ଟୋକନ ଅଛି, ଉଠୁନି ଧାନ; ମୁଣ୍ଡରେ ହାତ ଦେଇଛି ଚାଷୀ

ବୁଗୁଡ଼ା,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ହେଁ ସୋସାଇଟି ଧାନ ନେଉ ନ ଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ କିଛି ଚାଷୀ ବାଧ୍ୟ ହୋଇ ବେପାରୀଙ୍କୁ କମ୍‌ ଦରରେ ଧାନ ବିକିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଗତ ବର୍ଷ ୧. ୨୭ ଲକ୍ଷ କୁଇଣ୍ଟାଲ ଧାନ ବିଭିନ୍ନ ସୋସାଇଟି ମାଧ୍ୟମରେ କ୍ରୟ କରାଯାଇଥିବା ବେଳେ ଚଳିତବର୍ଷ ପ୍ରାୟ ୨ ଲକ୍ଷ କୁଇଣ୍ଟାଲ ଧାନ ଅମଳ ହୋଇଥିଲେ ହେଁ ୧୩ ତାରିଖ ସୁଦ୍ଧା ବିଭିନ୍ନ ଚାଷୀଙ୍କଠାରୁ ୧ ଲକ୍ଷ ୨୭ ହଜାର କୁଇଣ୍ଟାଲ ଧାନ ଉଠିଥିବା ଜଣାପଡ଼ିଛି l ୧୩ ତାରିଖ ସୁଦ୍ଧା ୨ ହଜାର ୧୭୬ ଜଣ ଚାଷୀ ଟୋକନ ଧରି ବସଛନ୍ତି। ୮୦ ହଜାର କୁଇଣ୍ଟାଲ ଧାନ ବିଭିନ୍ନ ଚାଷୀଙ୍କ ପାଖରେ ଜମା ହୋଇରହିଛି l ଗୋଲିଆ ପେକ୍ସ ଅଧୀନରେ ୨୪୩ ଟୋକନ ପଡ଼ି ରହିଥିବା ବେଳେ ୬୯୮୧.୫୯ କୁଇଣ୍ଟାଲ ଧାନ ଜମା ରହିଛି । ସେହିପରି ବିରଞ୍ଚିପୁରରେ ୧୧୩ ଟୋକନ ୨୬୦୫.୯୯ କୁଇଣ୍ଟାଲ, ବାଲିପଦର ରେ ୧୯୬ ଟୋକନକୁ ୨୮୯୬.୨୧ କୁଇଣ୍ଟାଲ, ଭାମସିଆଳିରେ ୪୮ ଟୋକନକୁ ୪୨୯.୩୮ କୁଇଣ୍ଟାଲ, ଏ.କରଡ଼ାବାଡ଼ିରେ ୨୧୯ ଟୋକନକୁ ୫୦୪୭.୯୨ କୁଇଣ୍ଟାଲ, ଗୋଳାବନ୍ଧରେ ୨୭୫ ଟୋକନକୁ ୯୩୩୮.୪୮ କୁଇଣ୍ଟାଲ, ବୁଗୁଡ଼ାରେ ୨୫୬ ଟୋକନକୁ ୭୮୭୦.୯୭ କୁଇଣ୍ଟାଲ, ମାଣିତରାରେ ୨୪୬ ଟୋକନକୁ ୬୯୩୯.୦୧ କୁଇଣ୍ଟାଲ, ପାଙ୍ଗିଡ଼ିରେ ୧୦୦ ଟୋକନକୁ ୧୬୭୩.୩୭ କୁଇଣ୍ଟାଲ, ଖୋଳ ଖାଳିରେ ୧୭୧ ଟୋକନକୁ ୫୨୧୫.୭ କୁଇଣ୍ଟାଲ, ମୋଟାବାଡ଼ିରେ ୮୩ ଟୋକନକୁ ୧୩୭୯.୧୨କୁଇଣ୍ଟାଲ, ବି.କରଡ଼ାବାଡ଼ିରେ ୧୮୭ ଟୋକନକୁ ୩୯୭୯.୪୪ କୁଇଣ୍ଟାଲ, ଅନ୍ତରପଡାରେ ୧୬୪ ଟୋକନକୁ ୪୦୫୨ କୁଇଣ୍ଟାଲ ଓ କରଚୁଲିରେ ୮୬ ଜଣ ଟୋକନ ଧରି ବସିଥିବା ବେଳେ ୧୪୯୮.୫୪ କୁଇଣ୍ଟାଲ ଧାନ ଜମାହୋଇ ରହିଥିବା ଜଣାପଡ଼ିଛି। ଏନେଇ ଜିଲା ମୁଖ୍ୟ ଯୋଗାଣ ନିରୀକ୍ଷକ ଉମାଶଙ୍କର ପତିଙ୍କୁ ପଚାରିବାରୁ ସେ ଫିଲଡ୍‌ ଭେରିଫିକେଶନ ପରେ ପୁଣି ପ୍ୟାକ୍ସଗୁଡ଼ିକୁ ଧାନ ଉଠାଣ ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି। ତେବେ ଧାନ ଉଠିବ କି ନାହିଁ ସେ ଆଶଙ୍କାରେ ଚାଷୀ ହତୋତ୍ସାହ ହୋଇ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri