ଶୌଚାଳୟ, ପାନୀୟ ଜଳର ସୁବିଧା ନାହିଁ

ପଟ୍ଟାମୁଣ୍ଡାଇ, ୬।୯(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ନୂତନ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଉପରେ ନିର୍ଭରଶୀଳ ୩୧ ପଞ୍ଚାୟତର ୧୫୫ ଗ୍ରାମର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା କାଗଜପତ୍ର ଓ ସାର୍ଟିଫିକେଟ ପାଇଁ ଆସିବାବେଳେ ପିଇବାକୁ ପାଣି ଟୋପେ ପାଉନାହାନ୍ତି। ଶୌଚାଳୟ ନ ଥିବାରୁ ଶୌଚ ହୋଇପାରୁ ନାହାନ୍ତି। ଶୌଚ ପାଇଁ ରାସ୍ତାକଡ଼କୁ ଯାଉଛନ୍ତି। କାର୍ଯ୍ୟାଳୟକୁ ବହୁ ଦୂରରୁ ଲୋକେ ବିଭିନ୍ନ କାର୍ଯ୍ୟରେ ଆସି ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି। ଶୋଷ ହେଲେ ପାଣି ଟୋପେ ପିଇବାକୁ ନ ମିଳିବାରୁ ସେମାନେ ବାହାର ଦୋକାନରୁ କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି। ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, କୈଳାସ ସେଠୀ କହିଛନ୍ତି, ସଦରମହକୁମାଠାରୁ ଅଳପୁଆ, ଅଣ୍ଢରା, ତରଡିପାଳ, ପେଣ୍ଠପାଳ, ବଲୁରିଆ, ସିଂହଗଁା, ଅମ୍ବୁତମଣୋହି, ଖଣନ୍ତା, ବିଲିକଣା ଆଦି ପଞ୍ଚାୟତ ୨୨ରୁ ୨୫ କିମି ଦୂରରେ ରହିଛି। ଏସବୁ ପଞ୍ଚାୟତରୁ ମଧ୍ୟ ପ୍ରତିଦିନ ଶତାଧିକ ଲୋକ ଆସୁଛନ୍ତି। ମାତ୍ର ପରିତାପର ବିଷୟ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟଟିଏ ନ ଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡୁଛି। ମାତ୍ର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୌରପରିଷଦ ପକ୍ଷରୁ ଇକୋ ଟଏଲେଟ ନିର୍ମାଣ ହୋଇ ଦୀର୍ଘବର୍ଷ ହେଲା ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ରହିଛି। ସରକାର ସ୍ବଚ୍ଛ ଭାରତ ଯୋଜନାରେ ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣକୁ ଗୁରୁତ୍ୱ ଦେଉଥିବାବେଳେ ଖୋଦ୍‌ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା କରା ନ ଯିବା ଆଲୋଚ୍ୟର ବିଷୟ ହୋଇଛି। ଶୌଚାଳୟ ନ ଥିବାରୁ ବିଶେଷ କରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଚେରି ପୋଖରୀକୁ ରାସ୍ତା ଯାଇଛି। ସେହି ରାସ୍ତା ପାଶର୍‌ବରେ ଲୋକେ ପରିସ୍ରା କରୁଥିବାରୁ ଉକ୍ତ ଅଞ୍ଚଳ ଦୁର୍ଗନ୍ଧ ହେଉଛି। ଏପରି କି ଉକ୍ତ ରାସ୍ତା ଦେଇ ମହିଳାମାନେ ଯାତାୟାତ କରିବାକୁ ସଂକୋଚ ମନେକରୁଛନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ସମୀର ବେହେରାଙ୍କୁ ପଚାରିବାରୁ ଏହି ଅଳ୍ପଦିନ ହେବ ଏଠାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଛି। ଯେଉଁ ସବୁ ଅସୁବିଧା ଅଛି ଧୀରେ ଧୀରେ ଦୂର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri