ମାୟା ଜାଲରେ ଫସିଥିବା ବଡ଼ବଡ଼ିଆ ଚୁପ୍‌

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ହେଲେ ଅର୍ଚ୍ଚନାଙ୍କ ମାୟା ଜାଲରେ ଫସିଥିବା ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ସୁନା ବ୍ୟବସାୟୀ, ପୋଲିସ ଅଧିକାରୀ ଅଭିଯୋଗ କରୁ ନ ଥିବାରୁ ତଦନ୍ତ ଆଗେଇ ପାରୁନାହିଁ। ଲୋକଲଜ୍ଜା ଭୟରେ ଏମାନେ ମୁହଁ ଖୋଲୁ ନାହାନ୍ତି କି ଥାନାକୁ ଯାଇ ଅଭିଯୋଗ କରି ହଟହଟା ହେବାକୁ ଆଉ ଉଚିତ ମଣୁନାହାନ୍ତି। ତେଣୁ ଚାପରେ ଥିବା ପୋଲିସ ଏବେ ପ୍ରମାଣ ଯୋଗାଡ଼ କରି ନ ପାରି ଅନ୍ଧାରରେ ବାଡ଼ି ବୁଲାଇବାକୁ ସୁଯୋଗ ପାଇଛି। ଏପରିସ୍ଥିତିରେ ଜେଲରେ ଥିବା ଅଭିଯୁକ୍ତା ଅର୍ଚ୍ଚନା ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ସୋମବାର ଜାମିନ ଆବେଦନ କରିଛନ୍ତି। ଅର୍ଚ୍ଚନା ମଙ୍ଗଳବାର କୋର୍ଟରେ ହାଜର ହୋଇପାରନ୍ତି ବୋଲି ସୂଚନା ମିଳିଛି।

୩ କୋଟି ମାଗି ହତ୍ୟା ଧମକ ଦେଇଥିଲେ
ଅର୍ଚ୍ଚନାଙ୍କ ବ୍ଲାକମେଲର ଶିକାର ହୋଇଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଗତ ୩୦ ସେପ୍ଟେମ୍ବରରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅର୍ଚ୍ଚନାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେଇ ନ ଥିଲା। ତେବେ ଅକ୍ଷୟଙ୍କ ପକ୍ଷରୁ ହୋଇଥିବା ଏତଲା କପି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। କିପରି ଜଣେ ଯୁବତୀଙ୍କ ଦ୍ୱାରା ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରିଥିଲେ ତାହା ଉପରୁ ପରଦା ହଟିଛି। ଅକ୍ଷୟ ଅଭିଯୋଗରେ ଦର୍ଶାଇଥିଲେ, ଜଣେ ଯୁବତୀଙ୍କ ମାଧ୍ୟମରେ ଅର୍ଚ୍ଚନା ତାଙ୍କୁ ବ୍ଲାକ୍‌ମେଲ କରିଥିଲେ। ଅର୍ଚ୍ଚନା ନିଜକୁ ଓକିଲ ବୋଲି ପରିଚୟ ଦେଇ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ଷ୍ଟାର ହୋଟେଲକୁ ଡାକି ୩ କୋଟି ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଅର୍ଚ୍ଚନା ତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଦେବାକୁ ହତ୍ୟା ଧମକ ଦେଇଥିଲେ ବୋଲି ଅକ୍ଷୟ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଥିଲେ।

ପୋଲିସ ପାଇଁ ପ୍ରମାଣ ଯୋଗାଡ଼ ଚ୍ୟାଲେଞ୍ଜ ହେବ

ଅର୍ଚ୍ଚନାଙ୍କ ଘରୁ ୪ ମୋବାଇଲ, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ ଡ୍ରାଇଭ୍‌ ପୋଲିସ ଜବତ କରି ଫୋରେନ୍‌ସିକ୍‌ ଲାବକୁ ପଠାଇଛି। ଏଗୁଡ଼ିକରେ ଅର୍ଚ୍ଚନା ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ। ତେବେ ଏସବୁରେ ଥିବା ତଥ୍ୟର ସ୍ଥିତିକୁ ନେଇ ସନ୍ଦେହ ଉପୁଜିଛି। ଏସବୁ ତଥ୍ୟାବଳୀ ହିଁ ପୋଲିସ କୋର୍ଟରେ ଉପସ୍ଥାପନା କରି ମାମଲାକୁ ପ୍ରମାଣ କରିବାକୁ ଆଶା ରଖିଛି। ତେବେ ଗିରଫ ହେବା ପୂର୍ବରୁ ଅର୍ଚ୍ଚନା ଏସବୁକୁ ଡିଲିଟ୍‌ କିମ୍ବା ଅନ୍ୟ କୌଣସି ଡିଭାଇସ୍‌କୁ ଟ୍ରାନ୍ସଫର୍‌ କରି ଦେଇଥିବା ଚର୍ଚ୍ଚା ହେଉଛି।

ପ୍ରଯୋଜକଙ୍କ ଘରେ ରହି ଦେଉ ନ ଥିଲେ ଭଡ଼ାଟଙ୍କା, ପୋଲିସର ପଚରାଉଚରା

କଳାଧନ୍ଦା କରିବା ପୂର୍ବରୁ କଳାହାଣ୍ଡିର ଅର୍ଚ୍ଚନାଙ୍କ ଆର୍ଥିକ ସ୍ଥିତି ଭଲ ନ ଥିଲା। ସେ ଭୁବନେଶ୍ୱର ଆସିବା ପରେ ୨୦୧୬ରୁ ପ୍ରାୟ ୧୧ ମାସ ସେ ଭୁବନେଶ୍ୱର ବରମୁଣ୍ଡାରେ ଓଡ଼ିଆ ଚଳଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ଘରେ ସ୍ବାମୀ ଜଗବନ୍ଧୁଙ୍କ ସହ ଭଡ଼ାରେ ରହୁଥିଲେ। ଏହି ସମୟ ମଧ୍ୟରେ ଘର ଭଡ଼ା ଟଙ୍କାଙ୍କୁ କେନ୍ଦ୍ର କରି ବିବାଦ ହେବାରୁ ପ୍ରମୋଦଙ୍କ ନାଁରେ ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଥିଲେ। ଏଠାରେ ରହିବା ସମୟରୁ ହିଁ ସେ ବ୍ଲାକ୍‌ମେଲ୍‌ ଧନ୍ଦା ଆରମ୍ଭ କରିଥିବା ଅନୁମାନ କରାଯାଉଛି। ଉକ୍ତ ଟଙ୍କାରେ ସେ ସତ୍ୟବିହାରରେ ବିଳାସମୟ ଘର କରିବା ପରେ ଭଡ଼ା ଘର ଛାଡ଼ିଥିବା ପୋଲିସ ଜାଣିବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ତଦନ୍ତ ଦାୟିତ୍ୱରେ ଥିବା ଖଣ୍ଡଗିରି ଥାନାଧିକାରୀ ଦୟାନିଧି ନାୟକ ସୋମବାର ସାରେ ବରମୁଣ୍ଡାସ୍ଥିତ ପ୍ରମୋଦଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିଥିଲେ। ଅର୍ଚ୍ଚନା କେତେ ଟଙ୍କା ଭଡ଼ା ଦେଉଥିଲେ, କିଏ କିଏ ତାଙ୍କ ଘରକୁ ଆସୁଥିଲେ, କି ପରିଚୟ ଦେଉଥିଲେ ଏପରି ବିଭିନ୍ନ ଦିଗକୁ ନେଇ ପ୍ରମୋଦଙ୍କୁ ପୋଲିସ ପଚରାଉଚରା କରି ଫେରିଛି।

ପ୍ରଥମ କମ୍ପାନୀ ବନ୍ଦ ହେବା ପରେ ଦ୍ୱିତୀୟ ଖୋଲିଥିଲେ

ରହସ୍ୟମୟୀ ଅର୍ଚ୍ଚନା କେବଳ ଘର, ଗାଡ଼ି, ପ୍ଲଟ, ଫାର୍ମହାଉସ କରି ନ ଥିଲେ, ସେ ଉକ୍ତ କଳା ଟଙ୍କାରେ ଏକାଧିକ କମ୍ପାନୀ ମଧ୍ୟ ଖୋଲିଥିଲେ। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ ଜାନୁୟାରୀ ୯ରେ କଟକସ୍ଥିତ ରେଜିଷ୍ଟର ଅଫ୍‌ କମ୍ପାନୀରେ ଅର୍ଚ୍ଚନା ତାଙ୍କର ପ୍ରଥମ କମ୍ପାନୀ ପଞ୍ଜୀକୃତ କରିଥିଲେ। ଉକ୍ତ କମ୍ପାନୀର ନାଁ ‘ଆଦିତ୍ୟ ପ୍ରେଷ୍ଟିଜ୍‌ ଆଗ୍ରୋ ପ୍ରାଇଭେଟ୍‌ ଲିଃ’ ରହିଥିବାବେଳେ ବିଭିନ୍ନ ପ୍ରକାର ସାମଗ୍ରୀର ହୋଲ୍‌ସେଲ କରିବାକୁ ଉଲ୍ଲେଖ କରାଯାଇଥିଲା। ଏହାର ଠିକଣା ରସୁଲଗଡ଼ ସତ୍ୟବିହାର ଥିଲା। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଉଭୟ ଉକ୍ତ କମ୍ପାନୀର ନିର୍ଦ୍ଦେଶକ ଥିଲେ। ପରବର୍ତ୍ତୀ ସମୟରେ ଏହି କମ୍ପାନୀ କୌଣସି କାରଣବଶତଃ ବନ୍ଦ ହୋଇଯାଇଥିଲା। ତେଣୁ ୨୦୨୨ ଜୁନ୨୯ରେ ପୁଣି ଅର୍ଚ୍ଚନା ‘ଗୋଲ୍‌ଡେନ୍‌ ଏମ୍‌ପ୍ରେସ୍‌’ ନାମରେ ଏକ ପ୍ରାଇଭେଟ କମ୍ପାନୀ ପଞ୍ଜୀକୃତ କରିଥିଲେ। ଉଭୟ ଏହାର ନିର୍ଦ୍ଦେଶକ ରହିଥିବାବେଳେ ତାଙ୍କ କମ୍ପାନୀ ରେଷ୍ଟୁରାଣ୍ଟ ସହିତ ଲଜିଂ ସେବା ଯୋଗାଇବ ବୋଲି ଉଲ୍ଲେଖ କରିଥିଲେ। ତେବେ କମ୍ପାନୀ ବିଷୟରେ ତଥ୍ୟ ହାସଲ ପାଇଁ ରେଜିଷ୍ଟର ଅଫ୍‌ କମ୍ପାନୀଙ୍କୁ ଚିଠି ଲେଖାଯାଇଛି ବୋଲି ଡିସିପି ପ୍ରତୀକ ସିଂ ରବିବାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri