ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଶବଦାହ କରିବା ପାଇଁ ଶ୍ମଶାନ ନାହିଁ। ଶବଦାହ କରିବାକୁ ହେଲେ ଗ୍ରାମବାସୀଙ୍କୁ ଗ୍ରାମ ନିକଟରେ ରହିଥିବା ଏକ କେନାଲ ପାର କରି ଜମି ପାର କରି ଯାଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମ ଭିଡିଓ ଭାଇରାଲ ହୋଇଛି। ୧୦ରୁ ଅଧିକ ଗ୍ରାମବାସୀ ଶ୍ମଶାନ ସ୍ଥଳକୁ କେନଲ ପାର କରି କଚଡ଼ା କ୍ଷେତ୍ର ଦେଇ ପଡ଼ି ଉଠି ଯାଉଥିବା ଲକ୍ଷ୍ୟ କରାଯାଇଛି। ଖୋଲା ଆକାଶ ତଳେ ଶବଦାହ କରାଯାଉଥିବା ଦେଖିବାକୁ ମିଳିଛି। ବର୍ଷା ପବନ ହେଲେ ସମସ୍ୟା ଦିଗୁଣିତ ହୋଇ ପଡୁଛି। ଦୀର୍ଘ ୪୦ବର୍ଷ ହେଲା ସେମାନେ ଏହି ସମସ୍ୟା ଭୋଗୀ ଆସୁଥିବା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି।। ଏନେଇ ସମିତି ସଭ୍ୟ ଧ୍ରୁବଚରଣ ପଲାଇ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶ୍ମଶାନ ଗୃହ ସହ ଉକ୍ତ ସ୍ଥାନକୁ ପକ୍କା ରାସ୍ତା ତୁରନ୍ତ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share