ଶ୍ରୀମନ୍ଦିରରେ ହୋଇନି ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା

ପୁରୀ ଅଫିସ, ୨ା୩: ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କୁ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ର଼୍ୟାମ୍ପ ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହେବା ପରେ ଉତ୍ତରଦ୍ୱାରଠାରୁ ଘଣ୍ଟିଦ୍ୱାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ୧୫ମାସ ବିତିଗଲାଣି, ହେଲେ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା ପାଇଁ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୨୨ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଥିଲେ। ସେତେବେଳେ ଏହି ପ୍ରସଙ୍ଗ ପୁଣି ତେଜିଥିଲା। ମାତ୍ର ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲାନାହିଁ। ଫଳରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ପୂର୍ବଭଳି ସମସ୍ୟା ଭୋଗୁଛନ୍ତି। ଏନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବୁଧବାର ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳନ ଅବସରରେ ଏହି ପ୍ରସଙ୍ଗକୁ ପୁଣି କେତେଜଣ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଉଠାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଦ୍ୱାର ଓ ଘଣ୍ଟିଦ୍ୱାରରେ ର଼୍ୟାମ୍ପ ବ୍ୟବସ୍ଥା ରହିଛି। ମାତ୍ର କେତେକ ତ୍ରୁଟି ଯୋଗୁ ଏହି ର଼୍ୟାମ୍ପ ଦେଇ ହୁଇଲ ଚେୟାରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଯାଇପାରୁନାହାନ୍ତି। ସେମାନଙ୍କୁ ସମ୍ପର୍କୀୟ ଓ ସ୍ବେଚ୍ଛାସେବୀମାନେ କାନ୍ଧରେ ବସାଇ ନେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଏବଂ ସେବାୟତଙ୍କ ସହ ବିନା ଆଲୋଚନାରେ ର଼୍ୟାମ୍ପ ନିର୍ମାଣ କରାଯିବାରୁ ଠିକ୍‌ ଭାବେ ସେବା ମିଳିପାରୁନାହିଁ ବୋଲି କୁହାଯାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉତ୍ତରଦ୍ୱାରଠାରୁ ଆନନ୍ଦ ବଜାର ଓ କୀର୍ତ୍ତନ ଚକଡ଼ା ଦେଇ ଘଣ୍ଟିଦ୍ୱାର ପର୍ଯ୍ୟନ୍ତ ର଼୍ୟାମ୍ପ ବ୍ୟବସ୍ଥା କରାଯିବାକୁ ୨୦୨୧ ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହା କାର୍ଯ୍ୟକାରୀ ନ ହେବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍କିଂସ୍ଥଳଠାରୁ ଇ-ଅଟୋ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିଛି। ମାତ୍ର ର଼୍ୟାମ୍ପ ସୁବିଧା ନ ଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜୁଛି। ତେଣୁ ଖୁବ୍‌ଶୀଘ୍ର ର଼୍ୟାମ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ସବୁ ମହଲରେ ଦାବି ହେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ପ୍ରକଳ୍ପ ଚାଲିଥିଲେ ମଧ୍ୟ ର଼୍ୟାମ୍ପ ବ୍ୟବସ୍ଥା ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ର଼୍ୟାମ୍ପ ନିର୍ମାଣ ନେଇ ବରଗଡ଼ର ଜଣାଶୁଣା ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ୱାଳ ଗତବର୍ଷ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଆଇନଜୀବୀ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହି ଦାବି ପୁଣି ଜୋର୍‌ ଧରିଥିଲା। ନୂତନ ର଼୍ୟାମ୍ପ ନିର୍ମାଣ ହେବ ବୋଲି ଆଶା କରାଯାଉଥିଲା, ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାସନ ଚୁପ୍‌ ବସିପଡ଼ିଲା। ଏ ନେଇ ଦିବ୍ୟାଙ୍ଗ ସସ୍ମିତା ପ୍ରଧାନ କହିଛନ୍ତି, ଉତ୍ତରଦ୍ୱାର ର଼୍ୟାମ୍ପ କାର୍ଯ୍ୟକାରୀ ହେଉନାହିଁ। ଉତ୍ତରଦ୍ୱାର ବାଟେ ମଧ୍ୟ ଲୋକଙ୍କୁ ଛଡ଼ାଯାଉନାହିଁ। ତେଣୁ ସମସ୍ୟା ଉପୁଜୁଛି। ଏ ନେଇ ଦିବ୍ୟାଙ୍ଗଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ମାତ୍ର ଅଦ୍ୟାବଧି ପଦକ୍ଷେପ ନିଆଯାଇନାହିଁ। ସେହିପରି ପୁରୀର ଦିବ୍ୟାଙ୍ଗ ସିର୍ଦ୍ଧାଥ ଦାସଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ରହିଛି। ମାତ୍ର ତାଙ୍କ ଗୋଡ଼ରେ ସମସ୍ୟା ଯୋଗୁ ସେ ଗହଳି ମଧ୍ୟରେ ଯାଇପାରନ୍ତି ନାହିଁ। ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପକ୍ଷରୁ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିରରେ ର଼୍ୟାମ୍ପ ବ୍ୟବସ୍ଥା ନାହିଁ। ତେଣୁ ହଇରାଣ ହେବାକୁ ପଡୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିସରକୁ ଦିବ୍ୟାଙ୍ଗମାନେ କିପରି ଯିବେ ଓ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା ହେବା ଆବଶ୍ୟକ। ତେବେ ହୁଇଲ ଚେୟାରରେ ରବର ଲାଗିଥିବାରୁ ତାହା ମନ୍ଦିର ପରିସରକୁ ଯିବାକୁ ନେଇ ଅନେକ ସେବାୟତ ମନା କରୁଛନ୍ତି। ଫଳରେ ହୁଇଲଚେୟାର ଶ୍ରୀମନ୍ଦିର ପରିସରକୁ ଯାଉନାହିଁ। ସେହିପରି ଶ୍ରୀମନ୍ଦିର ଭିତରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ହୁଇଲଚେୟାର ଗଲେ ଅଧିକ ଗହଳି ହେବ। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା କରାଯିବାକୁ ଦାସମହାପାତ୍ର ଦାବି କରିଛନ୍ତି।
ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରଦ୍ୱାର ପଟେ ର଼୍ୟାମ୍ପ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇପାରିନାହିଁ। ତୁରନ୍ତ ତାହାକୁ ଶେଷ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହମତିରେ ଏକ ମଡେଲ ପ୍ରସ୍ତୁତ କରାଯିବ। ଫଳରେ ଦିବ୍ୟାଙ୍ଗମାନେ ସହଜରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?