ଶିଶୁଙ୍କ ଖାଦ୍ୟ ବର୍ଦ୍ଧିତ ଛତୁଆରେ ପ୍ରସ୍ତୁତି ତାରିଖ ନାହିଁ

ମହାକାଳପଡ଼ା,୨ା୬ (ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳଗୁଡ଼ିକରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରୁଛନ୍ତି। ଯେପରି ଶିଶୁଟିଏ ଗ୍ରାମାଞ୍ଚଳରେ ଭିଟାମିନ ଅଭାବରୁ କୁପୋଷଣର ଶିକାର ନ ହୁଏ, ସେଥିପାଇଁ ସରକାର ପ୍ରତି ଗ୍ରାମରେ ସମନ୍ବିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି ମହିଳା ଓ ଶିଶୁମାନଙ୍କୁ ସକାଳ ଜଳଖିଆ ଓ ରନ୍ଧାଖାଦ୍ୟ, ଅଣ୍ଡା, ପୁଷ୍ଟିକରଯୁକ୍ତ ଛତୁଆ ଆଦି ଯୋଗାଇ ଦେଉଛନ୍ତି। ମାତ୍ର ଏହା ସତ୍ତ୍ୱେ ଗ୍ରାମାଞ୍ଚଳରେ କୁପୋଷଣର ଶିକାର ଶିଶୁ ହେଉଛନ୍ତି ବୋଲି ଅଭିଭାବକ ମହଲରେ ଚିନ୍ତା ପ୍ରକଟ କଲେଣି। ତେବେ କେଉଁଠି ରହୁଛି ତ୍ରୁଟି, କାହିଁକି କୁପୋଷଣର ଶିକାର ଶିଶୁ ହେଉଛନ୍ତି ତାହାର ତଦନ୍ତ କରାଯାଉ ନାହିଁ। ଏହା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ଏଠାରେ ଶିଶୁଙ୍କୁ ଗୁରୁବାର ଯୋଗା ଯାଇଥିବା ବର୍ଦ୍ଧିତ ଛତୁଆରେ ପ୍ରସ୍ତୁତ କରାଯାଇଥିବା ତାରିଖ ନାହିଁ। ଯଦି ଏହି ଛତୁଆକୁ ଖାଇ ଶିଶୁ, ଗର୍ଭବତୀ, ପ୍ରସୂତିଙ୍କ ଶରୀର ଅସୁସ୍ଥ ହୁଏ କିଏ ଉତ୍ତର ଦାୟୀ ରହିବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀ ମାସରେ ମହାକାଳପଡ଼ା ବ୍ଲକର ୩୧ଟି ପଞ୍ଚାୟତରେ ୧୪୫ ଶିଶୁ ଅପପୁଷ୍ଟି (କୁପୋଷଣ)ର ଶିକାର ହୋଇଥିବା ଜଣାପଡ଼ିଥିଲା। ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବାରୁ ମେ’ ସୁଦ୍ଧା ଏହା ଖସି ଆସି ୩୭ରେ ପହଞ୍ଚତ୍ଛି। ତେବେ ଅତିଶୟ କୁପୋଷଣର ଶିକାର ହୋଇଥିବା ଶିଶୁମାନଙ୍କୁ ବର୍ଦ୍ଧିତ ଛତୁଆ ଯୋଗାଣ ଦାୟିତ୍ୱ ଜିଲାର ଏକ ସ୍ବୟଂ ସହାୟକ ଗୋଷ୍ଠୀ ନେଇ ଯୋଗାଉଛି। ବଡ଼ ଦୁଃଖର ବିଷୟ, କୋମଳମତି ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ବର୍ଦ୍ଧିତ ଛତୁଆ ୧୦୦ ଗ୍ରାମ ପ୍ୟାକେଟକୁ ଫୁଟା ପାଣି କିମ୍ବା କ୍ଷୀର ମିଶାଇ ଅର୍ଦ୍ଧ ତରଳ ମଣ୍ଡ ପ୍ରସ୍ତୁତ କରାଯିବା ପରେ ଶିଶୁଙ୍କୁ ଦିଆଯାଇଥାଏ। ଏହି ଛତୁଆ ପ୍ୟାକେଟ ଖୋଲାଯିବାର ଏକ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ ବୋଲି ପ୍ୟାକେଟରେ ଉଲ୍ଲେଖ ରହିଛି। ଏହା ଏକ ମାସ ମଧ୍ୟରେ ଖାଇବା ଦରକାର ବୋଲି ଲେଖାଯାଇଛି। ତେବେ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ପ୍ୟାକେଟିଂ କଲା ବେଳେ କିପରି ପ୍ରସ୍ତୁତି ତାରିଖ ଓ ଅବଧି ଶେଷ ତାରିଖ ଲେଖାଗଲା ନାହିଁ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକରେ ଶିଶୁମାନଙ୍କ ପାଇଁ ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡ଼ିକ ବିଭାଗ ପକ୍ଷରୁ ପ୍ରତି ମାସରେ ଛତୁଆ ପ୍ରସ୍ତୁତ ହେଉଥିବା ସମୟରେ ମାନ ନିର୍ଦ୍ଧାରଣ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରି ଭିଡିଓ କ୍ଲିପିଂ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରିବାରେ ବିଭାଗ ବିଫଳ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଅବଧି ନ ଥିବା ବର୍ଦ୍ଧିତ ଛତୁଆ ଖାଇ ଯଦି ଶିଶୁଙ୍କ କିଛି କ୍ଷତି ହୁଏ, ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିଶୁ ବିକାଶ ଅଧିକାରିଣୀ କବିତା ମଲ୍ଲିକଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ପ୍ରତ୍ୟେକ କେନ୍ଦ୍ରକୁ ପରିଦର୍ଶନ କରାଯାଉଛି। ଶିଶୁମାନଙ୍କର ଓଜନ ମାପ କରାଯିବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ସଚେତନ କରାଯିବା ଯୋଗୁ ପୂର୍ବ ଅପେକ୍ଷା କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ହାର ହ୍ରାସ ପାଇଛି। ହେଲେ ବର୍ଦ୍ଧିତ ଛତୁଆ ପ୍ରସ୍ତୁତ ତାରିଖ ବିଷୟରେ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri