ହବିଷିଆଳିଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ,୧୧।୯: ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଉ ମାସେ ପରେ କାର୍ତ୍ତିକ ମାସ ଆରମ୍ଭ ହେବ। ତେବେ ୨ ବର୍ଷ ପରେ ଚଳିତବର୍ଷ କାର୍ତ୍ତିକ ମାସରେ ଅଧିକ ସଂଖ୍ୟାରେ ହବିଷିଆଳି ପୁରୀକୁ ଆସିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। କାର୍ତ୍ତିକରେ ରାଈଦାମୋଦର ବ୍ରତ ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। କରୋନା ଯୋଗୁ ଗତ ୨ବର୍ଷ ଧରି ରାଜ୍ୟ ସରକାରଙ୍କ ଦ୍ୱାରା ଏହି ବ୍ୟବସ୍ଥା ବନ୍ଦ ଥିବାବେଳେ ଚଳିତବର୍ଷ ପୁଣି କାର୍ଯ୍ୟକାରୀ ହେଉଛି। ହବିଷିଆଳିମାନେ ରହିବା ପାଇଁ ସ୍ଥାୟୀ କୋଠାର ବ୍ୟବସ୍ଥା ହୋଇଥିବା ବେଳେ ଦୈନିକ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ହବିଷିଆଳିମାନେ ବିନା ମୂଲ୍ୟରେ ଏହି ସୁବିଧା ପାଇପାରିବେ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି। ଏ ନେଇ ପଞ୍ଜୀକରଣ ଆସନ୍ତା ୧୩ ତାରିଖରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କର ଏହି ଯୋଜନାର ସୁବିଧା ପାଇବାକୁ ଚାହୁଁଥିବା ହବିଷିଆଳିମାନେ ପଞ୍ଜୀକରଣ କରିବେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କିମ୍ବା ହ୍ବାଟ୍ସଆପ୍‌ ନମ୍ବର(୯୪୩୭୩୩୩୮୨୩)ରେ ଯୋଗାଯୋଗ କରି ପଞ୍ଜୀକରଣ କରିପାରିବେ। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ସର୍ବସାଧାରଣଙ୍କୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ପ୍ରସ୍ତୁତି ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ୨୫୦୦ରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ରହଣି, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉଛି। ପଞ୍ଜୀକରଣ ସଂଖ୍ୟା ସ୍ପଷ୍ଟ ହେବା ପରେ ପ୍ରସ୍ତୁତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ସମ୍ପ୍ରତି ଆମେ ଅଢ଼େଇ ହଜାର ବୃଦ୍ଧାଙ୍କ ପାଇଁ ବ୍ୟବସ୍ଥା କରୁଛୁ। ଜିଲା ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ନରେନ୍ଦ୍ରପୋଖରୀ ନିକଟରେ ହୋଇଥିବା ଏକ ସ୍ବତନ୍ତ୍ର କୋଠାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନ ଏମାନଙ୍କ ଯାତାୟାତ ମଧ୍ୟ ବିନା ମୂଲ୍ୟରେ ଯୋଗାଇଦେବ। ପ୍ରତ୍ୟହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ ଯାନର ବ୍ୟବସ୍ଥା କରାଯିବ। ହବିଷିଆଳିମାନେ ଏହି ଯାନରେ ଶ୍ରୀମନ୍ଦିର ଯାଇପାରିବେ। ସେହିଭଳି ଭଜନ କୀର୍ତ୍ତନର ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟକ୍ତିମାନେ ପଞ୍ଜିକରଣ କରିନିଅନ୍ତୁ। ଉକ୍ତ ସମୟ ପରେ ପଞ୍ଜୀକରଣ କରାଯିବ ନାହିଁ। ସେହିଭଳି କରୋନା ପୂର୍ବ ବର୍ଷ ଜିଲା ପ୍ରଶାସନ ସଫଳ ଭାବେ ଏହି ଯୋଜନାକୁ ପରିଚାଳିତ କରିଥିଲା। କରୋନା ଆଶଙ୍କା ହଟିଯାଇଥିବା ହେତୁ ଚଳିତବର୍ଷ ଅଧିକ ହବିଷିଆଳି ପୁରୀ ଆସିବା ନେଇ ଜିଲା ପ୍ରଶାସନ ଆକଳନ କରୁଛି। ହବିଷିଆଳି କୋଠାରେ ଯଥେଷ୍ଟ ପରିମାଣର ହବିଷିଆଳି ରହିବା ନେଇ ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ରହଣି ବ୍ୟବସ୍ଥା ମଧ୍ୟ କରିବୁ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri