ବାଉଁଶଗଡ଼ିଆରେ ବିକାଶ ନାହିଁ

ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ନଂ. ୱାର୍ଡ କୋହ୍ଲସାହିର ୪୦ ପରିବାର ବିକାଶର ସ୍ବାଦ ଚାଖି ପାରିନାହାନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ସୁବିଧା ପାଉ ନ ଥିବା ଏହି ପରିବାରରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ା
ଖରାଦିନ ଆସିବା ମାତ୍ରେ ଏହି ପରିବାର ସଦସ୍ୟଙ୍କୁ କଳସୀ, ବାଲ୍‌ତି ଧରି ପାନୀୟଜଳ ପାଇଁ ଗ୍ରାମ ସଂଲଗ୍ନ ଚୁଆରୁ ପାଣି ସଂଗ୍ରହ କରିବାକୁ ପଡୁଛି ା
ବହୁ ଲୋକପ୍ରତିନିଧି ଆସିଲେଣି ଏବଂ ଅନେକ ପ୍ରତିଶ୍ରୁତି ଦେଲେଣି ା ହେଲେ ପାର୍ବତ୍ୟ ଅଞ୍ଚଳ ମଧ୍ୟରେ ଆସୁଥିବା ଏହି ସାହି ପାଇଁ ସ୍ଥାୟୀ ସମାଧାନର ବାଟ ବାହାରିପାରିନାହିଁ ା ଏଭଳି ଚୁଆ ଜଳ ବ୍ୟବହାର କରି ଅନେକ ସମୟରେ ଗ୍ରାମବାସୀ ଅସୁସ୍ଥ ହେଉଥିବା ନେଇ ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମସ୍ୟା ସମାଧାନ ପାଇଁ ମଙ୍ଗଳବାର ୱାର୍ଡସଭ୍ୟ ସାହୁ ସିଂ, ମଧୁ ହୋ, ଲକ୍ଷ୍ମୀଧର ସିଂ, ରାମ ସିଂ ତଥା ଯୁବନେତା ଦୈତାରୀ ପଣ୍ଡା, ଭାର୍ଗବ ପାତ୍ର ପ୍ରମୁଖ ଖଇରା ବିଡିଓଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିବା ସହ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି।
ଗ୍ରାମବାସୀଙ୍କୁ ଗୋଟିଏ ନଳକୂପ ବ୍ୟବସ୍ଥା କରାଯାଇଛି ା ଜାନୁଆରୀ ଆସିବା ମାତ୍ରେ ନଳକୂପ ଅଚଳ ହୋଇପଡିଥାଏ ା ଫଳରେ ଅସ୍ଥାୟୀ ଗାତ ବା ଚୁଆରୁ ପାଣି ସଂଗ୍ରହ କରି ତୃଷ୍ଣା ମେଣ୍ଟାଇବାକୁ ବାଧ୍ୟ ହୋଇଥାନ୍ତି ା
ଜୁନ୍‌, ଜୁଲାଇ ପର୍ଯ୍ୟନ୍ତ ସମସ୍ତେ ଏଭଳି ଭାବେ ପାନୀୟ ଜଳ ସଂଗ୍ରହ କରୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁ ନ ଥିଲା ା ଅଭିଯୋଗ ପରେ ବୁଧବାର ସକାଳେ ବିଡିଓ ପର୍ଶୁରାମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଗ୍ରାମରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ବିଡିଓଙ୍କ ମତାମତ ନେବାରେ ସେ ଆଜି ଗ୍ରାମକୁ ଯାଇ ସ୍ଥିତି ପରଖିଛନ୍ତି ା ସେମାନଙ୍କ ଅଭିଯୋଗକୁ ମଧ୍ୟ ବାସ୍ତବ ବୋଲି କହିଛନ୍ତି ା ଗୁରୁବାରଠାରୁ ଟ୍ୟାଙ୍କରରେ ଜଳଯୋଗାଣ ବ୍ୟବସ୍ଥା କରାଯିବା ସହ ଏକ ସୋଲାର ପ୍ରକଳ୍ପ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ଏ ଅଞ୍ଚଳପାଇଁ ଏକ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ା ଏହା ସରିବା ପରେ ଆଉ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri