ଲୋରେଶ ଗ୍ରାମକୁ ରାସ୍ତା ନାହିଁ

ଦଶମନ୍ତପୁର, ୧୫।୫( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମକୁ ରାସ୍ତା ନାହିଁ। ଏନେଇ ବହୁବାର ଜିଲା ଏବଂ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅଯାଉନାହିଁ। ୩୭ ପରିବାର ବସବାସ କରୁଥିବା ଏହି ଗ୍ରାମପଞ୍ଚାୟତଠାରୁ ୧୧ କି.ମି. ଏବଂ ମରିଚଗୁଡ଼ା ଗ୍ରାମଠାରୁ ୫କି.ମି ଗଲେ ପଡ଼ିଥାଏ। ମରିଚଗୁଡାରୁ ଲୋରେଶ ଗ୍ରାମକୁ ଯିବାକୁ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତା ହିଁ ଭରସା। ଗ୍ରାମରେ କେହି ଅସୁସ୍ଥ ହୋଇପଡ଼ିଲେ ୫ କି.ମି. ମରିଚଗୁଡାକୁ ଦୋଳାରେ ବୋହି ନେଲେ ଡାକ୍ତରଖାନାରେ ପହଞ୍ଚତ୍ବାକୁ ହୋଇଥାଏ। ରାସ୍ତା ନ ଥିବାରୁ ଗ୍ରାମକୁ ୨ଚକିଆ ଯାନ ମଧ୍ୟ ଆସିପାରେ ନାହିଁ ବୋଲି କହନ୍ତି ଗ୍ରାମର ଧନୁର୍ଜୟ କମାର, ଦୀପକ ସାଉଁନ୍ତା, ଯଶେଫ ସାଉଁନ୍ତା। ଗ୍ରାମକୁ ରାସ୍ତା ନିର୍ମାଣ ନେଇ ଅନେକ ଥର ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ ଏବଂ ଜିଲା ପ୍ରଶାସନକୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଇନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମରିଚଗୁଡ଼ା ଛକଠାରୁ ଆମ ଗ୍ରାମକୁ ପିଏମ୍‌ଜିଏସ୍‌ଓ୍ବାଇ ଯୋଜନାରେ ସାମିଲକରି ରାସ୍ତା ନିର୍ମାଣ ନ କଲେ ଆଗାମୀ ଦିନରେ ଆମେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ବିଧାୟକ ପାଣ୍ଠି ୨ଟି ପ୍ରୋଜେକ୍ଟରୁ ଘାଟ କଟିଂ କରାଯାଇଛି। ମୁଁ ନିଜେ କାମ ହେବା ସମୟରେ ଯାଇଥିଲି। ଆଗକୁ ରାସ୍ତା ନିର୍ମାଣ ଲାଗି ପ୍ରପୋଜାଲ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri