ଗୃହ ନାହିଁ, ସରପଞ୍ଚଙ୍କ ଘରେ ଚାଲିଛି ଅଫିସ କାମ

ପ୍ରୀତିପୁର,୧୯ା୧୨(ଡି.ଏନ୍‌.ଏ):ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ହଳଦିଡିହ ପଞ୍ଚାୟତ ଗଠନର ୨୦ ବର୍ଷ ପରେ ମଧ୍ୟ ଏଠାରେ ଅଫିସ ଗୃହ ନିର୍ମାଣ ହୋଇ ପାରିନାହିଁ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଅବହେଳାକୁ ଲୋକେ ସହଜେ ଗ୍ରହଣ କରି ପାରିନାହାନ୍ତି। ୨୦୦୨ରେ ଆଉଁରୀ ପଞ୍ଚାୟତରୁ ପୃଥକ୍‌ ହୋଇ ହଲଦିଡିହ ଏକ ନୂତନ ପଞ୍ଚାୟତ ଭାବେ ମାନ୍ୟତା ପାଇଥିଲା। ଇତି ମଧ୍ୟରେ ୨୦୦୨, ୨୦୦୭, ୨୦୧୨, ୨୦୧୭ ଏବଂ ୨୦୨୨ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସରପଞ୍ଚ ଓ ସମିତିସଭ୍ୟମାନେ ନିର୍ବାଚିତ ହୋଇଛନ୍ତି। ହଳଦିଡିହ, ଫଳପୁର, ଚମ୍ପାପାଳ, ଗୁହାଳୀ, ଅଣ୍ଢାଳ ଆଦି ରାଜସ୍ବ ଗ୍ରାମକୁ ନେଇ ଏହି ପଞ୍ଚାୟତ ଗଠିତ ହୋଇଛି। ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଥିବା ଏହି ପଞ୍ଚାୟତଟି ସର୍ବଦା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ । ଚାଷ ଓ ଗୋପାଳନ ନିମନ୍ତେ ନିର୍ଭରଶୀଳ ଉକ୍ତ ପଞ୍ଚାୟତର ଜନସାଧାରଣ ପ୍ରତି ବର୍ଷ ଖରସ୍ରୋତାର ଶାଖାନଦୀ ନୂଆମାହାରାର ବନ୍ୟାଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାନ୍ତି। ଫଳରେ ବନ୍ୟା ସମୟରେ ରିଲିଫ୍‌ ସାମଗ୍ରୀଠାରୁ ଆରମ୍ଭ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ଆବେଦନ କରିବାକୁ ପଞ୍ଚୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। ମାତ୍ର ଏଠାରେ ପଞ୍ଚାୟତ କାର୍ଯ୍ୟାଳୟ ନ ଥିବା ଯୋଗୁ ଜନସାଧାରଣ ନାହିନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ସରପଞ୍ଚ ନିର୍ବାଚିତ ହେଉଛନ୍ତି ସେମାନ ନିଜ ଘରେ କାର୍ଯ୍ୟାଳୟ ଚଳାଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ପକ୍ଷରୁ ପ୍ରାୟ ୨ ବର୍ଷ ତଳେ ଫଳପୁର ଗ୍ରାମଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ହୋଇଥିଲା ା ହେଲେ କୌଣସି ବାଦବିବାଦ ଯୋଗୁ ଅର୍ଦ୍ଦନିର୍ମିତ ଅବସ୍ଥାରେ ପଡିରହିଛି। ଏ ସଂକ୍ରାନ୍ତରେ ସରପଞ୍ଚ ଅନୂପମା ନାୟକଙ୍କୁ ପଚାରିବାରୁ ଜମି ଚିହ୍ନଟ ବିବାଦ ଯୋଗୁ ପଞ୍ଚାୟତ କାର୍ଯ୍ୟାଳୟ ଅଧପନ୍ତରିଆ ଭାବେ ପଡିରହିଛି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri