Posted inଫୁରସତ

କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ରୁ କୋଣାର୍କକୁ ଆସିଥିଲା ପ୍ରଥମ ପଥର

ମନ୍ଦିର ନିର୍ମାଣର ଦାୟିତ୍ୱ ମୁଖିଆଙ୍କୁ ଦିଆଯିବା ପରେ ଗଜପତି ନରସିଂହ ଦେବ ‘ବିଡ଼ାନାସୀ’କୁ ଫେରିଯାଇଥିଲେ। କଟକର ବିଡ଼ାନାସୀ ନଅରରେ ସେତେବେଳେ ସେ ରହୁଥିଲେ। ସେହିଦିନଠାରୁ ସମସ୍ତ କାର୍ଯ୍ୟ ଓ ଖର୍ଚ୍ଚର ବିବରଣୀ ଲିଖିତ ଆକାରରେ ପ୍ରସ୍ତୁତ ହେଲା। ମନ୍ଦିରର ଭୂମି ଶୁଦ୍ଧି ଓ ମଙ୍ଗଳାରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ ରାଜଗୁରୁ ଭୁବନେଶ୍ୱର ମହାପାତ୍ର। ହାତୀଚିହ୍ନ ଥିବା ୧୪ଟି ସ୍ବର୍ଣ୍ଣମୁଦ୍ରା ତାଙ୍କୁ ଦକ୍ଷିଣା ସ୍ବରୂପ ଦିଆଯାଇଥିଲା। ପୋଥିରୁ ଜଣାପଡୁଛି, କାର୍ଯ୍ୟ ଆରମ୍ଭ ହେଲାବେଳକୁ ସ୍ବତନ୍ତ୍ର ଭଣ୍ଡାର ପ୍ରତିଷ୍ଠା ହୋଇସାରିଥିଲା। ଭଣ୍ଡାରରେ କେତେ ଅସ୍ରରପି (ସୁନାଖଣ୍ଡ), ଚକିମାଢ଼ (ମୁଦ୍ରା) ଏବଂ ଶସ୍ୟ ଥିଲା ତାହା ମଧ୍ୟ ହିସାବ ହୋଇସାରିଥିଲା।
ଦସ୍ତାବିଜ୍‌ରୁ ଜଣାପଡୁଛି ସ୍ଥପତି ଏବଂ ଓଝାମାନେ ଏକ ଏକ ସ୍ବତନ୍ତ୍ର ଶିବିରରେ ରହୁଥିଲେ। ମୁଖିଆମାନେ ସେମାନଙ୍କ ଖର୍ଚ୍ଚ ନେଇ କାର୍ଯ୍ୟ ତୁଲାଉଥିଲେ। ପାଇଟିଆଳମାନେ ଗୋଟିଏ ସ୍ବତନ୍ତ୍ର ଶିବିରରେ ରହୁଥିଲେ। ନାରାୟଣ ନାୟକଙ୍କୁ ୫୦ଟି ଶଗଡ଼ଗାଡ଼ି ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଥିଲା। ‘ହାତୀଆଳ’ମାନେ ହାତୀଙ୍କ ସହିତ କୋଣାର୍କରେ ପହଞ୍ଚି ସାରିଥିଲେ। ହାତୀଆଳଙ୍କର ମୁଖ୍ୟ ଭାବେ ବିଶୁନି ଦୁଆରୀ ସଭିଙ୍କ ଦାୟିତ୍ୱ ନେଇଥିଲେ। ବାଣପୁର ଦଳବେହେରା କୋଣାର୍କରେ ପହଞ୍ଚିବା ପରେ ପ୍ରଥମ କିସ୍ତିରେ ୧୫୦୦ କାଠକଡ଼ି ଦେବା ପାଇଁ ତାଙ୍କୁ ୧୦୦ ମାଢ଼ ସୁନା ଦିଆଯାଇଥିଲା।
ମନ୍ଦିର ନିର୍ମାଣର ପ୍ରସ୍ତୁତି ପର୍ବ କିପରି ହୋଇଥିଲା ତାହା ଆମେ ଆଲୋଚନା କରୁଛେ। ପ୍ରସ୍ତୁତି ସରିବା ପରେ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନର ମାପ ଆରମ୍ଭ ହୋଇଥିଲା। ମନ୍ଦିର ସ୍ଥାନ ସହିତ ଜଗମୋହନର ସ୍ଥାନ ମପା କାର୍ଯ୍ୟ କରିଥିଲେ ସ୍ଥପତି ଗଦାଧର ମହାପାତ୍ର। ସ୍ଥାନ ସିନା ନିରୂପଣ ହେଲା, ତାହା ସମାନ ହେବ କେମିତି! ସତର ଦିନ ଲାଗିଥିଲା ୧୨୪ ଜଣ ପାଇଟିଆଳଙ୍କୁ ସେହି ସ୍ଥାନକୁ ସମାନ କରିବା ପାଇଁ। ଠିକ୍‌ ଭାବରେ କାମ ମନକୁ ପାଇଲା ନାହିଁ ଶ୍ରୀରାମ ନାୟକଙ୍କର। ସେ ୨୨ ପାଇଟିଆଳ ଧରି ଦୁଇଦିନ ସେଠାରେ ଲାଗିବା ପରେ ସେହି କାର୍ଯ୍ୟ ସରିଲା।
ଗଜପତି ନରସିଂହଦେବ ରାଜସିଂହାସନରେ ବସିଥିଲେ ମାର୍ଗଶିର ଶୁକ୍ଳପକ୍ଷ ଦଶମୀ ଦିନ। ସେଇ ଦିନକୁ ଧରାଗଲା ସପ୍ତମ ଅଙ୍କରେ। ସେଇଦିନ ପଡ଼ିଥିଲା ବୁଧବାର। ଶୁଭବେଳା ଦେଖି ମନ୍ଦିରର ଖସଡ଼ା ପ୍ରସ୍ତୁତ କରିଥିଲେ ସୂତ୍ରଧର ଶିବେଇ ସାମନ୍ତରାୟ।
ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମେ ଶିଳ୍ପୀଙ୍କର ଅସ୍ତ୍ରପୂଜା ସମ୍ପନ୍ନ ହୋଇଥିଲା। ଏଥିରେ ନୂତନ ଭାବରେ ୪୮୩ଟି ମୁନିଅଁା ନିହଣ, ୩୨୬ଟି ଦାନ୍ତିବାଲା ନିହଣ, ରମ୍ପା ନିହଣ, କୋରମୁଣ୍ଡା ଓ ସୂତାକାଠି ସମୁଦାୟ ୧୨୯୪ଟି ହତିଆର ସାମଗ୍ରୀ ପୂଜାରେ ବସିଥିଲା। ଏହା ଥିଲା ଓଡ଼ିଶାର ପାରମ୍ପରିକ ଶିଳ୍ପୀକୁଳର ହତିଆର। ହତିଆର ପୂଜା ହୋଇ ସଜ ହେଲା ବେଳକୁ କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ ଖଣିରୁ ପ୍ରଥମେ ପଥର ଆସି ପହଞ୍ଚିଥିଲା। ଏହି ଦୁଇଟି ଖଣିରୁ ପଥର ଆଣିବା ଦାୟିତ୍ୱରେ ଥିଲେ ବୁଢ଼ାଲେଙ୍କା ମହାଶୟ। ଶ୍ରୀକୂର୍ମ ପୀଠ କୋଷାଗାରରୁ ଏବାବଦ ଖର୍ଚ୍ଚ ହୋଇଥିଲା। ଶ୍ରୀକୂର୍ମ ପୀଠ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ। ସେବେ କଳିଙ୍ଗର ଏହା ପ୍ରସିଦ୍ଧ ବିଷ୍ଣୁକ୍ଷେତ୍ର ଥିଲା। ଏଠାରେ ଗଜପତିଙ୍କର ଏକ ଦୁର୍ଗ ମଧ୍ୟ ରହିଥିଲା।
ଶିଳ୍ପୀଙ୍କର ହତିଆର ନିର୍ମାଣ ହୋଇଆସିଲା କଟକର ବିଡ଼ାନାସୀରୁ। ପଥରଚନ୍ଦା ପାଂସ (ଯାହା ସହାଯ୍ୟରେ ବଡ଼ପଥର ଉଠାଯାଏ ଉପରକୁ) ଯୋଗାଇଲେ ଦାମ ମହାରଣା। ବଡ଼ ଶିକାଦଉଡ଼ି ଓ ସାଙ୍ଗଦଉଡି ପ୍ରସ୍ତୁତ ହୋଇ ରହିଲା। ବିରିବାଟିରୁ ବିଭିନ୍ନ କିସମର ଫାଉଡ଼ା ତିଆରି ହୋଇଆସିଲା। ଏ ସବୁ ପ୍ରସ୍ତୁତି ମନ୍ଦିର ନିର୍ମାଣ ଆରମ୍ଭ ସମୟରେ ହୋଇଥିଲା। ବରାଦ ହୋଇଥିଲା ତାପଙ୍ଗ ଦଳବେହେରାଙ୍କୁ ମାଙ୍କଡ଼ା ପଥର ପଠାଇବାକୁ। ସେ ୧୬୩ଟି ବଳଦଗାଡ଼ିରେ ପଥର ପଠାଇଲେ। ପାଇକମାନେ ବଳଦଗାଡ଼ି ସୁରକ୍ଷିତ ଭାବରେ କୋଣାର୍କରେ ପହଞ୍ଚାଇ ଦେଇଥିଲେ। ତାକୁ ୧୨ଦିନ ଧରି ୮୨ ଜଣ ପଥର କାରିଗର ଚଉପଟ କରି ସଜେଇଲା ବେଳକୁ ଅଇଁଡିଆ (ନିମାପଡ଼ା ଅଞ୍ଚଳର) ଦଳବେହେରା ୪୦ ଶଗଡ଼ରେ କାଠ ପଠାଇଲେ। ତଦନୁପାତରେ ଅଇଁଡିଆରୁ ମହାରଣା ପୁଣି ଆସି ପହଞ୍ଚିଲେ।
ଆମେ ମନ୍ଦିର ନିର୍ମାଣ ପ୍ରସ୍ତୁତିର ଚିତ୍ର ଜାଣିବା ପାଇଁ ଏ ସବୁ ବିଚାର ଆଲୋଚନା କରୁଛେ। କେଉଁଠାରୁ ଆସୁଛି, କିଏ ପଠାଉଛି, କେମିତି ଆସୁଛି ଲେଖିବାର ଉଦ୍ଦେଶ୍ୟ କେମିତି ଶୃଙ୍ଖଳିତ ଭାବରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହୋଇଥିଲା। ସହଯୋଗ ମାନସିକତାରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ ପ୍ରତ୍ୟେକ ଓଡ଼ିଆ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri