ବ୍ରାହ୍ମଣୀଗାଁ ଶତାୟୁ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩୦୮(ଅରୁଣ ସାହୁ/ମନୋରଞ୍ଜନ ରଣା):  ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁ ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି। ୧୯୧୮ରେ ସ୍ଥାପନ କରାଯାଇଥିବା ସର୍ବ ପୁରାତନ ବିଦ୍ୟାଳୟ ଅବ୍ୟବସ୍ଥା ଯୋଗୁ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବାଧକ ସାଜୁଛି। ଉକ୍ତ ବିଦ୍ୟାଳୟ ପୂର୍ବରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଗତ ୩ ବର୍ଷ ହେଲା ତାହା ପ୍ରକଳ୍ପ କାଟିଦିଆଯାଇ କେବଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯାଇଛ। କାଗଜପତ୍ରରେ ବିକାଶ ହୋଇଥିଲେ ସୁଦ୍ଧା ବାସ୍ତବରେ ବିଦ୍ୟାଳୟର ଉନ୍ନତି କିଛି ହୋଇପାରିନି। ଶତାୟୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ଶ୍ରେଣୀକୋଠାର ଅଭାବ ପାଇଁ କେବଳ ସପ୍ତମ ପର୍ଯ୍ୟନ୍ତ ୧୯୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
ଗୋଟିଏ ଶ୍ରେଣୀଗୃହରେ ଦୁଇ ଦୁଇଟି ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଥିବା ବେଳେ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର ବାରଣ୍ଡାରେ ପଢୁଛନ୍ତି। ସେହିପରି କାର୍ଯ୍ୟାଳୟ ନ ଥିବାରୁ ଛାତ୍ରାବାସ ବାରଣ୍ଡାରେ ଚାଲିଛି କାର୍ଯ୍ୟାଳୟ। ରାଜ୍ୟ ସରକାରଙ୍କ ଏମ୍‌ପି ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଅନୁଦାନ ଆସିଥିବା ବେଳେ ଦୀର୍ଘ ୮ ମାସ ହେଲା ଅଧାପନ୍ତରିଆ ହୋଇ କୋଠା ନିର୍ମାଣ କାର୍ଯ୍ୟ ରହିଛି। ସେହିପରି ପ୍ରାୟ ୩୫ ଲକ୍ଷ ଟଙ୍କା ବିନିମୟରେ ବିଦ୍ୟାଳୟର ନୂତନ କୋଠା ସହ ରୂପାନ୍ତରଣ କାର୍ଯ୍ୟ କରାଯିବାକୁ ପୁରୁଣା ଭଙ୍ଗା ଶ୍ରେଣୀକୋଠାକୁ ସମ୍ପୂର୍ଣ୍ଣ ଭଙ୍ଗାଗଲା କିନ୍ତୁ ସେଠି ନୂତନ କୋଠା ଆରମ୍ଭ କରାଯିବାରେ ଅହେତୁକ ବିଳମ୍ବ ଯୋଗୁ ବିଦ୍ୟାଳୟରେ ବହୁ ସମସ୍ୟା ଦେଖାଯାଇଛି। ସେହିପରି ପାଚେରି ନ ଥିବାରୁ ପିଲାଙ୍କ ସୁରକ୍ଷା ପ୍ରତି ସମସ୍ୟା ଦେଖାଯିବା ସହ ଛାତ୍ରାବାସରେ ପନିପରିବା କରାଯାଇଥିବା ଗଛ ଗୁଡିକୁ ଗାଈ ନଷ୍ଟ କରିଛନ୍ତି। ଲାଇବ୍ରେରୀ ପାଇଁ ସ୍ବତନ୍ତ୍ର କୋଠା ସମେତ ବିଜ୍ଞାନ କକ୍ଷ, କମ୍ପ୍ୟୁଟର, ଖେଳକୁଦ ପାଇଁ ପଡିଆ, ସ୍ମାର୍ଟ କ୍ଲାସ ରୁମ ଆଦି ବ୍ୟବସ୍ଥା କରାଗଲେ ଆମେ ଭଲ ପାଠ ପଢ଼ିପାରିବୁ ବୋଲି ଛାତ୍ରୀଛାତ୍ର କହିଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକମୁନି ଦିଗାଲ କହିଛନ୍ତି, ବହୁ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ଏହାର ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନରେ ବିଦ୍ୟାଳୟ ରୂପାନ୍ତରଣ କରାଯିବାକୁ ରହିଥିବା ବେଳେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଅହେତୁକ ଅବହେଳା ପାଇଁ ବିଦ୍ୟାଳୟରେ ଦୁରବସ୍ଥା ସୃଷ୍ଟି ହୋଇଛି। ଶୀଘ୍ର କାର୍ଯ୍ୟ ଶେଷ କରାଯିବାକୁ ପ୍ରଶାସନକୁ ନିବେଦନ କରାଯାଇଥିବା ସେ କହିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗଣେଶ ଡାକୁଆ କହିଛନ୍ତି, ବିଦ୍ୟାଳୟ ପରିସରରେ କୋଠା କାର୍ଯ୍ୟ ଓ ରୂପାନ୍ତରଣ କରାଯିବାକୁ ଅନୁଦାନ ଥାଇ କାର୍ଯ୍ୟ କାହିଁକି ବିଳମ୍ବ କରାଯାଉଛି ବୋଲି କହିଥିବା ବେଳେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ଅଭିଯୋଗ କଲାପରେ ମଧ୍ୟ ରୂପାନ୍ତରଣ କାର୍ଯ୍ୟ ବିଳମ୍ବ ହେଉଥିବା ସେ କହିଛନ୍ତି। ଏ ନେଇ ବିଡିଓ କହିଛନ୍ତି ଯେ ଏମ୍‌ସିଏଲ (ମହାନଦୀ କୋଲଫିଲଡ୍ସ ଲିମିଟେଡ଼) ଓ ମୋ ସ୍କୁଲ ପକ୍ଷରୁ ଅନୁଦାନ ରହିଛି। ଠିକାଦାର ଅବହେଳା ରହିଥିବାରୁ ଶୀଘ୍ର ଅନ୍ୟ ପଦକ୍ଷେପ ନେଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri