ନାତୁଣୀଙ୍କୁ ଜୟାଙ୍କ ପରାମର୍ଶ, ବିବାହ ପୂର୍ବରୁ ମା’ ହେଲେ ବି କିଛି ଅସୁବିଧା ନାହିଁ

ମୁମ୍ବାଇ: ବଲିଉଡ୍‌ର ଭେଟ୍‌ରାନ ଅଭିନେତ୍ରୀ ଜୟା ବଚ୍ଚନ ଫିଲ୍ମରେ ଅଭିନୟ ପାଇଁ ହେଉ କିମ୍ବା ନିଜର ଅପୂର୍ବ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ହୃଦୟରେ ଯାହା ଥାଏ ତାଙ୍କ ମୁହଁରେ ମଧ୍ୟ ତାହା ଥାଏ। ଯାହାକୁ କୁହନ୍ତି ସ୍ପଷ୍ଟବାଦୀ। ଝିଅ ଶ୍ୱେତାଙ୍କ ଝିଅ ଅର୍ଥାତ୍‌ ନାତୁଣୀ ନବ୍ୟା ନଭେଲି ନନ୍ଦାଙ୍କ ସହିତ ଜୟାଙ୍କର ସମ୍ପର୍କ ବେଶ୍‌ ମଧୁର। ଯେତେବେଳେ ବି ସେ ନିଜ ବିଷୟରେ କଥାବାର୍ତ୍ତା କରନ୍ତି, ସେ ଏହାକୁ ଖୋଲାଖୋଲି ରଖନ୍ତି। କିନ୍ତୁ ଏବେ ଜୟା ନାତୁଣୀଙ୍କୁ ଯାହା କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଜୟା ନବ୍ୟାଙ୍କୁ ତାଙ୍କ ପୋଡ୍‌କାଷ୍ଟ ‘ ହଟ୍‌ ଦ ହେଲ୍‌ ନବ୍ୟା’ବାର୍ତ୍ତାଳାପରେ ସମ୍ପର୍କ ବିଷୟରେ ପରାମର୍ଶ ଦେଇଥିଲେ। ଜୟା କହିଛନ୍ତି, କୌଣସି ରିଲେସନଶିପ୍‌ ଦୀର୍ଘ ଦିନ ଧରି ରହିବା ପାଇଁ ଶାରିରୀକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୟା ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସମୟରେ ଏପରି ପରୀକ୍ଷା କରିନାହାନ୍ତି। ସେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଅନେକ ଲୋକ ଏହି ପ୍ରସଙ୍ଗରେ ଆପତ୍ତି କରିପାରନ୍ତି।

ଏହି ସମୟରେ ଜୟା ନାତୁଣୀଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କଥା ହୋଇଥିଲେ। ସେ କହିଛନ୍ତି- ‘ଆମ ପିଢ଼ି’ର ଲୋକମାନେ ଏମିତି କେବେ ଅନୁଭବ କରିନାହାନ୍ତି। କିନ୍ତୁ ଯଦି ଆଜି ଏବଂ ଆସନ୍ତାକାଲିର ପିଲାମାନେ କରନ୍ତି, ତେବେ ଅସୁବିଧା କ’ଣ? ମୋ ପିଢ଼ି ହେଉ କିମ୍ବା ଶ୍ୱେତା ହୁଅନ୍ତୁ ଆମେ ଏ ବିଷୟରେ ଚିନ୍ତା ମଧ୍ୟ କରି ନ ଥିଲୁ। କିନ୍ତୁ ଯେତେବେଳେ ନବ୍ୟାଙ୍କ ବୟସର ପିଲାମାନେ ଏହି ଅଭିଜ୍ଞତା ଦେଇ ଗତି କରନ୍ତି, ସେମାନେ ନିଜକୁ ଦୋଷୀ ଭାବନ୍ତି। ଏହା ଦେଖି ମୋତେ ବହୁତ ଖରାପ ଲାଗୁଛି। ’

‘ମୁଁ ଭାବୁଛି ଆଜିକାଲି ପିଲାମାନଙ୍କର ରୋମାନ୍ସ ଏବଂ ଭାବନା ଅଭାବ। ତେଣୁ ସେମାନେ ସେମାନଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ବିବାହ କରିବା ଉଚିତ୍‌। କାରଣ ସର୍ବପ୍ରଥମେ ପରସ୍ପରକୁ ବୁଝିବା ଜରୁରୀ ଅଟେ। ମୁଁ ଭାବୁଛି ଯଦି ତୁମେ କାହାକୁ ଭଲ ପାଅ, ତେବେ ତୁମେ ତାଙ୍କୁ ଆରାମରେ ବିବାହ କରିବା ଉଚିତ୍‌। ମୁଁ ବିଚଳିତ ନୁହେଁ, ଯଦି ବିବାହ ପୂର୍ବରୁ ତୁମର ସନ୍ତାନ ବି ଥାଏ।

ସ୍ମରଣ ଥାଉକି, ୨୦୧୬ରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ନାତୁଣୀ ଆରାଧ୍ୟା ଏବଂ ନାତୁଣୀ ନବ୍ୟାଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଉଭୟଙ୍କୁ ନିଜେ ବଞ୍ଚିବାକୁ ପରାମର୍ଶ ଦେଇଥିଲେ। ଅମିତାଭ ତାଙ୍କ ଚିଠିରେ ଲେଖିଥିଲେ, ‘ତୁମେ ଉଭୟ ବଚ୍ଚନ କିମ୍ବା ନନ୍ଦା, ସର୍ବପ୍ରଥମେ ତୁମେ ଜଣେ ଝିଅ, ଜଣେ ମହିଳା। ସେଥିପାଇଁ ଲୋକମାନେ ତୁମ ଚିନ୍ତାଧାରାକୁ ତୁମ ଉପରେ ଲଗାଇବାକୁ ଚେଷ୍ଟା କରିବେ। ସେମାନେ ତୁମକୁ କହିବେ କିପରି ପୋଷାକ ପିନ୍ଧିବେ, କିପରି ଆଚରଣ କରିବେ, କାହାକୁ ଭେଟିବେ ଏବଂ କେଉଁଠିକୁ ଯିବେ। ଲୋକଙ୍କ ବିଚାରର ଛାଇରେ ରୁହ ନାହିଁ ବିଗ୍‌ ବିଙ୍କ ଏହି ଚିଠି ବିଷୟରେ ସେତେବେଳେ ଅନେକ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଭାରତ, ସ୍ଲୋଭାକିଆ ସହଭାଗିତା ବଢ଼ିବ

ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ…

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

ଇରାନ ଉପରେ ଜୋରଦାର ଖର୍ଚ୍ଚ କରିବେ ଟ୍ରମ୍ପ; ୩୦୦ ବିଲିୟନ ଡଲାର ବର୍ଷା କରିବାକୁ ପ୍ରସ୍ତୁତ!

ତେହରାନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଅତି କମରେ ୩୦୦…

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ମୃତ

ଅତାବିରା,୧୬।୬(ଯୁଧିଷ୍ଠିର ମହାପାତ୍ର): ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri