ଜଳସେଚନ ସୁବିଧା ନାହିଁ, ଉଜୁଡୁଛି ଫସଲ

ବେଗୁନିଆ,୧୦।୧୧(ହର ପ୍ରସନ୍ନ ପଣ୍ଡା): ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଚାଷଜମିକୁ ଜଳସେଚନ ପାଇଁ ପ୍ରଶାସନିକସ୍ତରରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ସରକାରଙ୍କ ଧାର୍ଯ୍ୟ ନିୟମ ଅନୁଯାୟୀ ଏହି ବ୍ଲକ ଅଞ୍ଚଳର ଚାଷୀଙ୍କ ହିତରେ ୩୩% ଜମିରେ ଜଳସେଚନ ବ୍ୟବସ୍ଥା ରହିବା ପରିବର୍ତ୍ତେ ଏବେ ୧୬.୧୩% ହୋଇଛି। ଯେତିକି ହୋଇଛି ତାହା ମଧ୍ୟ ବହୁ ଚାଷୀଙ୍କ ହିତରେ ଲାଗୁନି। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ନିଅଣ୍ଟିଆ ବର୍ଷା ଯୋଗୁ ଚଳିତବର୍ଷ ଖରିଫ ଚାଷ ବାଧାପ୍ରାପ୍ତ ହୋଇଛି। ଜମିରେ ପାଣି ନ ଥିବାରୁ ଧାନ ଫସଲ ଉଜୁଡି ଯାଉଥିବା ବେଳେ ଆଗକୁ ରବି ଫସଲକୁ ନେଇ ଆଶଙ୍କା ଦେଖାଯାଇଛି।
ସୂଚନାଥାଉ କି, ଚଳିତବର୍ଷ ଖରିଫ ଚାଷ କାମ ଆରମ୍ଭରୁ ଆବଶ୍ୟକତାଠାରୁ ୧୬ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ ଭାଦ୍ରବ ମାସରେ ସ୍ବାଭାବିକ ବର୍ଷା ହେବାରୁ ଧାନଚାଷ ଆଗେଇଥିଲା। ପୁଣି ଆଶ୍ୱିନ ମାସ ଆରମ୍ଭରୁ ବର୍ଷା ହେଉନାହିଁ। ଜଳସେଚନର ସୁବିଧା ନ ଥିବା ଓ ବର୍ଷା ଅଭାବରୁ ୮୦% ଜମିରେ ଧାନଥୋଡ଼ ଶୁଖିଗଲାଣି। ଫଳରେ ମରୁଡ଼ି ପରିସ୍ଥିତି ଉପୁଜିଛି। ଅନ୍ୟପଟେ ବେଗୁନିଆ ବ୍ଲକ ଅଞ୍ଚଳକୁ ମରୁଡ଼ି ଘୋଷଣା ଦାବିରେ କିଛିଦିନ ପୂର୍ବେ ଜିଲାପାଳ, ବିଭାଗୀୟ ଅଧିକାରୀଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ସ୍ଥାୟୀ ଜଳସେଚନର ବ୍ୟବସ୍ଥା ଥିଲେ ଫସଲ ନଷ୍ଟ ହୋଇ ନ ଥା’ନ୍ତା ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଇଛି। ଗତ ଅଗଷ୍ଟ ୨୨ରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବେଗୁନିଆକୁ ଆସିଥିବା ବେଳେ ଚାଷୀଙ୍କ ହିତରେ ଜଳସେଚନ ଯୋଜନା ପ୍ରତି ଗୁରୁତ୍ୱ ଦେବାକୁ ସ୍ଥାନୀୟ ବିଧାୟକ ଓ ୨୧ ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଥାଇ ଏକ ନିବେଦନପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ଜିଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୌଣସି ପଦକ୍ଷେପ ନ ନିଆଯିବାରୁ ଚାଷୀ ଦିନବନ୍ଧୁ ବିଶ୍ବାଳ, ରାମଚନ୍ଦ୍ର ବେହେରା, ବଳରାମ ନାୟକଙ୍କ ସମେତ ବହୁ ଚାଷୀ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ଏହି ବ୍ଲକର ୮୦% ଲୋକେ ଚାଷ ଉପରେ ନିର୍ଭର କରନ୍ତି। ଧାନ ଓ ରବି ଫସଲକୁ ଗୁରୁତ୍ୱ ଦିଆଯାଇଥାଏ। ଜଳସେଚନର ସେଭଳି ସୁବିଧା ନ ଥିବାରୁ ଚାଷୀମାନେ ବର୍ଷା ଉପରେ ନିର୍ଭର କରିଥା’ନ୍ତି। ଏହି ବ୍ଲକ ଅଞ୍ଚଳର ସରକାରଙ୍କ ପକ୍ଷରୁ ଚାଷୀଙ୍କ ହିତରେ ୬୨ଟି କେନାଲ,୨୪୨ ଲିଫ୍ଟ ପଏଣ୍ଟ, ଡଗ୍‌ ଓ୍ବେଲ ୧୧୮ଟି ଏବଂ ଅନ୍ୟାନ୍ୟ ୨୬ଟି ସେଚକେନ୍ଦ୍ରର ବ୍ୟବସ୍ଥା ହୋଇଛି। ସେହିପରି ବେସରକାରୀ ସେଚ ପ୍ରକଳ୍ପ ୩୧ଟି, ଲିଫ୍ଟ ପଏଣ୍ଟ ୧୬୯ଟି ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ସରକାରଙ୍କ ଧାର୍ଯ୍ୟ ୩୩ ଶତକଡା ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ୧୬.୩% ବାସ୍ତବରେ ହେଉଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବିଭାଗୀୟ ପରିଚାଳନା ତ୍ରୁଟି ଯୋଗୁ ସେଚ ପଏଣ୍ଟ ଅଚଳ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri