ବ୍ରାହ୍ମଣୀଗାଁ ଶତାୟୁ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩୦୮(ଅରୁଣ ସାହୁ/ମନୋରଞ୍ଜନ ରଣା):  ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁ ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି। ୧୯୧୮ରେ ସ୍ଥାପନ କରାଯାଇଥିବା ସର୍ବ ପୁରାତନ ବିଦ୍ୟାଳୟ ଅବ୍ୟବସ୍ଥା ଯୋଗୁ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବାଧକ ସାଜୁଛି। ଉକ୍ତ ବିଦ୍ୟାଳୟ ପୂର୍ବରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଗତ ୩ ବର୍ଷ ହେଲା ତାହା ପ୍ରକଳ୍ପ କାଟିଦିଆଯାଇ କେବଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯାଇଛ। କାଗଜପତ୍ରରେ ବିକାଶ ହୋଇଥିଲେ ସୁଦ୍ଧା ବାସ୍ତବରେ ବିଦ୍ୟାଳୟର ଉନ୍ନତି କିଛି ହୋଇପାରିନି। ଶତାୟୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ଶ୍ରେଣୀକୋଠାର ଅଭାବ ପାଇଁ କେବଳ ସପ୍ତମ ପର୍ଯ୍ୟନ୍ତ ୧୯୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
ଗୋଟିଏ ଶ୍ରେଣୀଗୃହରେ ଦୁଇ ଦୁଇଟି ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଥିବା ବେଳେ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର ବାରଣ୍ଡାରେ ପଢୁଛନ୍ତି। ସେହିପରି କାର୍ଯ୍ୟାଳୟ ନ ଥିବାରୁ ଛାତ୍ରାବାସ ବାରଣ୍ଡାରେ ଚାଲିଛି କାର୍ଯ୍ୟାଳୟ। ରାଜ୍ୟ ସରକାରଙ୍କ ଏମ୍‌ପି ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଅନୁଦାନ ଆସିଥିବା ବେଳେ ଦୀର୍ଘ ୮ ମାସ ହେଲା ଅଧାପନ୍ତରିଆ ହୋଇ କୋଠା ନିର୍ମାଣ କାର୍ଯ୍ୟ ରହିଛି। ସେହିପରି ପ୍ରାୟ ୩୫ ଲକ୍ଷ ଟଙ୍କା ବିନିମୟରେ ବିଦ୍ୟାଳୟର ନୂତନ କୋଠା ସହ ରୂପାନ୍ତରଣ କାର୍ଯ୍ୟ କରାଯିବାକୁ ପୁରୁଣା ଭଙ୍ଗା ଶ୍ରେଣୀକୋଠାକୁ ସମ୍ପୂର୍ଣ୍ଣ ଭଙ୍ଗାଗଲା କିନ୍ତୁ ସେଠି ନୂତନ କୋଠା ଆରମ୍ଭ କରାଯିବାରେ ଅହେତୁକ ବିଳମ୍ବ ଯୋଗୁ ବିଦ୍ୟାଳୟରେ ବହୁ ସମସ୍ୟା ଦେଖାଯାଇଛି। ସେହିପରି ପାଚେରି ନ ଥିବାରୁ ପିଲାଙ୍କ ସୁରକ୍ଷା ପ୍ରତି ସମସ୍ୟା ଦେଖାଯିବା ସହ ଛାତ୍ରାବାସରେ ପନିପରିବା କରାଯାଇଥିବା ଗଛ ଗୁଡିକୁ ଗାଈ ନଷ୍ଟ କରିଛନ୍ତି। ଲାଇବ୍ରେରୀ ପାଇଁ ସ୍ବତନ୍ତ୍ର କୋଠା ସମେତ ବିଜ୍ଞାନ କକ୍ଷ, କମ୍ପ୍ୟୁଟର, ଖେଳକୁଦ ପାଇଁ ପଡିଆ, ସ୍ମାର୍ଟ କ୍ଲାସ ରୁମ ଆଦି ବ୍ୟବସ୍ଥା କରାଗଲେ ଆମେ ଭଲ ପାଠ ପଢ଼ିପାରିବୁ ବୋଲି ଛାତ୍ରୀଛାତ୍ର କହିଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକମୁନି ଦିଗାଲ କହିଛନ୍ତି, ବହୁ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ଏହାର ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନରେ ବିଦ୍ୟାଳୟ ରୂପାନ୍ତରଣ କରାଯିବାକୁ ରହିଥିବା ବେଳେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଅହେତୁକ ଅବହେଳା ପାଇଁ ବିଦ୍ୟାଳୟରେ ଦୁରବସ୍ଥା ସୃଷ୍ଟି ହୋଇଛି। ଶୀଘ୍ର କାର୍ଯ୍ୟ ଶେଷ କରାଯିବାକୁ ପ୍ରଶାସନକୁ ନିବେଦନ କରାଯାଇଥିବା ସେ କହିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗଣେଶ ଡାକୁଆ କହିଛନ୍ତି, ବିଦ୍ୟାଳୟ ପରିସରରେ କୋଠା କାର୍ଯ୍ୟ ଓ ରୂପାନ୍ତରଣ କରାଯିବାକୁ ଅନୁଦାନ ଥାଇ କାର୍ଯ୍ୟ କାହିଁକି ବିଳମ୍ବ କରାଯାଉଛି ବୋଲି କହିଥିବା ବେଳେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ଅଭିଯୋଗ କଲାପରେ ମଧ୍ୟ ରୂପାନ୍ତରଣ କାର୍ଯ୍ୟ ବିଳମ୍ବ ହେଉଥିବା ସେ କହିଛନ୍ତି। ଏ ନେଇ ବିଡିଓ କହିଛନ୍ତି ଯେ ଏମ୍‌ସିଏଲ (ମହାନଦୀ କୋଲଫିଲଡ୍ସ ଲିମିଟେଡ଼) ଓ ମୋ ସ୍କୁଲ ପକ୍ଷରୁ ଅନୁଦାନ ରହିଛି। ଠିକାଦାର ଅବହେଳା ରହିଥିବାରୁ ଶୀଘ୍ର ଅନ୍ୟ ପଦକ୍ଷେପ ନେଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri