Posted inଜାତୀୟ

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏବେ ଆଣିବାର ଯୋଜନା ନାହିଁ, ରାଜ୍ୟ ସଭାରେ ଉତ୍ତର…

ନୂଆଦିଲ୍ଲୀ, ୧୯।୭ : ସାରା ଦେଶରେ ବଢୁଥିବା ଜନସଂଖ୍ୟାକୁ କିପରି ରୋକାଯାଇପାରିବ ସେନେଇ ବିତର୍କ ମଧ୍ୟରେ ସରକାର ଆଗାମୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ବାସ୍ତବରେ, ମିଳିତ ଜାତିସଂଘର କିଛି ଦିନ ପୂର୍ବରୁ ଆସିଥିବା ରିପୋର୍ଟରେ ଦର୍ଶାଯାଇଥିଲାଯେ ଜନସଂଖ୍ୟା ଦୃଷ୍ଟିରୁ ଆସନ୍ତା ବର୍ଷ ଭାରତ ଚାଇନାକୁ ଅତିକ୍ରମ କରିବ। ଏ ବାବଦରେ ସାରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ନେଇ ଏକ ବିତର୍କ ଚାଲିଥିଲା। ଏହି ସମୟରେ ମଙ୍ଗଳବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ବର୍ତ୍ତମାନପର୍ଯ୍ୟନ୍ତଚିନ୍ତା କରୁନାହାଁନ୍ତି ଏବଂ ନେଇ କୌଣସି ଯୋଜନା ମଧ୍ୟ ନାହିଁ।

ପାୱାର କହିଛନ୍ତି ଯେ ଜାତୀୟ ପରିବାର ଯୋଜନା କାର୍ଯ୍ୟକ୍ରମକୁ ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି, ଯାହା ଜାତୀୟ ଜନସଂଖ୍ୟା ନୀତି, ୨୦୦୦ ଏବଂ ଜାତୀୟ ସ୍ବାସ୍ଥ୍ୟ ନୀତି, ୨୦୧୭ ର ନୀତି ଅନୁଯାୟୀ ପରିଚାଳିତ ହେଉଛି। ଯାହା ଦ୍ୱାରା ୨୦୪୫ ସୁଦ୍ଧା ଜନସଂଖ୍ୟା ସ୍ଥିରତାର ଲକ୍ଷ୍ୟ ସହିତ ପରିବାର ଯୋଜନାର ଆବଶ୍ୟକତା ପୂରଣ ହୋଇପାରିବ। ସେ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଯାଞ୍ଚ କରିବାକୁ ସରକାରଙ୍କ ଉଦ୍ୟମ ସଫଳ ହୋଇଛି ଏବଂ ଏହି କାରଣରୁ ୨୦୧୯-୨୧ ପାଇଁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏଏପଏଚଏସ-୫)ରେ ମୋଟ ଫର୍ଟିଲିଟି ରେଟ (ଟିଏଫଆର) ୨.୦କୁ ଖସି ଆସିଛି ଯାହା ପ୍ରତିସ୍ଥାପନ ସ୍ତରଠାରୁ ତଳେ ରହିଛି। ଏଥିରେ ଜନ୍ମହାର ସହିତ ମୃତ୍ୟୁ ହାର ସମାନ ହୋଇଛି।

ସେ କହିଛନ୍ତି ଯେ ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୧ଟି ପ୍ରତିସ୍ଥାପନସ୍ତରର ପ୍ରଜନନ କ୍ଷମତା ହାସଲ କରିଛି। ପାୱାର କହିଛନ୍ତି ଯେ ଆଧୁନିକ ଗର୍ଭନିରୋଧକ ବ୍ୟବହାର ୫୬.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ପରିବାର ଯୋଜନା ପାଇଁ ପୂରଣ ହୋଇ ନ ଥିବା ଆବଶ୍ୟକତା ୯.୪ ପ୍ରତିଶତ ରହିଛି। ସେ ସୂଚନା ଦେଇଛନ୍ତି ଯେ ସମୟ କ୍ରୁଡ ବାର୍ଥ ରେଟ୍‌ (ସିବିଆର) ୨୦୧୯ ରେ ୧୯.୭କୁ ଖସି ଆସିଛି। ତେଣୁ ସରକାର କୌଣସି ବୈଧାନିକ ପଦକ୍ଷେପ ଉପରେ ବିଚାର କରୁନାହାଁନ୍ତି ବୋଲି ସେ କହିଛନ୍ତି।

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଜନ ବ୍ରିଟାସ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ଆଇନ ଆଣିଥିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଦାବିକୁ ଦର୍ଶାଇ ଏହା ଉପରେ ସରକାରଙ୍କ ଆଭିମୁଖ୍ୟ ଲୋଡିଥିଲେ। ଏହାର ଉତ୍ତରରେ ଭାରତୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri