କରୋନା ଔଷଧର ଅଭାବ ନାହିଁ, ଏବେ ରାଜ୍ୟରେ ୪୩ ହଜାର ରେମଡେସିଭିର ଷ୍ଟକ୍‌ ରହିଛି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଲଗାତାର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭାରତର ପ୍ରଭାବିତ ଅନେକ ରାଜ୍ୟରେ ରୋଗୀମାନେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି। ଫଳରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଛି। ତେବେ ଓଡ଼ିଶାରେ ମଧ୍ୟ କରୋନା ଔଷଧ ରେମଡେସିଭିର ଅଭାବ ଥିବା ଚର୍ଚ୍ଚା ହେଉଛି। ଏନେଇ ଶନିବାର ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି। ଶୁକ୍ରବାର ରାଜ୍ୟରେ ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ହୋଇଛି। ଏବେ ୩୩% ସାଧାରଣ ବେଡ୍‌, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ଏହାଛଡ଼ା ଦୈନିକ ରାଜ୍ୟରେ ୧୨ ଶହ ରେମଡେସିଭିର ଆବଶ୍ୟକ ହେଉଛି। ଆମ ପାଖରେ ଏବେ ୪୩ ହଜାର ରେମଡେସିଭିର ଷ୍ଟକ୍‌ ରହିଛି। ଶନିବାର ଆଉ ୨୧ ହଜାର ରେମଡେସିଭିର ଆମ ପାଖରେ ପହଞ୍ଚିବ। ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ଘରୋଇ ହସ୍ପିଟାଲରେ ବୋଲି ସେ କହିଛନ୍ତି।