ବ୍ୟବସାୟରେ ରାତାରାତି ସଫଳତା ନାହିଁ

ରାଜ୍ୟର ଅଗ୍ରଣୀ ଧୂପକାଠି ଉପତ୍ାଦନକାରୀ ସଂସ୍ଥା ସୋମେନ ଅଗରବତି। ଏହାର ପ୍ରୋପାଇଟର ପ୍ରହଲ୍ଲାଦ ପଲାଇ ଦିନେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ଆରମ୍ଭ କରିଥିଲେ ଧୂପକାଠି ବ୍ୟବସାୟ। ପ୍ରଥମେ ମେନେକା ଅଗରବତି ଓ ପରେ ସୋମେନ ଅଗରବତି ନାମରେ ବ୍ୟବସାୟ କରି ସେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକଙ୍କୁ ଯୋଗାଇ ଦେଉଛନ୍ତି ରୋଜଗାର। ସାରା ଦେଶରେ ବିଶେଷକରି ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ କରୁଥିବା ପ୍ରହଲ୍ଲାଦଙ୍କ ସହ ସ୍ବତନ୍ତ୍ର ଆଲୋଚନା…

ପ୍ର- କେବେ, କିପରି ଧୂପକାଠି ବ୍ୟବସାୟ ପ୍ରତି ମନ ବଳାଇଲେ?
ଉ- ପିଲାଦିନେ ଛତିଶଗଡ଼ରେ ପରିବାର ରହୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ବାଙ୍ଗାଲୋରରେ ଏକ ଧୂପକାଠି ଫ୍ୟାକ୍ଟ୍ରି ପରିଦର୍ଶନ କରିଥିଲି। ଓଡ଼ିଶାରେ ମଧ୍ୟ ଏପରି ଫ୍ୟାକ୍ଟ୍ରି କରିବାକୁ ସେତେବେଳେ ଚିନ୍ତା କରିଥିଲି। ସେ ସମୟରେ ଧୂପକାଠି ତିଆରି ପାଇଁ ମେଶିନ ବ୍ୟବହାର କରାଯାଉ ନ ଥିଲା। ପାଠପଢ଼ା ସମୟରେ ପରିବାରର ସ୍ଥିତି ଏତେ ଭଲ ନ ଥିଲା। ଆର୍ଥିକ ସମସ୍ୟା ମଧ୍ୟରେ ଘରର ଦାୟିତ୍ୱ ମୋ କାନ୍ଧକୁ ଆସିଥିଲା। ତେଣୁ ପଢ଼ିବା ପରେ ପରେ ହିଁ ଚାକିରିରେ ଯୋଗ ଦେଇଥିଲି। ମାତ୍ର ସେଥିରେ ମନ ଲାଗି ନ ଥିଲା। ତେଣୁ ଧୂପକାଠି ବ୍ୟବସାୟ ପାଇଁ ଯୋଜନା କରିଥିଲି, ତାହାକୁ ସଫଳ କରିବାକୁ ଏ ଦିଗରେ ଆଗକୁ ବଢ଼ିଥିଲି।

ପ୍ର- ଓଡ଼ିଶା ବଜାରରେ ଧୂପକାଠିର ଚାହିଦା କିପରି ରହିଛି?
ଉ- ଓଡ଼ିଶାର ଲୋକମାନେ ଖୁବ୍‌ ଈଶ୍ୱର ବିଶ୍ୱାସୀ। ଈଶ୍ୱର ଯେଉଁଠି, ଧୂପକାଠି ସେଇଠି। ଓଡ଼ିଶାର ପ୍ରତି ଘରେ ସକାଳେ ସନ୍ଧ୍ୟାରେ ଧୂପକାଠି ଜଳେ। ଏଥିରୁ ଧୂପକାଠିର ଚାହିଦା କେତେ ଅଧିକ ତାହା ଅନୁମେୟ।

ପ୍ର- ଧୂପକାଠି ଶିଳ୍ପରେ ଆପଣ ଜଣେ ପ୍ରମୁଖ ଉଦ୍ୟୋଗୀ। ଏ ଯାତ୍ରା କେତେ ସହଜ ଥିଲା?
ଉ- ଯେକୌଣସି ବ୍ୟବସାୟ ହେଉନା କାହିଁକି, ସବୁଥିରେ ଅନେକ ଆହ୍ବାନ ଦେଇ ଗତି କରିବାକୁ ପଡ଼ିଥାଏ। ସମସ୍ୟା ଆସିବ, ଆମକୁ ତାହାର ମୁକାବିଲା କରିବାକୁ ପଡ଼ିବ। ଏହା ଏକ ନିରନ୍ତର ପ୍ରକ୍ରିୟା। ଏହି ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରତିଦ୍ୱନ୍ଦ୍ୱୀ ରହିଥାନ୍ତି। କଞ୍ଚାମାଲ ଦର ବୃଦ୍ଧି ସମୟରେ ମଧ୍ୟ ଧୂପକାଠିର ଗୁଣବତ୍ତା ଓ ଦାମ୍‌ ସ୍ଥିର ରଖିବା ଆଦୌ ସହଜ ନୁହେଁ। ସରକାରୀ ବ୍ୟବସ୍ଥା ଭିତରେ ବ୍ୟବସାୟ ବୃଦ୍ଧି କରିବା ଜରୁରୀ ହୋଇଥିବାବେଳେ ଆବଶ୍ୟକ ମାନବସମ୍ବଳ ଅଭାବ କାରଣରୁ ଅନେକ ସମୟରେ ସମସ୍ୟା ହୋଇଥାଏ। ମାତ୍ର ତାହାକୁ ଧୈର୍ଯ୍ୟର ସହ ସମାଧାନ କରିଥାଏ।

ପ୍ର- ଧୂପକାଠି ଉପତ୍ାଦନର ପ୍ରକ୍ରିୟା ସମ୍ପର୍କରେ ସଂକ୍ଷେପରେ କହିବେ?
ଉ- ଚାଇନାରୁ ଆସୁଥିବା ବାଉଁଶ କାଠି ଏବଂ ଅନ୍ୟାନ୍ୟ ସାମଗ୍ରୀର ମିଶ୍ରଣକୁ ବୋଳି ଧୂପକାଠି ପ୍ରସ୍ତୁତ କରାଯାଉଛି। ପୂର୍ବରୁ ହାତରେ ଏହି କାମ ହେଉଥିବାବେଳେ ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଉଛୁ। ରାଜ୍ୟ ତଥା ରାଜ୍ୟ ବାହାରେ ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେମାନଙ୍କୁ ଧୂପକାଠି ପାଇଁ ଆବଶ୍ୟକ କଞ୍ଚାମାଲ ଓ ମେଶିନ ଯୋଗାଇଦିଆଯାଏ। ସେମାନେ ପ୍ରସ୍ତୁତ କରୁଥିବା ଧୂପକାଠି ସଂଗ୍ରହ କରି ବଡ଼ ବଡ଼ ଧୂପକାଠି କମ୍ପାନୀ ସହ ସହଭାଗିତାରେ ତାହାକୁ ବିକ୍ରୟ କରିଥାଉ। ତେବେ ପରିମାଣ ତୁଳନାରେ ଆମେ ଉପତ୍ାଦର ମାନ ଉପରେ ବେଶି ଗୁରୁତ୍ୱ ଦେଇଥାଉ।

ପ୍ର- ଯୁବ ଉଦ୍ୟୋଗୀଙ୍କୁ କ’ଣ ବାର୍ତ୍ତା ଦେବେ?
ଉ- ଏହି ବ୍ୟବସାୟରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଯୁବୋଦ୍ୟୋଗୀମାନେ ପ୍ରଥମେ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବା ଦରକାର। ସଫଳତା ରାତାରାତି ମିଳେ ନାହିଁ, ତେଣୁ ସବୁବେଳେ ଧୈର୍ଯ୍ୟର ସହ ଆଗକୁ ବଢ଼ିବା ଉଚିତ। ଏକ ଭଲ ଟିମ୍‌ ଗଢ଼ି ବ୍ୟବସାୟରେ ପାଦ ଦେଲେ ସମସ୍ୟା ସମାଧାନ ସହଜ ହୋଇଯାଇଥାଏ। ଗ୍ରାହକଙ୍କ ଚାହିଦାକୁ ସବୁଠାରୁ ଊର୍ଦ୍ଧ୍ୱରେ ରଖି ନିଜ ଭୁଲ୍‌ରୁ ନିଜେ ଶିଖିବା ଉଚିତ୍‌।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri