ବିଡିଏ ଅଧ୍ୟକ୍ଷଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ନାହିଁ

ଭୁବନେଶ୍ୱର, ୨୦ା୭ (ବନ୍ଦନା ସେଠୀ): ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟରେ ଅଧ୍ୟକ୍ଷ ବସିବାକୁ ସ୍ଥାନ ନାହିଁ। ୨୦୧୯ ପରଠାରୁ ଅଧ୍ୟକ୍ଷଙ୍କ ଲାଗି ସ୍ବତନ୍ତ୍ର କକ୍ଷ ନ ଥିବାବେଳେ ନିକଟରେ ବିଭାଗୀୟ ମନ୍ତ୍ରୀ ତଥା ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଡିଏ ପରିଦର୍ଶନରେ ଆସି ଦୁଆର ମୁହଁରୁ ଫେରିଯିବା ଘଟଣା ନିଆଁରେ ଘିଅ ଢାଳିଛି। ବିଡିଏ ପ୍ରତିଷ୍ଠା ହେବା ଦିନଠାରୁ ଅଧ୍ୟକ୍ଷଙ୍କ ଲାଗି କୋଠାର ୫ମ ମହଲାରେ ସ୍ବତନ୍ତ୍ର କକ୍ଷ ସହ ସମୀକ୍ଷା ଲାଗି କନ୍‌ଫରେନ୍ସ ହଲ୍‌ ଥିଲା। ମାତ୍ର ୨୦୧୯ରେ ବିଡିଏ ମୁଖ୍ୟାଳୟର ପୁନରୁଦ୍ଧାର ପରଠାରୁ ଅଧ୍ୟକ୍ଷଙ୍କ ଲାଗି ସେଠାରେ ଆଉ କକ୍ଷ ରହିଲା ନାହିଁ। ୫ମ ମହଲାରେ ଏବେ ବିଡିଏର ପ୍ଲାନିଂ ସେକ୍ସନ କାମ କରୁଥିବାବେଳେ ଅଧ୍ୟକ୍ଷଙ୍କ ଲାଗି ସ୍ବତନ୍ତ୍ର କକ୍ଷ ନିର୍ମାଣ କରାଯାଇନାହିଁ। ବିଡିଏ ଅଧ୍ୟକ୍ଷ ତଥା ବିଭାଗୀୟ ମନ୍ତ୍ରୀ ଡ. ମହାପାତ୍ର ବିଡିଏ ଆସି ଅଧିକାରୀଙ୍କୁ ନ ଭେଟି ଫେରିଯିବା ପରେ ବିଡିଏର ତଳ ମହଲାରେ ମନ୍ତ୍ରୀଙ୍କ ଲାଗି ସ୍ବତନ୍ତ୍ର କକ୍ଷ ନିର୍ମାଣ କରିବାକୁ ଯୋଜନା ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ବିଡିଏ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ ଓ ସଚିବମାନେ ପୂର୍ବରୁ ବିଡିଏ ଆସି ପ୍ରକଳ୍ପ ସମୀକ୍ଷା କରୁଥିଲେ। କିନ୍ତୁ ୨୦୧୭ ପରଠାରୁ ଆଉ ବିଡିଏରେ ଏପରି କୌଣସି କାର୍ଯ୍ୟ ଅଧ୍ୟକ୍ଷଙ୍କ ଦ୍ବାରା କରାଯାଇ ନାହିଁ। ଗୃହ ଓ ନଗର ଉନ୍ନୟନ ବିଭାଗର ତତ୍କାଳୀନ ସଚିବ ଜି. ମାଥିଭାଥନନ୍‌ ବିଡିଏ ଆସି ସମୀକ୍ଷା କରିବା ପରିବର୍ତ୍ତେ ଅଧିକାରୀଙ୍କୁ ଡକାଇ ସମୀକ୍ଷା କରୁଥିଲେ। ଏବେ ସଚିବଙ୍କ ବଦଳି ଅନ୍ୟ ବିଭାଗକୁ ହୋଇଥିବାବେଳେ ମନ୍ତ୍ରୀ ଅଧ୍ୟକ୍ଷ ହୋଇଛନ୍ତି। ପଦ ମିଳିବା ପରେ ମନ୍ତ୍ରୀ ଆସିଲେ କେଉଁଠି ବସିବେ ସେ ନେଇ ବିଡିଏ ବରିଷ୍ଠ ଅଧିକାରୀଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।
ଅପରପକ୍ଷେ ବିଡିଏର ବ୍ୟୁକେସି ସେଲ୍‌ ଏବେ ବୟନିକା ଭବନରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ସେଲ୍‌ରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଥିବାବେଳେ କମ୍ପ୍ୟୁଟର, ଚେୟାର, ଟେବୁଲ ନେଇ ଏବେ ସେମାନେ ବୟନିକାରେ ଡେରା ପକାଇଛନ୍ତି। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦିନ ହେବ ଏହି ସେଲ୍‌କୁ ବୟନିକା ଭବନକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ବ୍ୟୁକେସି ସେଲ୍‌ କାର୍ଯ୍ୟ କରୁଥିବା କକ୍ଷର ପୁନରୁଦ୍ଧାର କରାଯାଉଥିବାରୁ ସେଠାରେ ଅଧ୍ୟକ୍ଷଙ୍କ ବସିବା ପାଇଁ ବ୍ୟବସ୍ଥା ହେଉଥିବା କୁହାଯାଉଛି। ଏଥିପାଇଁ ବିଡିଏ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ରାତି ଅଧିଆ ବ୍ୟୁକେସି ସେଲ୍‌ର ସ୍ଥାନାନ୍ତର କରାଯାଇଥିବା କେତେଜଣ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି। ତେବେ ଏ ସମ୍ପର୍କରେ ବିଡିଏ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri