ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି

ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ସହର ପରିବେଶ ପରିଷ୍କାର ପରିବର୍ତ୍ତେ ଅପରିଷ୍କାର ହେଉଥିବା ନେଇ ଆପତ୍ତି ଅଭିଯୋଗ ବଢ଼ିବାରେ ଲାଗିଛି। କରୋନା ସମୟରେ କୁଢ଼ କୁଢ଼ ଆବର୍ଜନା ଅସନ୍ତୋଷର କାରଣ ହୋଇଛି। ନୂଆ ସଂସ୍ଥା ଯେ ଠିକ୍‌ ଭାବେ କାମ କରୁନାହିଁ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଥିବାରୁ ପୌରପାଳିକା ପକ୍ଷରୁ ଏହା ଉପରେ ନଜର ରଖାଯାଇଛି। ଇତିମଧ୍ୟରେ ଏକାଧିକ ଥର ତାଗିଦ୍‌ ମଧ୍ୟ କରାଯାଇସାରିଛି।
ରାଜ୍ୟକୁ ମୌସୁମୀ ଛୁଇଁଲାଣି। ଆରମ୍ଭରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସହର ସଫେଇ କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ। ଗଦା ହୋଇଥିବା ଆବର୍ଜନା ଉଠାଯାଉ ନ ଥିବାରୁ ବର୍ଷା ବେଳେ ଏହା ସହରକୁ ଦୂଷିତ କରିବ। ଡ୍ରେନ୍‌ ଜାମ୍‌ କରି ଜଳ ନିଷ୍କାସନ ସମସ୍ୟା ବଢ଼ାଇବ। ଠିକା ସଂସ୍ଥାର ଏପରି ମନମୁଖି କାର୍ଯ୍ୟର ସନ୍ଧାନ କିଛିଦିନ ତଳେ ଜିଲାପାଳ ପାଇଥିଲେ। ସହର ପରିଦର୍ଶନ ସମୟରେ ଜିଲାପାଳ ଅଳିଆ ଗଦା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏହାପରେ କାର୍ଯ୍ୟ ଠିକ୍‌ଠାକ ଚାଲିଥିଲା। ହେଲେ ସଫେଇ କର୍ମଚାରୀମାନେ ପୁଣି ଢିଲା ମାରିବା ଆରମ୍ଭ କରିଛନ୍ତି। ରାସ୍ତାରେ ପଡ଼ୁଥିବା ଅଳିଆ ଉଠାଇ ପରିଷ୍କାର ନ କରି ଏଣେତେଣେ ଗଦେଇ ଦେଉଛନ୍ତି। ଅଳ୍ପଦିନ ତଳେ ଶିମିଳିପଡ଼ା ନିକଟରେ ଅଳିଆ ଉଠାଇବାକୁ ଯାଇଥିବା ସଫେଇ କର୍ମଚାରୀମାନେ ଆବର୍ଜନା ସବୁ ଏକ ପାଚେରି ପାର୍ଶ୍ୱକୁ ପିଙ୍ଗୁଥିବା ଦେଖାଯାଇଥିଲା। ହରିମହୁରୀ ଛକରୁ ବଜାର ଛକ ରାସ୍ତାରେ ବିଭିନ୍ନ ସମୟରେ ଅଳିଆ ପଡ଼ି ରହୁଛି। ଏହାଦ୍ୱାରା ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି। ସେହିଭଳି ଗାନ୍ଧୀ ମାର୍ଗରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ପାଣି ନିଷ୍କାସନ ପାଇଁ ସେଠାରେ ଥିବା ନାଳରେ ସ୍ଥାନୀୟ ଲୋକମାନେ ଅଳିଆ ପକାଉଥିଲେ ମଧ୍ୟ ପୌରପାଳିକା ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ଥାନାରେ ମାମଲା ରୁଜୁ କରିବାକୁ ଜିଲାପାଳ କହିଥିଲେ। କିନ୍ତୁ ପୌରପାଳିକା ପକ୍ଷରୁ ସେପରି କରାଯାଉ ନାହିଁ। ଏପରି କି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ
ସହର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଠିକ୍‌ ଭାବେ ଅଳିଆ ଉଠାଉ ନାହିଁ। ବିଭିନ୍ନ ସ୍ଥାନରେ କେବଳ ନାମକୁ ମାତ୍ର ସଫେଇ ହେଉଥିବା ଅଭିଯୋଗ ଆସୁଛି। ଏ ନେଇ ସଂସ୍ଥାକୁ ବାରମ୍ବାର ଅବଗତ କରାଗଲାଣି। ତଥାପି କାର୍ଯ୍ୟରେ ଖିଲାପ ହେଉଥିବାରୁ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ଅବ୍ୟବସ୍ଥା କେବେ ସୁଧୁରିବ
ଅନୁଗୋଳ ସହର ସଫେଇକୁ ନେଇ ଦୀର୍ଘ ଦିନ ହେବ ଅବ୍ୟବସ୍ଥା ଲାଗି ରହିଛି। ନୂଆ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବା ପରେ ସହର ପରିଷ୍କାର ପରିଚ୍ଛନ୍ନ ରହିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଥିଲା। କିନ୍ତୁ ତାହା ହେଉନାହିଁ। ଆବର୍ଜନା ଗଦା ହୋଇ ରହୁଥିବାରୁ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।
-ସମୀର ପରିଡ଼ା, ଅନୁଗୋଳ
ଅଳିଆରେ ଘାଣ୍ଟି ହେଉଛନ୍ତି ସହରବାସୀ
କରୋନା ବ୍ୟାପୁଥିବା ସମୟରେ ରାସ୍ତା କଡ଼ରେ କୁୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ବିଭିନ୍ନ ରୋଗ ବ୍ୟାପିବାର ଭୟ ରହୁଛି। ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟ ଉପରେ ଦୃଷ୍ଟି ଦିଆଯାଉ ନାହିଁ। ଏଥିଯୋଗୁ ପରିବେଶ ଦୂଷିତ ହେଉଛି। ସହରୀ ଲୋକ ଟିକସ ଦେଉଥିଲେ ମଧ୍ୟ ଅଳିଆ ମଧ୍ୟରେ ଘାଣ୍ଟି ହେଉଛନ୍ତି।
-ସୁମନ ଜେନା, ଅନୁଗୋଳ
କାର୍ଯ୍ୟ ତଦାରଖ ହେଉ ନାହିଁ
ଅନୁଗୋଳ ପୌରପାଳିକା ଠିକ୍‌ ଭାବେ ସଫେଇ କାର୍ଯ୍ୟ ପରିଚାଳନା କରିପାରୁ ନାହିଁ। ଠିକା ସଂସ୍ଥାର କାର୍ଯ୍ୟ ତଦାରଖ କରୁନାହିଁ। ପୂର୍ବରୁ ଏଥିପାଇଁ ଲୋକପ୍ରତିନିଧିଙ୍କୁ ଦୋଷ ଦିଆଯାଉଥିଲା। ଗତ ୩ ବର୍ଷ ହେବ ପ୍ରଶାସନ ହାତରେ ପୌରପାଳିକା ରହିଥିଲେ ମଧ୍ୟ କାହିଁକି ସମସ୍ୟା ଦୂର ହେଉନାହିଁ।
-ଗୋପାଳ ଚନ୍ଦ୍ର ନାଥ, ଆଇନଜୀବୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri