ପରିତ୍ୟକ୍ତ ଖାଦାନକୁ ନେଇ ବଢୁଛି ଚିନ୍ତା

ଉତ୍କଳବନ୍ଧୁ ପଣ୍ଡା
ଖଇରା, ୨୩।୭: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ ରହିଥିବା ଜଳଭର୍ତ୍ତି ପରିତ୍ୟକ୍ତ ମୋରମ ଓ ମାଙ୍କଡା ଖାଦାନରେ ପଡ଼ି ୧୦ବର୍ଷରେ ୩୦ ଜଣଙ୍କ ପ୍ରାଣ ଗଲାଣି। କେବଳ ମଣିଷ ନୁହେଁ, ଗୃହପାଳିତ ପ୍ରାଣୀଙ୍କ ମଧ୍ୟ ଜୀବନହାନି ହେଉଛି।
ଉପରୋକ୍ତ ୨ ରାଜସ୍ବ କ୍ଷେତ୍ରର ସରକାରୀ ଜମିରୁ ମୋରମ, ମାଙ୍କଡା ବେଆଇନ ଭାବେ ଉତ୍ତୋଳନ କରି ଛାଡିଦେବା ପରେ ଏଗୁଡିକ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହୁଛି। ବର୍ଷାଋତୁ ଆସିଲେ ଏଗୁଡିକରେ ଜଳ ଭର୍ତ୍ତି ହେବା ପରେ ସ୍ଥାନୀୟ ଗ୍ରାମବାସୀ, ଅଜଣା ପଥିକ ଏବଂ ଖାଦାନ ସଂଲଗ୍ନ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ଏଗୁଡିକ ମୃତ୍ୟୁର ଫାଶ ଭଳି କାମ କରୁଛି। ଏଗୁଡିକର ଗଭୀରତା ପ୍ରାୟ ୧୫ ଫୁଟରୁ ଊର୍ଦ୍ଧ୍ୱ ହେବ। ଥରେ ଗୋଡ଼ ଖସିଗଲେ ଶିଶୁ କିମ୍ବା ବୟସ୍କମାନେ ଏଥିରେ ବୁଡ଼ି ପ୍ରାଣ ହରାଇବା ଏକପ୍ରକାର ନିଶ୍ଚିତ ା କିଛି ବର୍ଷ ପୂର୍ବେ କୁପାରୀ ରାଜସ୍ବ କ୍ଷେତ୍ର ଅଧୀନ ଭୁଦେଇଶୁଳ ଗ୍ରାମର ବାବାଜୀ ପାତ୍ର, ଗଡପୋଖରୀ ଗ୍ରାମର ବିଶ୍ୱଦେବ ଦଳେଇ, ବାରାଯୋଡି ଗ୍ରାମର ଦେବେନ୍ଦ୍ର ମଲ୍ଲିକ, ଗୁଆପାଳ ଗ୍ରାମର ନୃସିଂହ ଚରଣ ସାହୁ, ଗଗୁଆ ସ୍କୁଲ ଛାତ୍ରୀ ଝୁନୁ ବିନ୍ଧାଣି, ଗଡପୋଖରୀସ୍ଥିତ ଏକ ଘରୋଇ ବିଦ୍ୟାଳୟ ଛାତ୍ର କ୍ରିଷ୍ଣା ଦାସ, କୁପାରୀ ଆଦିବାସୀ ସାହିର ରତନା ସିଂଙ୍କର ୨ଶିଶୁ ସନ୍ତାନଙ୍କ ମୃତ୍ୟୁ ହୋଇଥିଲା। ସପ୍ତାହେ ପୂର୍ବେ ଗଗୁଆ ସେବାଶ୍ରମର ୪ର୍ଥ ଶ୍ରେଣୀ ଛାତ୍ର ତଥା ଗଗୁଆ ଗ୍ରାମର ସୁରେଶ ନାଇକଙ୍କ ପୁଅ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବରପଦାର ଏକ ପରିତ୍ୟକ୍ତ ମାଙ୍କଡା ଖଣି ପାଣିରେ ବୁଡି ପ୍ରଦୀପ ଜେନା ପ୍ରାଣ ହରାଇବାର କୋହ ପରିବାର ଲୋକଙ୍କ ମନରୁ ଏପର୍ଯ୍ୟନ୍ତ ଯାଇନାହିଁ। ଏହି ଖାଦାନଗୁଡିକର କଡ଼କୁ ଲାଗି ରହିଥିବା ଗଗୁଆ ସେବାଶ୍ରମ, ବାରାଯୋଡି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର, ଗଡପୋଖରୀ ୟୁପି ସ୍କୁଲ ଓ ସରସ୍ବତୀ ଶିଶୁମନ୍ଦିର ଭଳି କିଛି ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଏହି ଜଳଭର୍ତ୍ତି ଖାଦାନ ପ୍ରତି କ୍ଷଣରେ ବିପଦକୁ ନିମନ୍ତ୍ରଣ କରୁଛି। ମୋରମ ମାଙ୍କଡ଼ା ଖଣି ବ୍ୟବହାର ପରେ ଏଗୁଡିକୁ ପୋତିବାର ନିୟମ ରହିଛି ା ହେଲେ ପ୍ରଶାସନର ସ୍ଥାଣୁତା ଯୋଗୁ ଏଗୁଡିକୁ ପରିତ୍ୟକ୍ତ ଭାବେ ଛାଡି ଦିଆଯାଉଛି ା ଏଗୁଡିକୁ ଆବଦ୍ଧ କରାଯିବା ଆବଶ୍ୟକ ବୋଲି ଗୁଆପାଳ ଗ୍ରାମବାସୀ ବିଜୟ କୁମାର ବାରିକ କହିନ୍ତି। ଖଣି ମାଫିଆଙ୍କ ଏଭଳି ଖେଳ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି ା ଏଣୁ ପରିତ୍ୟକ୍ତ ଖାଦାନଗୁଡିକ ପୋତିବାକୁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ପ୍ରାକ୍ତନ ଜିଲା ପରିଷଦ ସଭ୍ୟ କଳ୍ପନା ନାଇକ କହିଛନ୍ତି। ବର୍ତ୍ତମାନ ଏଭଳି ଖାଦାନ ପ୍ରତ୍ୟେକ ବର୍ଷାଋତୁରେ ବିପଦ ସୃଷ୍ଟି କରୁଥିବାରୁ ଗାଁ ଲୋକେ ନିଜେ ଭୟ କରିବା ସହ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ସୁରକ୍ଷିତ ମଣୁ ନ ଥିବା କହିଛନ୍ତି ା ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସ୍ଥାନୀୟ ସରପଞ୍ଚ ଟିକିରାଣୀ ସେଠୀ କହନ୍ତି। ପୂର୍ବରୁ ଏହି ଖଣିଗୁଡିକ ବ୍ୟବହାର ପରେ ଛାଡି ଦିଆଯାଇଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ତହସିଲଦାର ମହେନ୍ଦ୍ର କୁମାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri