ବ୍ୟବସାୟରେ ରାତାରାତି ସଫଳତା ନାହିଁ

ରାଜ୍ୟର ଅଗ୍ରଣୀ ଧୂପକାଠି ଉପତ୍ାଦନକାରୀ ସଂସ୍ଥା ସୋମେନ ଅଗରବତି। ଏହାର ପ୍ରୋପାଇଟର ପ୍ରହଲ୍ଲାଦ ପଲାଇ ଦିନେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ଆରମ୍ଭ କରିଥିଲେ ଧୂପକାଠି ବ୍ୟବସାୟ। ପ୍ରଥମେ ମେନେକା ଅଗରବତି ଓ ପରେ ସୋମେନ ଅଗରବତି ନାମରେ ବ୍ୟବସାୟ କରି ସେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକଙ୍କୁ ଯୋଗାଇ ଦେଉଛନ୍ତି ରୋଜଗାର। ସାରା ଦେଶରେ ବିଶେଷକରି ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ କରୁଥିବା ପ୍ରହଲ୍ଲାଦଙ୍କ ସହ ସ୍ବତନ୍ତ୍ର ଆଲୋଚନା…

ପ୍ର- କେବେ, କିପରି ଧୂପକାଠି ବ୍ୟବସାୟ ପ୍ରତି ମନ ବଳାଇଲେ?
ଉ- ପିଲାଦିନେ ଛତିଶଗଡ଼ରେ ପରିବାର ରହୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ବାଙ୍ଗାଲୋରରେ ଏକ ଧୂପକାଠି ଫ୍ୟାକ୍ଟ୍ରି ପରିଦର୍ଶନ କରିଥିଲି। ଓଡ଼ିଶାରେ ମଧ୍ୟ ଏପରି ଫ୍ୟାକ୍ଟ୍ରି କରିବାକୁ ସେତେବେଳେ ଚିନ୍ତା କରିଥିଲି। ସେ ସମୟରେ ଧୂପକାଠି ତିଆରି ପାଇଁ ମେଶିନ ବ୍ୟବହାର କରାଯାଉ ନ ଥିଲା। ପାଠପଢ଼ା ସମୟରେ ପରିବାରର ସ୍ଥିତି ଏତେ ଭଲ ନ ଥିଲା। ଆର୍ଥିକ ସମସ୍ୟା ମଧ୍ୟରେ ଘରର ଦାୟିତ୍ୱ ମୋ କାନ୍ଧକୁ ଆସିଥିଲା। ତେଣୁ ପଢ଼ିବା ପରେ ପରେ ହିଁ ଚାକିରିରେ ଯୋଗ ଦେଇଥିଲି। ମାତ୍ର ସେଥିରେ ମନ ଲାଗି ନ ଥିଲା। ତେଣୁ ଧୂପକାଠି ବ୍ୟବସାୟ ପାଇଁ ଯୋଜନା କରିଥିଲି, ତାହାକୁ ସଫଳ କରିବାକୁ ଏ ଦିଗରେ ଆଗକୁ ବଢ଼ିଥିଲି।

ପ୍ର- ଓଡ଼ିଶା ବଜାରରେ ଧୂପକାଠିର ଚାହିଦା କିପରି ରହିଛି?
ଉ- ଓଡ଼ିଶାର ଲୋକମାନେ ଖୁବ୍‌ ଈଶ୍ୱର ବିଶ୍ୱାସୀ। ଈଶ୍ୱର ଯେଉଁଠି, ଧୂପକାଠି ସେଇଠି। ଓଡ଼ିଶାର ପ୍ରତି ଘରେ ସକାଳେ ସନ୍ଧ୍ୟାରେ ଧୂପକାଠି ଜଳେ। ଏଥିରୁ ଧୂପକାଠିର ଚାହିଦା କେତେ ଅଧିକ ତାହା ଅନୁମେୟ।

ପ୍ର- ଧୂପକାଠି ଶିଳ୍ପରେ ଆପଣ ଜଣେ ପ୍ରମୁଖ ଉଦ୍ୟୋଗୀ। ଏ ଯାତ୍ରା କେତେ ସହଜ ଥିଲା?
ଉ- ଯେକୌଣସି ବ୍ୟବସାୟ ହେଉନା କାହିଁକି, ସବୁଥିରେ ଅନେକ ଆହ୍ବାନ ଦେଇ ଗତି କରିବାକୁ ପଡ଼ିଥାଏ। ସମସ୍ୟା ଆସିବ, ଆମକୁ ତାହାର ମୁକାବିଲା କରିବାକୁ ପଡ଼ିବ। ଏହା ଏକ ନିରନ୍ତର ପ୍ରକ୍ରିୟା। ଏହି ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରତିଦ୍ୱନ୍ଦ୍ୱୀ ରହିଥାନ୍ତି। କଞ୍ଚାମାଲ ଦର ବୃଦ୍ଧି ସମୟରେ ମଧ୍ୟ ଧୂପକାଠିର ଗୁଣବତ୍ତା ଓ ଦାମ୍‌ ସ୍ଥିର ରଖିବା ଆଦୌ ସହଜ ନୁହେଁ। ସରକାରୀ ବ୍ୟବସ୍ଥା ଭିତରେ ବ୍ୟବସାୟ ବୃଦ୍ଧି କରିବା ଜରୁରୀ ହୋଇଥିବାବେଳେ ଆବଶ୍ୟକ ମାନବସମ୍ବଳ ଅଭାବ କାରଣରୁ ଅନେକ ସମୟରେ ସମସ୍ୟା ହୋଇଥାଏ। ମାତ୍ର ତାହାକୁ ଧୈର୍ଯ୍ୟର ସହ ସମାଧାନ କରିଥାଏ।

ପ୍ର- ଧୂପକାଠି ଉପତ୍ାଦନର ପ୍ରକ୍ରିୟା ସମ୍ପର୍କରେ ସଂକ୍ଷେପରେ କହିବେ?
ଉ- ଚାଇନାରୁ ଆସୁଥିବା ବାଉଁଶ କାଠି ଏବଂ ଅନ୍ୟାନ୍ୟ ସାମଗ୍ରୀର ମିଶ୍ରଣକୁ ବୋଳି ଧୂପକାଠି ପ୍ରସ୍ତୁତ କରାଯାଉଛି। ପୂର୍ବରୁ ହାତରେ ଏହି କାମ ହେଉଥିବାବେଳେ ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଉଛୁ। ରାଜ୍ୟ ତଥା ରାଜ୍ୟ ବାହାରେ ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେମାନଙ୍କୁ ଧୂପକାଠି ପାଇଁ ଆବଶ୍ୟକ କଞ୍ଚାମାଲ ଓ ମେଶିନ ଯୋଗାଇଦିଆଯାଏ। ସେମାନେ ପ୍ରସ୍ତୁତ କରୁଥିବା ଧୂପକାଠି ସଂଗ୍ରହ କରି ବଡ଼ ବଡ଼ ଧୂପକାଠି କମ୍ପାନୀ ସହ ସହଭାଗିତାରେ ତାହାକୁ ବିକ୍ରୟ କରିଥାଉ। ତେବେ ପରିମାଣ ତୁଳନାରେ ଆମେ ଉପତ୍ାଦର ମାନ ଉପରେ ବେଶି ଗୁରୁତ୍ୱ ଦେଇଥାଉ।

ପ୍ର- ଯୁବ ଉଦ୍ୟୋଗୀଙ୍କୁ କ’ଣ ବାର୍ତ୍ତା ଦେବେ?
ଉ- ଏହି ବ୍ୟବସାୟରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଯୁବୋଦ୍ୟୋଗୀମାନେ ପ୍ରଥମେ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବା ଦରକାର। ସଫଳତା ରାତାରାତି ମିଳେ ନାହିଁ, ତେଣୁ ସବୁବେଳେ ଧୈର୍ଯ୍ୟର ସହ ଆଗକୁ ବଢ଼ିବା ଉଚିତ। ଏକ ଭଲ ଟିମ୍‌ ଗଢ଼ି ବ୍ୟବସାୟରେ ପାଦ ଦେଲେ ସମସ୍ୟା ସମାଧାନ ସହଜ ହୋଇଯାଇଥାଏ। ଗ୍ରାହକଙ୍କ ଚାହିଦାକୁ ସବୁଠାରୁ ଊର୍ଦ୍ଧ୍ୱରେ ରଖି ନିଜ ଭୁଲ୍‌ରୁ ନିଜେ ଶିଖିବା ଉଚିତ୍‌।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର କେଭି ପାଇଁ ୭ ପିଜିଟି ଶିକ୍ଷକ ଅନୁମୋଦନ, + ୨ ଖୋଲିବା ନେଇ ଅଧ୍ୟକ୍ଷ…

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ…

ଇରାନ-ଆମେରିକା ମଧ୍ୟରେ ହୋଇଗଲା ଡିଲ? କାମ ଦେଲା କି ପାକିସ୍ତାନର ମଧ୍ୟସ୍ଥତା?

ତେହରାନ୍‌,୩୦।୩: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଯୋଗୁ, ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି, ଯାହା ସିଧାସଳଖ ସାମୁଦ୍ରିକ ଯାତାୟାତକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତି ମଧ୍ୟରେ,…

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ନୂଆ ବୟାନ ଜାରି କଲେ ମୋଜତାବା ଖାମେନେଇ; ଜାଣନ୍ତୁ ସେ କାହାକୁ ଦେଲେ ଧନ୍ୟବାଦ

ତେହରାନ୍‌,୩୦।୩: ଏକ ଲିଖିତ ବାର୍ତ୍ତାରେ, ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ ପାଇଁ ଇରାକର ଜନସାଧାରଣଙ୍କ ପ୍ରତି…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

‘ପାକିସ୍ତାନ ଉପରେ ଆମେରିକା-ଇରାନର ଭରସା…,’ ବିବାଦ ମଧ୍ୟରେ ପାକିସ୍ତାନର ଆଶ୍ଚର୍ଯ୍ୟଜନକ ଦାବି

ଇସଲାମାବାଦ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ କହିଛି ଯେ ଆମେରିକା ଏବଂ ଇରାନ ଉଭୟ ମଧ୍ୟସ୍ଥତା ଭାବରେ ଏହାର ଭୂମିକା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି।…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri