ବର୍ଷାକୁ ନାହିଁ ଭରସା

ଅନୁଗୋଳ ଅଫିସ, ୩୦ା୭ କଥାରେ ଅଛି ଆଷାଢ଼-ଶ୍ରାବଣ, ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ହେଲେ ଆଷାଢ଼ ଯାଇ ଶ୍ରାବଣ ଆରମ୍ଭ ହୋଇଥିଲେ ମଧ୍ୟ ଅନୁଗୋଳ ଜିଲାରେ ସ୍ବାଭାବିକ ହୋଇପାରୁନି କୃଷି କାର୍ଯ୍ୟ। ଆବଶ୍ୟକ ବୃଷ୍ଟିର ଅଧା ବି ଏଯାଏ ହୋଇ ନ ଥିବାରୁ ରୁଆ ଉପୁଡ଼ା ଜିଲାରେ ଆଗେଇପାରୁ ନାହିଁ। ଲଘୁଚାପ ଯୋଗୁ ଆସନ୍ତା ୪ ତାରିଖ ଯାଏ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଏହା ଚାଷୀଙ୍କ ମନରେ ଆଶା ଭରିପାରୁ ନାହିଁ। କାରଣ ଗତବର୍ଷ ଏହି ସମୟରେ ଚାଷୀ ହତାଶ ହୋଇଥିବାରୁ ଚଳିତବର୍ଷ ବର୍ଷା ଉପରେ ବିଶ୍ୱାସ ରଖିପାରୁ ନାହିଁ। ଫଳରେ ଜିଲାର ୮ଟି ଯାକ ବ୍ଲକରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି।
କୃଷି ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ସୁଦ୍ଧା ଅନୁଗୋଳ ଜିଲାରେ ୩୪୭ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଅଦ୍ୟାବଧି ମାତ୍ର ୧୫୭.୮୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଗତବର୍ଷ ୨୩୮.୦୮ ମି.ମି. ତୁଳନାରେ ବହୁ କମ୍‌। ଚଳିତ ଲଘୁଚାପଜନିତ ବର୍ଷା ପରେ ଉକ୍ତ ପରିମାଣ ୨ଶହ ମିଲିମିଟର ହୋଇପାରେ। ତଥାପି ଏହା ଚାଷ କାର୍ଯ୍ୟକୁ ସ୍ବାଭାବିକ କରିପାରିବ ନାହିଁ। ଜିଲାର ପାଲଲହଡ଼ାରେ ସର୍ବାଧିକ ୨୪୩ ମି.ମି. ବର୍ଷା ହୋଇଛି। ବଅଁରପାଳରେ ୨୩୧ ମି.ମି., କିଶୋରନଗରରେ ୨୨୪.୮ ମି.ମି., ତାଳଚେରରେ ୨୨୪ ମି.ମି., କଣିହଁାରେ ୨୦୯ ମି.ମି., ଅନୁଗୋଳରେ ୧୯୭.୪ ମି.ମି., ଆଠମଲ୍ଲିକରେ ୧୬୪.୩ ମି.ମି. ଓ ଛେଣ୍ଡିପଦାରେ ସବୁଠୁ କମ୍‌ ୧୩୦ ମି.ମି. ବର୍ଷା ହୋଇଛି। ଚଳିତବର୍ଷ ଜିଲାରେ ମୋଟ୍‌ ୮୬ ହଜାର ୪୫ ହେକ୍ଟର ଜମିରେ ଖରିଫ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଅନିୟମିତ ବୃଷ୍ଟିପାତ ଯୋଗୁ ସେହି ଲକ୍ଷ୍ୟ ଏବେ ୪୬ ହଜାର ୯୮୫ ହେକ୍ଟରରେ ଯାଏ ପହଞ୍ଚିପାରିଛି। ଅନୁଗୋଳ ବ୍ଲକରେ ୧୨ ହଜାର ୨୧୦ ହେକ୍ଟର ମଧ୍ୟରୁ ଅଦ୍ୟାବଧି ୩ ହଜାର ୮୧୭ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରିଛି। ସେହିପରି ବଅଁରପାଳ ବ୍ଲକରେ ୧୦ ହଜାର ୬୭୫ ହେକ୍ଟର ମଧ୍ୟରୁ ୪ ହଜାର ୫୬୭ ହେକ୍ଟର, ଛେଣ୍ଡିପଦାରେ ୧୨ ହଜାର ୪୬୩ ହେକ୍ଟରରୁ ୬ ହଜାର ୭୫୪ ହେକ୍ଟର, ଆଠମଲ୍ଲିକରେ ୧୨ ହଜାର ୧୮୬ରୁ ୬ ହଜାର ୮୯୦ ହେକ୍ଟର, କିଶୋରନଗରରେ ୮ ହଜାର ୪୩୨ରୁ ୩ ହଜାର ୫୩୫ ହେକ୍ଟର, ତାଳଚେରରେ ୭ ହଜାର ୫୪୦ରୁ ୫ ହଜାର ୮୮୭ ହେକ୍ଟର, କଣିହଁାରେ ୧୨ ହଜାର ୧୭୯ରୁ ୭ ହଜାର ୩୫୮ ହେକ୍ଟର, ପାଲଲହଡ଼ାରେ ୧୦ ହଜାର ୩୬୦ରୁ ୮ ହଜାର ୧୭୭ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସରିଛି। ଜିଲାର କେତେକ ସ୍ଥାନରେ କମ୍‌ ବୃଷ୍ଟିପାତ ନେଇ ସରକାରଙ୍କୁ ପୂର୍ବରୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଅଧିକ ବର୍ଷା ହୋଇ ନ ଥିଲେ କିଛି ବ୍ଲକରେ ଧାନ ସ୍ଥାନରେ ମୁଗ ଓ ବିରି ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯିବାକୁ ପ୍ରସ୍ତୁତି କରାଯାଉଥିଲା। ରାଜ୍ୟ କୃଷି ବିଭାଗର ଉପନିର୍ଦ୍ଦେଶକ ମଧ୍ୟ ଅନୁଗୋଳ ଗସ୍ତରେ ଆସି କେତେକ ବ୍ଲକରେ ସ୍ଥିତି ଅନୁଧ୍ୟାନ କରିଥିଲେ। ହେଲେ ଲଘୁଚାପଜନିତ ବର୍ଷା ହେଉଥିବାରୁ ଚାଷ ସ୍ଥିତି ସୁଧୁରିଯିବାର ଆଶା କରାଯାଉଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।
ପାଣି ନ ଥିବାରୁ ଉଜୁଡ଼ିଗଲା
ଆବଶ୍ୟକ ବର୍ଷା ଅଭାବରୁ ଜମିରେ ପାଣି ନାହିଁ। ତେଣୁ ଚଳିତବର୍ଷ ଚାଷ ଅବସ୍ଥା କ’ଣ ହେବ, ତାହା ଚାଷୀମାନେ ଭାବିପାରୁ ନାହାନ୍ତି। ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫସଲ ବଞ୍ଚିବ କି ମରିବ ତାହା କାହାକୁ ଜଣାନାହିଁ। ତେଣୁ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଇଛୁ।
-ପାପୁନ୍‌ ସାହୁ
ଚାରବାଟି, ଛେଣ୍ଡିପଦା
ମେଘୁଆ ପାଗ ଦେଉଛି ଆଶ୍ୱାସନା
ମାସେ ହେଲାଣି ବର୍ଷା ସେପରି ନାହିଁ। ଖରା ଅଧିକ ହେଉଥିବାରୁ ବିଲ ଶୁଖିଯାଉଛି। ଆଷାଢ଼ ମାସରେ ଏପରି ସ୍ଥିତି ଯୋଗୁ ଚାଷ ଜିଲାରେ କାର୍ଯ୍ୟ ପଛେଇ ଚାଲିଛି। ଦୁଇ ଦିନ ହେଲା ଲଘୁଚାପ ଯୋଗୁ କିଛି କିଛି ବର୍ଷା ହେଉଛି। ପାଗ ମେଘଯୁକ୍ତ ରହୁଛି। ଏହା ଚାଷୀ ଭାଇମାନଙ୍କ ମନରେ ଆଶ୍ୱାସନା ଦେଉଛି।
-ରମାକାନ୍ତ ସାହୁ
ପାଣିହରା, ଖମାର
ମରୁଡ଼ି ଆଶଙ୍କାରେ ନିଦ ହଜିଗଲାଣି
ଆଷାଢ଼ ଆରମ୍ଭରୁ ତଳି ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରେ ବର୍ଷା ଠିକ୍‌ ଭାବେ ହେଲାନାହିଁ। ତେଣୁ ରୁଆ କାର୍ଯ୍ୟ ଆଗେଇପାରୁ ନାହିଁ। ଆଗାମୀ ଦିନରେ ଯଦି ଏପରି ଅନିୟମିତ ବର୍ଷା ହୁଏ ତା’ହେଲେ ମରୁଡ଼ି ଆଶଙ୍କା ଦେଖାଦେଇପାରେ। ସେଥିପାଇଁ ଜିଲାର ଚାଷୀମାନଙ୍କ ଆଖିରୁ ନିଦ ହଜିଗଲାଣି।
-ହାଡ଼ିବନ୍ଧୁ ସାହୁ
ବରସାହି, ଛେଣ୍ଡିପଦା
ଅଧିକ ସମସ୍ୟା ହେବ ନାହିଁ
ଅନୁଗୋଳ ଜିଲାରେ ମାସେ ହେଲା ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତାଶ କରିଥିଲା। ହେଲେ କିଛି ଦିନ ହେବ ଅଳ୍ପ ଅଳ୍ପ ବର୍ଷା ହେଉଥିବାରୁ ଚାଷରେ ଅଧିକ ସମସ୍ୟା ରହିବ ନାହିଁ। ତେଣୁ ଚାଷୀ ଭାଇମାନେ ଯଥାଶୀଘ୍ର ବେଉଷଣ ଓ ରୁଆପୋତା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ।
-ଦେବରାଜ ମହାନ୍ତି, ଜିଲା ମୁଖ୍ୟ କୃଷି ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri