇ ଅନେକ ସେବାୟତ ମନା କରୁଛନ୍ତି। ଫଳରେ ହୁଇଲଚେୟାର ଶ୍ରୀମନ୍ଦିର ପରିସରକୁ ଯାଉନାହିଁ। ସେହିପରି ଶ୍ରୀମନ୍ଦିର ଭିତରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ହୁଇଲଚେୟାର ଗଲେ ଅଧିକ ଗହଳି ହେବ। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା କରାଯିବାକୁ ଦାସମହାପାତ୍ର ଦାବି କରିଛନ୍ତି।
ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରଦ୍ୱାର ପଟେ ର଼୍ୟାମ୍ପ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇପାରିନାହିଁ। ତୁରନ୍ତ ତାହାକୁ ଶେଷ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହମତିରେ ଏକ ମଡେଲ ପ୍ରସ୍ତୁତ କରାଯିବ। ଫଳରେ ଦିବ୍ୟାଙ୍ଗମାନେ ସହଜରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାଞ୍ଚଳ ବୁଲିଲେ କୃଷକ ମୋର୍ଚ୍ଚା ପ୍ରତିନିଧି: ‘କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’

ଢେଙ୍କାନାଳ ଅଫିସ, ୧୫।୫- ବାତ୍ୟା ‘ଫନୀ’ ପ୍ରଭାବରେ ଢେଙ୍କାନାଳ ଜିଲାର ଆମ୍ବ, କାଜୁ, ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ସରକାରୀସ୍ତରରେ କ୍ଷୟକ୍ଷତି...

ଯାଞ୍ଚ କଡ଼ାକଡ଼ି: ଅମାନିଆ ଗଣିଲେ ତଣ୍ଡ

ପଦ୍ମପୁର,୧୩।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଆଦର୍ଶ ଥାନା ପୋଲିସ ପକ୍ଷରୁ ପଦ୍ମପୁର ଭେଉରିଆ ଛକଠାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅମାନିଆଙ୍କଠାରୁ...

ଦନ୍ତା ଆକ୍ରମଣରେ ଶିଶୁର ପ୍ରାଣଗଲା, ଦୁଇ ଗୁରୁତର

ଝୁମ୍ପୁରା,୧୧।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଫରେଷ୍ଟ ଅନ୍ତର୍ଗତ ମଲଦା ଗ୍ରାମ ମୁଣ୍ଡା ସାହିରେ ଗୁରୁବାର ଭୋର୍‌ରୁ ଗୋଠଛଡ଼ା ଦନ୍ତା ଆକ୍ରମଣରେ ସିନି ମୁଣ୍ଡା ନାମକ ଜଣେ...

ଗୋଟିଏ ପଟେ ଦାବି, ଅନ୍ୟ ପଟେ ବିରୋଧ

ପୁରୀ ଅଫିସ, ୭ା୧୦:ବର୍ତ୍ତମାନ ଶ୍ରୀମନ୍ଦିର ଖୋଲାଯିବା ପାଇଁ ଗୋଟିଏ ପଟେ ଦାବି ହେଉଥିବାବେଳେ ଅନ୍ୟ ପଟେ ଏହାକୁ ବିରୋଧ କରାଯାଉଛି। ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା...

ଲଗାଣ ବର୍ଷାରେ ଭୁଶୁଡ଼ିଲା ୧୦୦ ବର୍ଷ ପୁରୁଣା କୋଠା

ବ୍ରହ୍ମପୁର ଅଫିସ,୧୨।୯: ରାଜ୍ୟରେ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବ୍ରହ୍ମପୁରର ୧୦୦ ବର୍ଷର ପୁରୁଣା ତେଲୁଗୁ ସମାଜମ କୋଠା ରବିବାର ବିଳମ୍ବିତ...

କାରଖାନା କର୍ତ୍ତୃପକ୍ଷ ଭୁଲିଗଲେ ଦାୟିତ୍ୱବୋଧତା

ଟାଙ୍ଗୀ(କଟକ) ୨୪।୭(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତ ମଣିଆ ଗ୍ରାମରେ ଆରଏସ୍‌ବି ଟ୍ରାନ୍ସମିଶନ ଲିଃ ନାମକ କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ସ୍ଥାନୀୟ...

ଭୁଷଣ୍ଡେଶ୍ୱର ମନ୍ଦିର ନିର୍ମାଣ ଶୁଭାରମ୍ଭ: ଖର୍ଚ୍ଚ ହେବ ୧୨ରୁ ୧୫କୋଟି ଟଙ୍କା

ଭୋଗରାଇ, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ ତଟରେ ଅବସ୍ଥିତ ଏସିଆର ସର୍ବବୃହତ୍‌ ଶିବଲିଙ୍ଗ ଭୁଷଣ୍ଡେଶ୍ୱର ମନ୍ଦିର ଦୀର୍ଘବର୍ଷ ଧରି ଧରାଶାୟୀ ହୋଇଛି। ଏଥିପାଇଁ...

ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିଲା ପ୍ରଥମ ବିମାନ

ଝାରସୁଗୁଡ଼ା ଅଫିସ/ଲଖନପୁର,୩୧।୧(ଡି.ଏନ୍‌.ଏ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଶୁକ୍ରବାର ଏଲାୟନ୍ସ ଏୟାର୍‌ ଏଟିଆର୍‌ ୭୨ ବିମାନ ଭାୟା ଭୁବନେଶ୍ବର ଦେଇ ବାରାଣସୀକୁ ପ୍ରଥମ...

Advertisement
Archives

Model This Week