ନାତୁଣୀଙ୍କୁ ଜୟାଙ୍କ ପରାମର୍ଶ, ବିବାହ ପୂର୍ବରୁ ମା’ ହେଲେ ବି କିଛି ଅସୁବିଧା ନାହିଁ

ମୁମ୍ବାଇ: ବଲିଉଡ୍‌ର ଭେଟ୍‌ରାନ ଅଭିନେତ୍ରୀ ଜୟା ବଚ୍ଚନ ଫିଲ୍ମରେ ଅଭିନୟ ପାଇଁ ହେଉ କିମ୍ବା ନିଜର ଅପୂର୍ବ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ହୃଦୟରେ ଯାହା ଥାଏ ତାଙ୍କ ମୁହଁରେ ମଧ୍ୟ ତାହା ଥାଏ। ଯାହାକୁ କୁହନ୍ତି ସ୍ପଷ୍ଟବାଦୀ। ଝିଅ ଶ୍ୱେତାଙ୍କ ଝିଅ ଅର୍ଥାତ୍‌ ନାତୁଣୀ ନବ୍ୟା ନଭେଲି ନନ୍ଦାଙ୍କ ସହିତ ଜୟାଙ୍କର ସମ୍ପର୍କ ବେଶ୍‌ ମଧୁର। ଯେତେବେଳେ ବି ସେ ନିଜ ବିଷୟରେ କଥାବାର୍ତ୍ତା କରନ୍ତି, ସେ ଏହାକୁ ଖୋଲାଖୋଲି ରଖନ୍ତି। କିନ୍ତୁ ଏବେ ଜୟା ନାତୁଣୀଙ୍କୁ ଯାହା କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଜୟା ନବ୍ୟାଙ୍କୁ ତାଙ୍କ ପୋଡ୍‌କାଷ୍ଟ ‘ ହଟ୍‌ ଦ ହେଲ୍‌ ନବ୍ୟା’ବାର୍ତ୍ତାଳାପରେ ସମ୍ପର୍କ ବିଷୟରେ ପରାମର୍ଶ ଦେଇଥିଲେ। ଜୟା କହିଛନ୍ତି, କୌଣସି ରିଲେସନଶିପ୍‌ ଦୀର୍ଘ ଦିନ ଧରି ରହିବା ପାଇଁ ଶାରିରୀକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୟା ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସମୟରେ ଏପରି ପରୀକ୍ଷା କରିନାହାନ୍ତି। ସେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଅନେକ ଲୋକ ଏହି ପ୍ରସଙ୍ଗରେ ଆପତ୍ତି କରିପାରନ୍ତି।

ଏହି ସମୟରେ ଜୟା ନାତୁଣୀଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କଥା ହୋଇଥିଲେ। ସେ କହିଛନ୍ତି- ‘ଆମ ପିଢ଼ି’ର ଲୋକମାନେ ଏମିତି କେବେ ଅନୁଭବ କରିନାହାନ୍ତି। କିନ୍ତୁ ଯଦି ଆଜି ଏବଂ ଆସନ୍ତାକାଲିର ପିଲାମାନେ କରନ୍ତି, ତେବେ ଅସୁବିଧା କ’ଣ? ମୋ ପିଢ଼ି ହେଉ କିମ୍ବା ଶ୍ୱେତା ହୁଅନ୍ତୁ ଆମେ ଏ ବିଷୟରେ ଚିନ୍ତା ମଧ୍ୟ କରି ନ ଥିଲୁ। କିନ୍ତୁ ଯେତେବେଳେ ନବ୍ୟାଙ୍କ ବୟସର ପିଲାମାନେ ଏହି ଅଭିଜ୍ଞତା ଦେଇ ଗତି କରନ୍ତି, ସେମାନେ ନିଜକୁ ଦୋଷୀ ଭାବନ୍ତି। ଏହା ଦେଖି ମୋତେ ବହୁତ ଖରାପ ଲାଗୁଛି। ’

‘ମୁଁ ଭାବୁଛି ଆଜିକାଲି ପିଲାମାନଙ୍କର ରୋମାନ୍ସ ଏବଂ ଭାବନା ଅଭାବ। ତେଣୁ ସେମାନେ ସେମାନଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ବିବାହ କରିବା ଉଚିତ୍‌। କାରଣ ସର୍ବପ୍ରଥମେ ପରସ୍ପରକୁ ବୁଝିବା ଜରୁରୀ ଅଟେ। ମୁଁ ଭାବୁଛି ଯଦି ତୁମେ କାହାକୁ ଭଲ ପାଅ, ତେବେ ତୁମେ ତାଙ୍କୁ ଆରାମରେ ବିବାହ କରିବା ଉଚିତ୍‌। ମୁଁ ବିଚଳିତ ନୁହେଁ, ଯଦି ବିବାହ ପୂର୍ବରୁ ତୁମର ସନ୍ତାନ ବି ଥାଏ।

ସ୍ମରଣ ଥାଉକି, ୨୦୧୬ରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ନାତୁଣୀ ଆରାଧ୍ୟା ଏବଂ ନାତୁଣୀ ନବ୍ୟାଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଉଭୟଙ୍କୁ ନିଜେ ବଞ୍ଚିବାକୁ ପରାମର୍ଶ ଦେଇଥିଲେ। ଅମିତାଭ ତାଙ୍କ ଚିଠିରେ ଲେଖିଥିଲେ, ‘ତୁମେ ଉଭୟ ବଚ୍ଚନ କିମ୍ବା ନନ୍ଦା, ସର୍ବପ୍ରଥମେ ତୁମେ ଜଣେ ଝିଅ, ଜଣେ ମହିଳା। ସେଥିପାଇଁ ଲୋକମାନେ ତୁମ ଚିନ୍ତାଧାରାକୁ ତୁମ ଉପରେ ଲଗାଇବାକୁ ଚେଷ୍ଟା କରିବେ। ସେମାନେ ତୁମକୁ କହିବେ କିପରି ପୋଷାକ ପିନ୍ଧିବେ, କିପରି ଆଚରଣ କରିବେ, କାହାକୁ ଭେଟିବେ ଏବଂ କେଉଁଠିକୁ ଯିବେ। ଲୋକଙ୍କ ବିଚାରର ଛାଇରେ ରୁହ ନାହିଁ ବିଗ୍‌ ବିଙ୍କ ଏହି ଚିଠି ବିଷୟରେ ସେତେବେଳେ ଅନେକ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri