କ୍ୱାର୍ଟର୍ସ ଦୁଆର ମାଡୁନାହାନ୍ତି ବନରକ୍ଷୀ

ନୂଆଗାଁ,୩୦।୧୦ (ଧନେଶ୍ୱର ସାହୁ): ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ସ ରହିଛି। ନିଜ କାର୍ଯ୍ୟକ୍ଷେତ୍ର ନିକଟରେ ସରକାରୀ କର୍ମଚାରୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ କେତେଜଣ କର୍ମଚାରୀ ଏହାର ଫାଇଦା ନେବା ବଦଳରେ ସେହି କ୍ୱାର୍ଟର୍ସର ଦୁଆର ମାଡ଼ୁ ନାହାନ୍ତି ।ଏହାକୁ ନେଇ ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲିଠାରେ ଥିବା ମକରାପଲି ବନରକ୍ଷୀଙ୍କ କ୍ୱାର୍ଟର୍ସକୁ ନେଇ ବିବାଦ ଆରମ୍ଭ ହୋଇଛି । କ୍ୱାର୍ଟର୍ସ ନିର୍ମାଣ କରାଯାଇଥିଲେ ମଧ୍ୟ ବନରକ୍ଷୀ କ୍ୱାର୍ଟର୍ସରେ ରହୁ ନ ଥିବା ଅଭିଯୋଗ ହେଉଛି।
ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଓ ଓଡ଼ଗାଁ ବନାଞ୍ଚଳକୁ ଲାଗି ରହିଛି ଗଞ୍ଜାମ ଜିଲା ସୀମା । ନୂଆଗାଁ ବ୍ଲକ କାପ୍ତାପଲି ପଞ୍ଚାୟତ ଓ ଓଡ଼ଗାଁ ବନାଞ୍ଚଳ ଅଧୀନରେ ଥିବା ମକରାପଲିକୁ ଘେରି ରହିଛି ବିଶାଳ ଘଞ୍ଚ ଜଙ୍ଗଲ । ସେହି ଜଙ୍ଗଲରେ ପୂରି ରହିଛି ଶାଳ, ପିଆଶାଳ, କୁରୁମ, ଶିଶୁ ଭଳି ଅନେକ ମୂଲ୍ୟବାନ ଗଛ । ସେଗୁଡିକର ସୁରକ୍ଷା ପାଇଁ ବାହାଡାଝୋଲା ଫରେଷ୍ଟ ସେକ୍ସନ ଅଧୀନରେ ମକରାପଲି ବନରକ୍ଷୀଙ୍କୁ ନିୟୋଜିତ କରାଯାଇଛି । ତେଣୁ ଜଙ୍ଗଲକୁ ସୁରକ୍ଷା ଦେବା ସୁବିଧା ଦୃଷ୍ଟିରୁ ମକରାପଲି ବନରକ୍ଷୀଙ୍କ ନିମନ୍ତେ ମହିପୁର ବନାଞ୍ଚଳ ଗୁମୀ ଫରେଷ୍ଟ ସେକ୍ସନର କାପ୍ତାପଲି ବନରକ୍ଷୀ କ୍ୱାର୍ଟର୍ସ ପରିସରରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ କାମ୍ପା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ କ୍ୱାର୍ଟର୍ସ ନିର୍ମାଣ କରାଯାଇଛି । ଉକ୍ତ କ୍ୱାର୍ଟର୍ସକୁ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ଓଡ଼ଗାଁ ରେଞ୍ଜର ନିଖିଲେଶ ମଲିକ ୨୦୨୩ ଏପ୍ରିଲ ୧୩ରେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନକୁ ୬ ମାସ ବିତି ଯାଇଥିଲେ ମଧ୍ୟ ବନରକ୍ଷୀ ସେଠାରେ ରହିବା ତ ଦୂରର କଥା ଉକ୍ତ କ୍ୱାର୍ଟର୍ସ ଦୁଆର ମାଡି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମକରାପଲି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନରକ୍ଷୀ ବାହାଡାଝୋଲାଠାରେ ରହୁଥିବାରୁ ଏହାର ସୁଯୋଗ ନେଇ କାଠ ଚୋରା ଚାଲାଣକାରୀ ଓ ଶିକାରୀମାନେ ଅବାଧରେ ଜଙ୍ଗଲ ଲୁଟୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଅଧିକାଂଶ ସମୟରେ ମୂଲ୍ୟବାନ କାଠ ଓ ବନ୍ୟଜନ୍ତୁ ମାଂସ ବାହାଡାଝୋଲା ଆଖପାଖ ଅଞ୍ଚଳ ଓ ଗଞ୍ଜାମ ଜିଲାକୁ ରପ୍ତାନି ହେଉଥିବା ଅଭିଯୋଗ ହେଉଛି ।
ଏ ସଂକ୍ରାନ୍ତରେ ମକରାପଲି ବନରକ୍ଷୀ ସୁନୀଲ କୁମାର ନାୟକଙ୍କୁ ପଚାରିିବାରେ ସେ କ୍ୱାର୍ଟର୍ସରେ ରହୁ ନ ଥିବା ସ୍ବୀକାର କରିବା ସହ ଯେଉଁଠାରେ କ୍ୱାର୍ଟର୍ସ ନିର୍ମାଣ କରାଯାଇଛି ସେଠାରେ ମୋବାଇଲ ନେଟଓ୍ବର୍କ ନାହିଁ । ତା’ଛଡା ବାହାଡାଝୋଲାରେ ରହିଲେ ମୁଁ ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଇ ପାରୁଛି ବୋଲି କହିଛନ୍ତି। ମୁଁ ଏଠାରେ ନୂଆ କରି ଯୋଗ ଦେଇଛି । ଏ ବାବଦରେ ବନରକ୍ଷୀଙ୍କୁ ପଚାରି ବୁଝିବି ବୋଲି କହିଛନ୍ତି ବାହାଡାଝୋଲା ଫରେଷ୍ଟର ମନୋଜ କୁମାର ସେଠୀ । ନୟାଗଡ଼ ଡିଏଫ୍‌ଓ ଷଡ଼ଙ୍ଗୀ ଓ ଓଡ଼ଗାଁ ରେଞ୍ଜର ନିଖିଲେଶ ମଲିକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଡିଏଫ୍‌ଓଙ୍କୁ ମେସେଜ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ପ୍ରତ୍ୟୁତ୍ତର ମିଳି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ସ୍ଥାନିତ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri