ସଂରକ୍ଷଣ ତାଲିକାକୁ ନେଇ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର,୨୦।୧୨ (ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ପୌର ନିର୍ବାଚନ ହେବ। ସମୟ ପାଖେଇ ଆସୁଥିବାବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ଗତ ୧୦ ତାରିଖରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓ୍ବାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା ଆଶାୟୀ ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ଦ୍ଧାରିତ ସମୟର ଶେଷ ଦିବସରେ ରବିବାର ବିଭାଗ ନିକଟରେ ଏକାଧିକ ଅଭିଯୋଗପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି। ପ୍ରକାଶ ପାଇଥିବା ତାଲିକାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳା ନ ଗଲେ ନ୍ୟାୟାଳୟର ଆଶ୍ରୟ ନେବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
ବିଭାଗ ପକ୍ଷରୁ ପ୍ରକାଶିତ ତାଲିକା ଅନେକଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଉଥିବା ପୂର୍ବତନ କର୍ପୋରେଟରମାନେ ଆଶଙ୍କା କରିଛନ୍ତି। ଉକ୍ତ ତାଲିକା ଅନୁଯାୟୀ ସଂରକ୍ଷଣ ହେଲେ ସମ୍ପୃକ୍ତ ଓ୍ବାର୍ଡରେ ନିଜେ କିମ୍ବା ସମ୍ପର୍କୀୟ ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ ସେମାନେ ବିବ୍ରତ ହୋଇପଡିଛନ୍ତି। ଏପରିକି ମହାନଗର ନିଗମରେ ଭଲ କାମ କରିଥିବା କେତେଜଣ ପୂର୍ବତନ କର୍ପୋରେଟରଙ୍କଠାରୁ କ୍ଷମତା ଛଡାଇ ନେବା ପାଇଁ ଏଭଳି ଚକ୍ରାନ୍ତ କରାଯାଇଥିବା ଅଭିଯୋଗ ହୋଇଛି। ୬୭ନଂ. ଓ୍ବାର୍ଡ ଏଥର ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏ ସଂକ୍ରାନ୍ତରେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସ୍ବାଧୀନ ଭାବେ ଠିଆ ହୋଇ ନିର୍ବାଚନ ଜିତିଥିଲି। ପରେ ସରକାରୀ ଦଳରେ ସାମିଲ ହୋଇ ବହୁ କାମ କରିଛି। ଅନ୍ୟ କୌଣସି ଓ୍ବାର୍ଡରୁ ନିର୍ବାଚନ ଲଢିବି ନାହିଁ। ମୋ ଭଳି ଅନେକ ଏଭଳି ଅଭିଯୋଗ ପିଟିଶନ ଦାଖଲ କରିଛନ୍ତି। ଚୂଡ଼ାନ୍ତ ତାଲିକା ଆସିବା ପରେ ଆମେ କୌଣସି ନିଷ୍ପତ୍ତି ନେବୁ। ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଅପରପକ୍ଷେ ଆଉ କେତେଜଣ କର୍ପୋରେଟର ନିଜର ପୂର୍ବ ଓ୍ବାର୍ଡକୁ ଫେରିବାକୁ ମସୁଧା କରୁଛନ୍ତି। ଚଳିତଥର ୨୧ ନମ୍ବର ଓ୍ବାର୍ଡ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ପୂର୍ବତନ କର୍ପୋରେଟର ପ୍ରେମାନନ୍ଦ ଜେନା ଏଥର ନିଜର ପୁରୁଣା ଓ୍ବାର୍ଡ ୧୬ରୁ ନିର୍ବାଚନ ଲଢିବେ ବୋଲି ସଂକେତ ଦେଇଛନ୍ତି। ୨୨ ନମ୍ବର ଓ୍ବାର୍ଡର ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାଏକଙ୍କ କହିବା ଅନୁଯାୟୀ, ଗତଥର ଏଠାରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏବେ ଏଠାରେ ଏସ୍‌ଟି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଓ୍ବାର୍ଡରେ ଜନସଂଖ୍ୟାକୁ ଦେଖି ସଂରକ୍ଷଣ ତାଲିକା ପ୍ରକାଶ କରିବା କଥା, ଯାହାକି ହୋଇନାହିଁ। କେବଳ ସେତିକି ନୁହେଁ, ସଂରକ୍ଷଣ ତାଲିକା ସହିତ ସୀମା ନିର୍ଦ୍ଧାରଣକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ମଳିପଡ଼ା ଓ ଗୋଠପାଟଣା ଗ୍ରାମ ପଞ୍ଚାୟତରେ ଥିଲେ ବି ତାହାକୁ ୨୨ନମ୍ବର ଓ୍ବାର୍ଡ ସହ ମିଶାଯାଇଥିବା ନେଇ ରାଜ୍ୟ ସରକାରଙ୍କ ମାନଚିତ୍ରରେ ଦର୍ଶାଯାଇଛି। ଶାମପୁର ମୌଜା ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ୨୩ ନମ୍ବର ଓ୍ବାର୍ଡ ଅଧୀନରେ ଆସୁଥିବାବେଳେ ମାନଚିତ୍ରରେ ୨୨ ନମ୍ବର ଓ୍ବାର୍ଡରେ ଥିବା ଦର୍ଶାଯାଇଛି। ତେଣୁ ଏହାକୁ ବିରୋଧ କରି ହରେକୃଷ୍ଣ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଗତ ୩ବର୍ଷ ହେବ ପୌର ନିର୍ବାଚନ ହୋଇ ପାରୁ ନ ଥିବାରୁ ପ୍ରଶାସକଙ୍କ ଦ୍ୱାରା ବିଏମ୍‌ସି ପରିଚାଳିତ ହେଉଛି। ତେଣୁ ଏଥରର ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri