ଶିଶୁଙ୍କ ଖାଦ୍ୟ ବର୍ଦ୍ଧିତ ଛତୁଆରେ ପ୍ରସ୍ତୁତି ତାରିଖ ନାହିଁ

ମହାକାଳପଡ଼ା,୨ା୬ (ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳଗୁଡ଼ିକରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରୁଛନ୍ତି। ଯେପରି ଶିଶୁଟିଏ ଗ୍ରାମାଞ୍ଚଳରେ ଭିଟାମିନ ଅଭାବରୁ କୁପୋଷଣର ଶିକାର ନ ହୁଏ, ସେଥିପାଇଁ ସରକାର ପ୍ରତି ଗ୍ରାମରେ ସମନ୍ବିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି ମହିଳା ଓ ଶିଶୁମାନଙ୍କୁ ସକାଳ ଜଳଖିଆ ଓ ରନ୍ଧାଖାଦ୍ୟ, ଅଣ୍ଡା, ପୁଷ୍ଟିକରଯୁକ୍ତ ଛତୁଆ ଆଦି ଯୋଗାଇ ଦେଉଛନ୍ତି। ମାତ୍ର ଏହା ସତ୍ତ୍ୱେ ଗ୍ରାମାଞ୍ଚଳରେ କୁପୋଷଣର ଶିକାର ଶିଶୁ ହେଉଛନ୍ତି ବୋଲି ଅଭିଭାବକ ମହଲରେ ଚିନ୍ତା ପ୍ରକଟ କଲେଣି। ତେବେ କେଉଁଠି ରହୁଛି ତ୍ରୁଟି, କାହିଁକି କୁପୋଷଣର ଶିକାର ଶିଶୁ ହେଉଛନ୍ତି ତାହାର ତଦନ୍ତ କରାଯାଉ ନାହିଁ। ଏହା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ଏଠାରେ ଶିଶୁଙ୍କୁ ଗୁରୁବାର ଯୋଗା ଯାଇଥିବା ବର୍ଦ୍ଧିତ ଛତୁଆରେ ପ୍ରସ୍ତୁତ କରାଯାଇଥିବା ତାରିଖ ନାହିଁ। ଯଦି ଏହି ଛତୁଆକୁ ଖାଇ ଶିଶୁ, ଗର୍ଭବତୀ, ପ୍ରସୂତିଙ୍କ ଶରୀର ଅସୁସ୍ଥ ହୁଏ କିଏ ଉତ୍ତର ଦାୟୀ ରହିବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀ ମାସରେ ମହାକାଳପଡ଼ା ବ୍ଲକର ୩୧ଟି ପଞ୍ଚାୟତରେ ୧୪୫ ଶିଶୁ ଅପପୁଷ୍ଟି (କୁପୋଷଣ)ର ଶିକାର ହୋଇଥିବା ଜଣାପଡ଼ିଥିଲା। ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବାରୁ ମେ’ ସୁଦ୍ଧା ଏହା ଖସି ଆସି ୩୭ରେ ପହଞ୍ଚତ୍ଛି। ତେବେ ଅତିଶୟ କୁପୋଷଣର ଶିକାର ହୋଇଥିବା ଶିଶୁମାନଙ୍କୁ ବର୍ଦ୍ଧିତ ଛତୁଆ ଯୋଗାଣ ଦାୟିତ୍ୱ ଜିଲାର ଏକ ସ୍ବୟଂ ସହାୟକ ଗୋଷ୍ଠୀ ନେଇ ଯୋଗାଉଛି। ବଡ଼ ଦୁଃଖର ବିଷୟ, କୋମଳମତି ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ବର୍ଦ୍ଧିତ ଛତୁଆ ୧୦୦ ଗ୍ରାମ ପ୍ୟାକେଟକୁ ଫୁଟା ପାଣି କିମ୍ବା କ୍ଷୀର ମିଶାଇ ଅର୍ଦ୍ଧ ତରଳ ମଣ୍ଡ ପ୍ରସ୍ତୁତ କରାଯିବା ପରେ ଶିଶୁଙ୍କୁ ଦିଆଯାଇଥାଏ। ଏହି ଛତୁଆ ପ୍ୟାକେଟ ଖୋଲାଯିବାର ଏକ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ ବୋଲି ପ୍ୟାକେଟରେ ଉଲ୍ଲେଖ ରହିଛି। ଏହା ଏକ ମାସ ମଧ୍ୟରେ ଖାଇବା ଦରକାର ବୋଲି ଲେଖାଯାଇଛି। ତେବେ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ପ୍ୟାକେଟିଂ କଲା ବେଳେ କିପରି ପ୍ରସ୍ତୁତି ତାରିଖ ଓ ଅବଧି ଶେଷ ତାରିଖ ଲେଖାଗଲା ନାହିଁ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକରେ ଶିଶୁମାନଙ୍କ ପାଇଁ ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡ଼ିକ ବିଭାଗ ପକ୍ଷରୁ ପ୍ରତି ମାସରେ ଛତୁଆ ପ୍ରସ୍ତୁତ ହେଉଥିବା ସମୟରେ ମାନ ନିର୍ଦ୍ଧାରଣ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରି ଭିଡିଓ କ୍ଲିପିଂ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରିବାରେ ବିଭାଗ ବିଫଳ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଅବଧି ନ ଥିବା ବର୍ଦ୍ଧିତ ଛତୁଆ ଖାଇ ଯଦି ଶିଶୁଙ୍କ କିଛି କ୍ଷତି ହୁଏ, ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିଶୁ ବିକାଶ ଅଧିକାରିଣୀ କବିତା ମଲ୍ଲିକଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ପ୍ରତ୍ୟେକ କେନ୍ଦ୍ରକୁ ପରିଦର୍ଶନ କରାଯାଉଛି। ଶିଶୁମାନଙ୍କର ଓଜନ ମାପ କରାଯିବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ସଚେତନ କରାଯିବା ଯୋଗୁ ପୂର୍ବ ଅପେକ୍ଷା କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ହାର ହ୍ରାସ ପାଇଛି। ହେଲେ ବର୍ଦ୍ଧିତ ଛତୁଆ ପ୍ରସ୍ତୁତ ତାରିଖ ବିଷୟରେ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri