ସରପ୍ଲସ୍‌ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି

ଲୋଇସିଂହା,୯।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭାଟ ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମାଟି ପୁନରୁଦ୍ଧାର ଓ ସରପ୍ଲସ୍‌ କାମ ପାଇଁ ଟେଣ୍ଡର ହୋଇଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଟେଣ୍ଡର ବାତିଲ ହୋଇଯାଇଛି। ୨ ବର୍ଷ ବିତିଯାଇଥିଲେ ବି ସାନିଟେଣ୍ଡର କରାଯାଇନାହିଁ। ପ୍ରକଳ୍ପରେ ଜଳ ଧାରଣ କ୍ଷମତା ବଢାଇବା ପାଇଁ ହେବାକୁ ଥିବା ସରପ୍ଲସ କାମ ହୋଇପାରିନାହିଁ। ଫଳରେ ବିଗତ ୩ ବର୍ଷ ହେଲା ଖରିଫ ଚାଷର ଶେଷ ମୁହୂର୍ତ୍ତରେ ପାଣି ଅଭାବରୁ ଆଗଲପୁର ବ୍ଲକର ୭ ପଞ୍ଚାୟତ ଓ ସୋନପୁର ବ୍ଲକର କେତେକ ପଞ୍ଚାୟତର ଚାଷୀ କ୍ଷତି ସହି ଆସୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୧୯୭୬ ମସିହାରେ ଗାଈଖାଇ ଜଳସେଚନ ପ୍ରକଳ୍ପ କାମ ହୋଇଥିଲା। ଉକ୍ତ ପ୍ରକଳ୍ପରୁ ଅଙ୍ଗ କେନାଲ ମାଧ୍ୟମରେ ଆଗଲପୁର ବ୍ଲକ ଲୁହୁରାମୁଣ୍ଡା, ସାଲେଭଟା, ମୁରୁସୁଣ୍ଡି, କୁଟାସିଂହା, ବକଟି ପଟୁଆପାଲି ପଞ୍ଚାୟତ ଏବଂ ସୁବର୍ଣ୍ଣପୁର ଜିଲାର ୧୨ହଜାର ହେକ୍ଟର ଜମିକୁ ଜଳସେଚନ ହେଉଛି। ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପରେ ପଟୁମାଟି ଜମାହୋଇ ଜଳ ଧାରଣ କ୍ଷମତା କମି ଯାଇଥିଲା। ଦୁଇବର୍ଷ ପୂର୍ବେ ପ୍ରକଳ୍ପର ମାଟି ପୁନରୁଦ୍ଧାର ପାଇଁ ୪ କୋଟି ୩୯ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ହେଲେ ସେତେବେଳେ ଅନୁଦାନ ମୁତାବକ ସନ୍ତୋଷଜନକ କାମ ହୋଇ ନ ଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଅନୁଦାନ ଆମତ୍ସାତ ହୋଇଥିବା ନେଇ ଆଲୋଚନା ହେଉଛି। ପରବର୍ତ୍ତି ସମୟରେ ପୁଣି ୧କୋଟି ୨୦ ଲକ୍ଷ ଅନୁଦାନ ମିଳିଥିଲା। ଉକ୍ତ ଅନୁଦାନରେ ମାଟି ପୁନରୁଦ୍ଧାର ଓ ସରପ୍ଲସ୍‌ କାମ ରହିଥିଲା। ସେତେବେଳେ ସରପ୍ଲସ କାମ ହୋଇପାରି ନ ଥିଲା ା ୧୫ ଜୁନ ୨୦୨୧ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ନ ହେବାରୁ ଟେଣ୍ଡର ବାତିଲ ହୋଇଯାଇଥିଲା। ଏହାପରଠାରୁ ସାନିଟେଣ୍ଡର ହୋଇପାରିନାହିଁ। ତେଣୁ ସରପ୍ଲସ ଉଚ୍ଚତା ବଢାଯାଇ ନ ଥିବାରୁ ବର୍ଷା ଦିନରେ ପ୍ରକଳ୍ପରେ ପାଣି ସଂରକ୍ଷଣ ହୋଇ ନ ରହି ଅଯଥାରେ ବୋହି ଯାଉଛି। ଫଳରେ ଖରିଫ ଚାଷ ବେଳେ ଶେଷ ପର୍ଯ୍ୟାୟରେ ପାଣି ନିଅଣ୍ଟିଆ ପଡୁଥିବାରୁ ଆଗଲପୁର ବ୍ଲକର ୭ ପଞ୍ଚାୟତ ୧୨ ହଜାର ହେକ୍ଟର ଓ ସୁବର୍ଣ୍ଣପୁର ଜିଲାର ୧୨ ହଜାର ହେକ୍ଟର ଖରିଫ ଚାଷ ପ୍ରଭାବିତ ହେଉଛି। ପ୍ରକଳ୍ପରେ ଆହୁରୀ ୪ ଫୁଟ ପାଣି କ୍ଷମତା ବଢାଇବା ପାଇଁ ସରପ୍ଲସ ନିର୍ମାଣ ପାଇଁ ସାନି ଟେଣ୍ଡର କରିବାକୁ ଚାଷୀନେତା ଦିଲୀପ ବାରିକ ଦାବି କରିଛନ୍ତି। ଏହା ହେଲେ ଖରିଫରେ ଆଉ ପାଣି ନିଅଣ୍ଟିଆ ପଡିବ ନାହିଁ। ଲୁହୁରାମୁଣ୍ଡା ଏବଂ ସାଲେଭଟା ପଞ୍ଚାୟତରେ ରବିରେ ଧାନଚାଷ ହୋଇପାରିବ ବୋଲି ସେ କହିଛନ୍ତି। ଏଦିଗରେ ଯୁଦ୍ର ଜଳସେଚନ ବିଭାଗ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri