ଲୋରେଶ ଗ୍ରାମକୁ ରାସ୍ତା ନାହିଁ

ଦଶମନ୍ତପୁର, ୧୫।୫( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମକୁ ରାସ୍ତା ନାହିଁ। ଏନେଇ ବହୁବାର ଜିଲା ଏବଂ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅଯାଉନାହିଁ। ୩୭ ପରିବାର ବସବାସ କରୁଥିବା ଏହି ଗ୍ରାମପଞ୍ଚାୟତଠାରୁ ୧୧ କି.ମି. ଏବଂ ମରିଚଗୁଡ଼ା ଗ୍ରାମଠାରୁ ୫କି.ମି ଗଲେ ପଡ଼ିଥାଏ। ମରିଚଗୁଡାରୁ ଲୋରେଶ ଗ୍ରାମକୁ ଯିବାକୁ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତା ହିଁ ଭରସା। ଗ୍ରାମରେ କେହି ଅସୁସ୍ଥ ହୋଇପଡ଼ିଲେ ୫ କି.ମି. ମରିଚଗୁଡାକୁ ଦୋଳାରେ ବୋହି ନେଲେ ଡାକ୍ତରଖାନାରେ ପହଞ୍ଚତ୍ବାକୁ ହୋଇଥାଏ। ରାସ୍ତା ନ ଥିବାରୁ ଗ୍ରାମକୁ ୨ଚକିଆ ଯାନ ମଧ୍ୟ ଆସିପାରେ ନାହିଁ ବୋଲି କହନ୍ତି ଗ୍ରାମର ଧନୁର୍ଜୟ କମାର, ଦୀପକ ସାଉଁନ୍ତା, ଯଶେଫ ସାଉଁନ୍ତା। ଗ୍ରାମକୁ ରାସ୍ତା ନିର୍ମାଣ ନେଇ ଅନେକ ଥର ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ ଏବଂ ଜିଲା ପ୍ରଶାସନକୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଇନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମରିଚଗୁଡ଼ା ଛକଠାରୁ ଆମ ଗ୍ରାମକୁ ପିଏମ୍‌ଜିଏସ୍‌ଓ୍ବାଇ ଯୋଜନାରେ ସାମିଲକରି ରାସ୍ତା ନିର୍ମାଣ ନ କଲେ ଆଗାମୀ ଦିନରେ ଆମେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ବିଧାୟକ ପାଣ୍ଠି ୨ଟି ପ୍ରୋଜେକ୍ଟରୁ ଘାଟ କଟିଂ କରାଯାଇଛି। ମୁଁ ନିଜେ କାମ ହେବା ସମୟରେ ଯାଇଥିଲି। ଆଗକୁ ରାସ୍ତା ନିର୍ମାଣ ଲାଗି ପ୍ରପୋଜାଲ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri