ଲାଞ୍ଚ ନ ଦେଲେ ଉନ୍ନୟନମୂଳକ କାର୍ଯ୍ୟ ହେଉନି

ନାଉଗାଁ,୧୮ା୫(ସ୍ବ.ପ୍ର.): ଜଗତ୍‌ସିଂପୁର ଜିଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସରପଞ୍ଚ ନୀହାର ରଞ୍ଜନ ବସ୍ତିଆ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ବ୍ଲକରେ ହେଉଥିବା ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଥିଲେ। ବ୍ଲ୍ଳକରେ ଥିବା ପ୍ରଶାସନିକ ଅଧିକାରୀମାନେ ଉତ୍କୋଚ ନ ନେଲେ କୌଣସି ଉନ୍ନୟନମୂଳକ କାର୍ଯ୍ୟର ଫାଇଲ କାମ ହେଉନାହିଁ। ଏପରି କି ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ଶତକଡ଼ା ୨ ଭାଗ ଓ୍ବାର୍କ କଣ୍ଟିଜେନ୍ସି ହିସାବରେ ରଖାଯାଇଥାଏ। ସେହିପରି ରାଜ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପଞ୍ଚାୟତକୁ ଆସୁଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଅର୍ଥର ସୁଧ ଟଙ୍କା କେଉଁ ବାଟରେ ଖର୍ଚ୍ଚ କରାଯାଉଛି ସେ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ କୌଣସି ତଥ୍ୟ ପ୍ରଦାନ କରୁନାହାନ୍ତି। ସେହିପରି ଉକ୍ତ ଅର୍ଥ କେଉଁ ବାଟରେ ଖର୍ଚ୍ଚ କରାଯାଇଛି ଜନ ସୂଚନା ଅଧିକାର ଆଇନ ବଳରେ ମାଗିଲେ ତାହା ମିଳୁ ନ ଥିବା ସରପଞ୍ଚ ବସ୍ତିଆ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଘୋଡାଂଶ ପଞ୍ଚାୟତରେ ସର୍ବାଧିକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ସେଥିରୁ କିଛି ବିଲ୍‌ କରାଯାଇଥିବା ବେଳେ ଅବଶିଷ୍ଟ ବିଲ ବର୍ତ୍ତମାନ ମଧ୍ୟ ହୋଇନାହିଁ। ବିଲ୍‌ କରିବାକୁ ବାରମ୍ବାର ବ୍ଲକକୁ ଯିବା ସମୟରେ ଜଣେ ଜିଆରଏସ୍‌ ୭୪ ହଜାର ଟଙ୍କା ମୋତେ ଲାଞ୍ଚ ମାଗିଥିଲେ। ଲାଞ୍ଚ ବାବଦକୁ ଟଙ୍କା ନ ଦେବାରୁ ପଞ୍ଚାୟତର କୌଣସି ବିଲ୍‌ କରାଯାଉନାହିଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରପଞ୍ଚ ହେବା ପରେ ତତ୍‌କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ପ୍ରଧାନ ପଞ୍ଚାୟତର ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଡିଜିଟାଲ ସିଗ୍ନେଚର ସାର୍ଟିଫକେଟ ମାଗିଥିଲେ। କୌଣସି କାମରେ ବାହାରକୁ ଯାଉଥିବାରୁ ବିଶ୍ୱାସରେ ଉକ୍ତ ଡିଏସ୍‌ସିଟିକୁ ତାଙ୍କୁ ହସ୍ତାନ୍ତର କରିଥିଲି। ପରେ ଜାଣିବାକୁ ପାଇଲି ଯେ, ଉକ୍ତ ଡିଏସ୍‌ସି ମାଧ୍ୟମରେ ବିଭିନ୍ନ ସମୟରେ ୨ ଲକ୍ଷ ୮୬ ହଜାର ୬ଶହ ୨୦ ଟଙ୍କା ହଡ଼ପ କରାଯାଇଛି। ମୋ ବିନା ଦସ୍ତଖତରେ ଉକ୍ତ ଟଙ୍କା କିପରି ଉଠାଗଲା ସେ ବିଷୟରେ ବିଡିଓଙ୍କୁ ଜଣାଇଥିଲି। କିନ୍ତୁ ବିଡିଓ ଏ ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଉକ୍ତ ବିଷୟରେ ଜିଲାପାଳଙ୍କ ଜନଶୁଣାଣି ଓ ଡିଆରଡଏର ପ୍ରକଳ୍ପ ନିର୍ଦ୍ଦେଶଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲି। ଘୋଡାଂଶ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କୌଣସି ପ୍ରକଳ୍ପ ନିର୍ମାଣ କରା ନ ଯାଇ ଲକ୍ଷାଧିକ ଟଙ୍କା ବିଲ ହୋଇଥିବାବେଳେ ସରପଞ୍ଚ ହେବା ପରେ କାର୍ଯ୍ୟ କରି ମଧ୍ୟ ମୋର ବିଲ କରାଯାଉନାହିଁ। ପଞ୍ଚାୟତରେ ଯୋଗ ଦେଇଥିବା ନୂତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କର ସ୍ପେସିମେନ ବିଡିଓ ଦସ୍ତଖତ କରୁ ନ ଥିବାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରକଳ୍ପ ସରିଥିଲେ ମଧ୍ୟ ବିଲ ହୋଇପାରୁନାହିଁ। ଜିପିଓ ଦିନେଶ ରାୟ ବ୍ଲକରେ ରହୁଥିବା ଷ୍ଟାପ କ୍ୱାର୍ଟର୍ସର ବିଦ୍ୟୁତ୍‌ ସଂଯୋଗ କାହା ନାମରେ ରହିଛି, କ୍ୱାର୍ଟର୍ସ କାହା ନାମରେ ଆଲର୍ଟ ହୋଇଛି ତାହା ତଦନ୍ତ ସାପେକ୍ଷ। ଉକ୍ତ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଲେ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦିଆଯାଉଥିବା ସରପଂଚ ବସ୍ତିଆ କହିଛନ୍ତି। ମୋ ଅଜଣାତରେ ଉଠାଯାଇଥିବା ଟଙ୍କା ସମ୍ବନ୍ଧରେ ମେ ୧୫ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ସଚିବ, ଜିଲାପାଳ, ଏସ୍‌ପିଙ୍କୁ ଅବଗତ କରାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି ସରପଞ୍ଚ ଭାବେ ମୁଁ କୌଣସି ଦୁର୍ନୀତିରେ ଲିପ୍ତ ଅଛି ତାହାର ମଧ୍ୟ ତଦନ୍ତ କରାଯାଉ। ଯଦି ଆଗାମୀ ୭ ଦିନ ମଧ୍ୟରେ କୌଣସି ତଦନ୍ତ ନ ହୁଏ ତେବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିବେ ବୋଲି ସରପଞ୍ଚ ବସ୍ତିିଆ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରେ କଣ୍ଟିଜେନିସ ଅର୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଯାଇଥାଏ। ସରପଞ୍ଚ ନିହାର ବସ୍ତିଆ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ବ୍ଲକରେ ବିଭିନ୍ନ ସମୟରେ ବିଶୃଙ୍ଖଳା କରିବା ସହ ଅଧିକରୀମାନଙ୍କୁ ଅସମ୍ମାନିତ କରୁଥିଲେ। ଯାହାକୁ ନେଇ ତାଙ୍କୁ ବ୍ଲକ ଆସିବାକୁ ମନା କରାଯାଇଥିଲା। ପରେ କେତେଜଣ ଜନ ପ୍ରତିନିଧି ଓ କର୍ମଚାରୀ ବସି ସମାଧାନ କରାଯାଇଥିଲା। ଏହି ଖବରଦାତା ସମ୍ମିଳନୀ ସରପଞ୍ଚ ବସ୍ତିଆଙ୍କ ସମେତ ସାମାଜିକ କର୍ମୀ ବନୋଜ କୁମାର ମାହନ୍ତି, ସୁଜିତ କୁମାର ରାଉତ, ହିମାଂଶୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri