ଶ୍ରଦ୍ଧାଳୁଙ୍କୁ ମିଳିବନି ସୁଯୋଗ

ତାଳଚେର,୨୬ା୪(ନି.ପ୍ର.):  ମା’ ହିଙ୍ଗୁଳାଙ୍କ ବାର ମାସରେ ତେର ଯାତ୍ରା। ସେଥିରୁ ଚୈତ୍ରମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ଙ୍କ ସ୍ବତନ୍ତ୍ର ପୂଜା କରାଯାଏ, ଯାହାକୁ ହିଙ୍ଗୁଳା ଯାତ୍ରା କୁହାଯାଏ। ତାଳଚେରର ଇଷ୍ଟଦେବୀ ଗୋପାଳପ୍ରସାଦର ମା’ ହିଙ୍ଗୁଳା ବର୍ଷର ଅନ୍ୟ ସମୟରେ ନିରାକାର ରୂପରେ ପୂଜା ପାଉଥିବା ବେଳେ ଚୈତ୍ରମାସରେ ଅଗ୍ନି ରୂପରେ ଉଭାହୋଇ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ଠାରୁ ନବଦିନ ବ୍ୟାପୀ ପୂଜା ପାଇଥାନ୍ତି। ଏପ୍ରିଲ ୨୬ ସୋମବାରଠାରୁ ମା’ଙ୍କ ଏହି ସ୍ବତନ୍ତ୍ର ପୂଜା ଆରମ୍ଭ ହେବ। ପୂର୍ବାହ୍ନରେ ଦେହୁରୀ ପୂଜାର୍ଚ୍ଚନା କରିବେ। ଅପରାହ୍ନରେ ମା’ଙ୍କ ଆଲମକୁ ଉଭାସ୍ଥଳକୁ ନିଆଯିବ। ମେ’ ୪ ତାରିଖରେ ଶୀତୁଳା ପର୍ବ ସହ ମା’ଙ୍କ ସ୍ବତନ୍ତ୍ର ପୂଜା ସମାପନ ହେବ। ପ୍ରତିବର୍ଷ ଅଗ୍ନିରୂପୀ ମା’ଙ୍କ ଏହି ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏଥିସହ ୯ ଦିନ ଧରି ଲୋକ ମହୋତ୍ସବ ଏହାକୁ ଅଧିକ ଆକର୍ଷଣୀୟ କରିଥାଏ। ସ୍ଥାନୀୟ କଳାକାରଙ୍କ ସହିତ ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ଏଠାକୁ ଆସି କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ସ୍ଥାନୀୟ ଓ ବାହାରର ବହୁ ବ୍ୟବସାୟୀ ଏହି ୯ ଦିନରେ ଭଲ ରୋଜଗାର କରିଥାନ୍ତି। କିନ୍ତୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମା’ଙ୍କ ପୂଜାବିଧି କରାଯିବ। କୌଣସି ଶ୍ରଦ୍ଧାଳୁ ପୀଠ କି ଉଭାସ୍ଥଳକୁ ଯାଇପାରିବେ ନାହିଁ। ଏ ନେଇ ଜିଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିବା ସହ ପୋଲିସ ମୁତୟନ କରାଯାଇଛି। ଫଳରେ ଦର୍ଶନରୁ ବଞ୍ଚିତ ହେବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି।

ଭକ୍ତ, ଅଞ୍ଚଳବାସୀ ସହଯୋଗ କରନ୍ତୁ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ କଟକଣା ଲଗାଇଛି। ଯେପରି କୌଣସି ଭକ୍ତ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ, ସେଥିପାଇଁ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଭକ୍ତ ଓ ଅଞ୍ଚଳବାସୀ ସହଯୋଗ କରନ୍ତୁ।
-ରଜନୀକାନ୍ତ ସ୍ବାଇଁ, ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି

କେବଳ ନୀତିକାନ୍ତିରେ ସୀମିତ
ମହାମାରୀ ବ୍ୟାପୁଥିବାରୁ ମା’ଙ୍କ ଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରହିବ। ତେଣୁ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହୋଇପାରିବେ ନାହିଁ। ଏଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ଆସନ୍ତା ବର୍ଷ ହିଙ୍ଗୁଳା ଯାତ୍ରା ଭଲରେ ହେଉ, ଏତିକି କାମନା କରାଯାଉଛି।
-ରାଜେନ୍ଦ୍ର ପ୍ରସାଦ ସିଂହ, ଟ୍ରଷ୍ଟ ସଦସ୍ୟ ତଥା ରାଜାଙ୍କ ପ୍ରତିନିଧି

୨ ବର୍ଷ ହେଲା ବେପାର ବନ୍ଦ
ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ବହୁ ବ୍ୟବସାୟୀଙ୍କ ଭାତହାଣ୍ଡି। ଏହି ୯ଦିନ ବ୍ୟବସାୟୀମାନେ ଭଲ ବେପାର କରିଥାନ୍ତି। କିନ୍ତୁ ୨ବର୍ଷ ହେଲା କରୋନା କାରଣରୁ ଭକ୍ତଙ୍କ ସମାଗମ କି ବ୍ୟବସାୟକୁ ଅନୁମତି ନାହିଁ। ଏଥିଯୋଗୁ ବହୁ କ୍ଷତି ସହୁଛୁ।
-ରୋହିତ କୁମାର ସାହୁ, ବ୍ୟବସାୟୀ, ତାଳଚେର

ଅଗଣିତ ଶ୍ରଦ୍ଧାଳୁ ମର୍ମାହତ
କୋଭିଡ୍‌ ପାଇଁ ବିନା ଭକ୍ତରେ ମା’ଙ୍କ ବାର୍ଷିକ ଯାତ୍ରା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି। କିନ୍ତୁ ପରିସ୍ଥିତି ଯାହା ପ୍ରଶାସନର ନିଷ୍ପତ୍ତିକୁ ସମସ୍ତେ ମାନିବା ଦରକାର। ତେବେ ପ୍ରଶାସନ ଯାତ୍ରାର ସିଧାପ୍ରସାରଣ କଲେ ଭକ୍ତମାନେ ଆନନ୍ଦିତ ହୁଅନ୍ତେ।
-ବିଭୂତି ଭୂଷଣ ସ୍ବାଇଁ, ଶ୍ରଦ୍ଧାଳୁ, ତାଳଚେର

ରଥଯାତ୍ରା ପରି ସିଧା ପ୍ରସାରଣ କରାଯାଉ
ପ୍ରତିବର୍ଷ ହିଙ୍ଗୁଳା ଯାତ୍ରାକୁ ହଜାର ହଜାର ଭକ୍ତ ଅପେକ୍ଷା କରିଥାନ୍ତି। କୋଭିଡ୍‌ କାରଣରୁ ଦୁଇବର୍ଷ ହେଲା ମା’ଙ୍କ ସ୍ବତନ୍ତ୍ର ପୂଜା ଦର୍ଶନରୁ ସମସ୍ତେ ବଞ୍ଚିତ ହେଉଛନ୍ତି। ରଥଯାତ୍ରା ପରି ହିଙ୍ଗୁଳା ଯାତ୍ରାର ସିଧା ପ୍ରସାରଣ କରାଗଲେ ଅଗ୍ନିରୂପାଙ୍କ ଦିବ୍ୟଦର୍ଶନ ମିଳିପାରନ୍ତା।
-ନରେନ୍ଦ୍ର କୁମାର ପାଇକରାୟ, ଶ୍ରଦ୍ଧାଳୁ, ତାଳଚେର

ଆଗାମୀ ବର୍ଷକୁ ଅପେକ୍ଷା
ପିଲାବେଳୁ ମା’ଙ୍କ ଯାତ୍ରା ଦେଖି ଆସୁଛୁ। କିନ୍ତୁ କରୋନା ଯୋଗୁ ୨ ବର୍ଷ ହେଲା ଏହି ନବଦିନ ବ୍ୟାପୀ ସ୍ବତନ୍ତ୍ର ପୂଜା ଦେଖିବାରୁ ବଞ୍ଚିତ ହେବାକୁ ପଡ଼ୁଛି। ଏହା ସମସ୍ତଙ୍କ ପାଇଁ ନୈରାଶ୍ୟଜନକ। ମା’ ଏହି ମହାମାରୀରୁ ରକ୍ଷା କରନ୍ତୁ। ଆଗାମୀ ବର୍ଷକୁ ଅପେକ୍ଷା।
-ସସ୍ମିତା ପ୍ରଧାନ, ଶ୍ରଦ୍ଧାଳୁ, ତାଳଚେର

ଘରେ ରହି ମା’ଙ୍କୁ ପ୍ରାର୍ଥନା କରିବା
ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ପ୍ରଶାସନ କଟକଣା ଲଗାଇବାକୁ ବାଧ୍ୟ ହୋଇଛି। ତେଣୁ ସରକାରଙ୍କ ନିୟମ ମାନି ଭକ୍ତମାନେ ଘରେ ସୁରକ୍ଷିତ ରହି ମା’ଙ୍କୁ ସ୍ମରଣ କରନ୍ତୁ। ଏହି ଜଟିଳ ପରିସ୍ଥିତିରୁ ମା’ ସମସ୍ତଙ୍କୁ ରକ୍ଷା କରନ୍ତୁ ଏହା ପ୍ରାର୍ଥନା କରନ୍ତୁ।
– ସୁଧାକର ସାହୁ, ଶ୍ରଦ୍ଧାଳୁ, ତାଳଚେର

ଉଭାସ୍ଥଳରେ ଦର୍ଶନ କରିପାରୁନୁ
ଦୁଇ ବର୍ଷ ହେଲା ମା’ ଅଗ୍ନିରୂପ ଅନ୍ୟ ସ୍ଥାନରେ ଉଭା ହେଉଥିଲେ ମଧ୍ୟ ସେଠାକୁ ଯାଇ ଦର୍ଶନ କରିପାରୁନୁ। ଗତବର୍ଷ ଏଥିରୁ ବଞ୍ଚିତ ହୋଇଥିବାରୁ ଚଳିତବର୍ଷ ଆଶା ଥିଲା। ହେଲେ କୋଭିଡ୍‌ ଦ୍ୱିତୀୟ ଲହର ତାହା ମଧ୍ୟ କରାଇ ଦେଲାନି। ପୁଣି ବର୍ଷେ ଅପେକ୍ଷା କରିବାକୁ ପଡ଼ିବ।
-ପାର୍ବତୀ ବାଘ, ବଡ଼ହୀରା, କଣିହଁା


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?