ମାୟା ଜାଲରେ ଫସିଥିବା ବଡ଼ବଡ଼ିଆ ଚୁପ୍‌

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ହେଲେ ଅର୍ଚ୍ଚନାଙ୍କ ମାୟା ଜାଲରେ ଫସିଥିବା ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ସୁନା ବ୍ୟବସାୟୀ, ପୋଲିସ ଅଧିକାରୀ ଅଭିଯୋଗ କରୁ ନ ଥିବାରୁ ତଦନ୍ତ ଆଗେଇ ପାରୁନାହିଁ। ଲୋକଲଜ୍ଜା ଭୟରେ ଏମାନେ ମୁହଁ ଖୋଲୁ ନାହାନ୍ତି କି ଥାନାକୁ ଯାଇ ଅଭିଯୋଗ କରି ହଟହଟା ହେବାକୁ ଆଉ ଉଚିତ ମଣୁନାହାନ୍ତି। ତେଣୁ ଚାପରେ ଥିବା ପୋଲିସ ଏବେ ପ୍ରମାଣ ଯୋଗାଡ଼ କରି ନ ପାରି ଅନ୍ଧାରରେ ବାଡ଼ି ବୁଲାଇବାକୁ ସୁଯୋଗ ପାଇଛି। ଏପରିସ୍ଥିତିରେ ଜେଲରେ ଥିବା ଅଭିଯୁକ୍ତା ଅର୍ଚ୍ଚନା ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ସୋମବାର ଜାମିନ ଆବେଦନ କରିଛନ୍ତି। ଅର୍ଚ୍ଚନା ମଙ୍ଗଳବାର କୋର୍ଟରେ ହାଜର ହୋଇପାରନ୍ତି ବୋଲି ସୂଚନା ମିଳିଛି।

୩ କୋଟି ମାଗି ହତ୍ୟା ଧମକ ଦେଇଥିଲେ
ଅର୍ଚ୍ଚନାଙ୍କ ବ୍ଲାକମେଲର ଶିକାର ହୋଇଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଗତ ୩୦ ସେପ୍ଟେମ୍ବରରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅର୍ଚ୍ଚନାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେଇ ନ ଥିଲା। ତେବେ ଅକ୍ଷୟଙ୍କ ପକ୍ଷରୁ ହୋଇଥିବା ଏତଲା କପି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। କିପରି ଜଣେ ଯୁବତୀଙ୍କ ଦ୍ୱାରା ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରିଥିଲେ ତାହା ଉପରୁ ପରଦା ହଟିଛି। ଅକ୍ଷୟ ଅଭିଯୋଗରେ ଦର୍ଶାଇଥିଲେ, ଜଣେ ଯୁବତୀଙ୍କ ମାଧ୍ୟମରେ ଅର୍ଚ୍ଚନା ତାଙ୍କୁ ବ୍ଲାକ୍‌ମେଲ କରିଥିଲେ। ଅର୍ଚ୍ଚନା ନିଜକୁ ଓକିଲ ବୋଲି ପରିଚୟ ଦେଇ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ଷ୍ଟାର ହୋଟେଲକୁ ଡାକି ୩ କୋଟି ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଅର୍ଚ୍ଚନା ତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଦେବାକୁ ହତ୍ୟା ଧମକ ଦେଇଥିଲେ ବୋଲି ଅକ୍ଷୟ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଥିଲେ।

ପୋଲିସ ପାଇଁ ପ୍ରମାଣ ଯୋଗାଡ଼ ଚ୍ୟାଲେଞ୍ଜ ହେବ

ଅର୍ଚ୍ଚନାଙ୍କ ଘରୁ ୪ ମୋବାଇଲ, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ ଡ୍ରାଇଭ୍‌ ପୋଲିସ ଜବତ କରି ଫୋରେନ୍‌ସିକ୍‌ ଲାବକୁ ପଠାଇଛି। ଏଗୁଡ଼ିକରେ ଅର୍ଚ୍ଚନା ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ। ତେବେ ଏସବୁରେ ଥିବା ତଥ୍ୟର ସ୍ଥିତିକୁ ନେଇ ସନ୍ଦେହ ଉପୁଜିଛି। ଏସବୁ ତଥ୍ୟାବଳୀ ହିଁ ପୋଲିସ କୋର୍ଟରେ ଉପସ୍ଥାପନା କରି ମାମଲାକୁ ପ୍ରମାଣ କରିବାକୁ ଆଶା ରଖିଛି। ତେବେ ଗିରଫ ହେବା ପୂର୍ବରୁ ଅର୍ଚ୍ଚନା ଏସବୁକୁ ଡିଲିଟ୍‌ କିମ୍ବା ଅନ୍ୟ କୌଣସି ଡିଭାଇସ୍‌କୁ ଟ୍ରାନ୍ସଫର୍‌ କରି ଦେଇଥିବା ଚର୍ଚ୍ଚା ହେଉଛି।

ପ୍ରଯୋଜକଙ୍କ ଘରେ ରହି ଦେଉ ନ ଥିଲେ ଭଡ଼ାଟଙ୍କା, ପୋଲିସର ପଚରାଉଚରା

କଳାଧନ୍ଦା କରିବା ପୂର୍ବରୁ କଳାହାଣ୍ଡିର ଅର୍ଚ୍ଚନାଙ୍କ ଆର୍ଥିକ ସ୍ଥିତି ଭଲ ନ ଥିଲା। ସେ ଭୁବନେଶ୍ୱର ଆସିବା ପରେ ୨୦୧୬ରୁ ପ୍ରାୟ ୧୧ ମାସ ସେ ଭୁବନେଶ୍ୱର ବରମୁଣ୍ଡାରେ ଓଡ଼ିଆ ଚଳଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ଘରେ ସ୍ବାମୀ ଜଗବନ୍ଧୁଙ୍କ ସହ ଭଡ଼ାରେ ରହୁଥିଲେ। ଏହି ସମୟ ମଧ୍ୟରେ ଘର ଭଡ଼ା ଟଙ୍କାଙ୍କୁ କେନ୍ଦ୍ର କରି ବିବାଦ ହେବାରୁ ପ୍ରମୋଦଙ୍କ ନାଁରେ ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଥିଲେ। ଏଠାରେ ରହିବା ସମୟରୁ ହିଁ ସେ ବ୍ଲାକ୍‌ମେଲ୍‌ ଧନ୍ଦା ଆରମ୍ଭ କରିଥିବା ଅନୁମାନ କରାଯାଉଛି। ଉକ୍ତ ଟଙ୍କାରେ ସେ ସତ୍ୟବିହାରରେ ବିଳାସମୟ ଘର କରିବା ପରେ ଭଡ଼ା ଘର ଛାଡ଼ିଥିବା ପୋଲିସ ଜାଣିବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ତଦନ୍ତ ଦାୟିତ୍ୱରେ ଥିବା ଖଣ୍ଡଗିରି ଥାନାଧିକାରୀ ଦୟାନିଧି ନାୟକ ସୋମବାର ସାରେ ବରମୁଣ୍ଡାସ୍ଥିତ ପ୍ରମୋଦଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିଥିଲେ। ଅର୍ଚ୍ଚନା କେତେ ଟଙ୍କା ଭଡ଼ା ଦେଉଥିଲେ, କିଏ କିଏ ତାଙ୍କ ଘରକୁ ଆସୁଥିଲେ, କି ପରିଚୟ ଦେଉଥିଲେ ଏପରି ବିଭିନ୍ନ ଦିଗକୁ ନେଇ ପ୍ରମୋଦଙ୍କୁ ପୋଲିସ ପଚରାଉଚରା କରି ଫେରିଛି।

ପ୍ରଥମ କମ୍ପାନୀ ବନ୍ଦ ହେବା ପରେ ଦ୍ୱିତୀୟ ଖୋଲିଥିଲେ

ରହସ୍ୟମୟୀ ଅର୍ଚ୍ଚନା କେବଳ ଘର, ଗାଡ଼ି, ପ୍ଲଟ, ଫାର୍ମହାଉସ କରି ନ ଥିଲେ, ସେ ଉକ୍ତ କଳା ଟଙ୍କାରେ ଏକାଧିକ କମ୍ପାନୀ ମଧ୍ୟ ଖୋଲିଥିଲେ। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ ଜାନୁୟାରୀ ୯ରେ କଟକସ୍ଥିତ ରେଜିଷ୍ଟର ଅଫ୍‌ କମ୍ପାନୀରେ ଅର୍ଚ୍ଚନା ତାଙ୍କର ପ୍ରଥମ କମ୍ପାନୀ ପଞ୍ଜୀକୃତ କରିଥିଲେ। ଉକ୍ତ କମ୍ପାନୀର ନାଁ ‘ଆଦିତ୍ୟ ପ୍ରେଷ୍ଟିଜ୍‌ ଆଗ୍ରୋ ପ୍ରାଇଭେଟ୍‌ ଲିଃ’ ରହିଥିବାବେଳେ ବିଭିନ୍ନ ପ୍ରକାର ସାମଗ୍ରୀର ହୋଲ୍‌ସେଲ କରିବାକୁ ଉଲ୍ଲେଖ କରାଯାଇଥିଲା। ଏହାର ଠିକଣା ରସୁଲଗଡ଼ ସତ୍ୟବିହାର ଥିଲା। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଉଭୟ ଉକ୍ତ କମ୍ପାନୀର ନିର୍ଦ୍ଦେଶକ ଥିଲେ। ପରବର୍ତ୍ତୀ ସମୟରେ ଏହି କମ୍ପାନୀ କୌଣସି କାରଣବଶତଃ ବନ୍ଦ ହୋଇଯାଇଥିଲା। ତେଣୁ ୨୦୨୨ ଜୁନ୨୯ରେ ପୁଣି ଅର୍ଚ୍ଚନା ‘ଗୋଲ୍‌ଡେନ୍‌ ଏମ୍‌ପ୍ରେସ୍‌’ ନାମରେ ଏକ ପ୍ରାଇଭେଟ କମ୍ପାନୀ ପଞ୍ଜୀକୃତ କରିଥିଲେ। ଉଭୟ ଏହାର ନିର୍ଦ୍ଦେଶକ ରହିଥିବାବେଳେ ତାଙ୍କ କମ୍ପାନୀ ରେଷ୍ଟୁରାଣ୍ଟ ସହିତ ଲଜିଂ ସେବା ଯୋଗାଇବ ବୋଲି ଉଲ୍ଲେଖ କରିଥିଲେ। ତେବେ କମ୍ପାନୀ ବିଷୟରେ ତଥ୍ୟ ହାସଲ ପାଇଁ ରେଜିଷ୍ଟର ଅଫ୍‌ କମ୍ପାନୀଙ୍କୁ ଚିଠି ଲେଖାଯାଇଛି ବୋଲି ଡିସିପି ପ୍ରତୀକ ସିଂ ରବିବାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri