‘ଋତୁସ୍ରାବକୁ ନେଇ ସମାଜରେ ଭୁଲ୍‌ ଧାରଣା ରହିଛି’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଆଇନା ଏବଂ ୟୁନିସେଫ୍‌ ଓଡ଼ିଶା ସହଭାଗିତାରେ କଲ୍ଲୋଳ-୨୦୨୧ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା’ର ସପ୍ତମ ସଂସ୍କରଣ ଉଦ୍‌ଘାଟନ ଉତ୍ସବ ମଙ୍ଗଳବାର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ‘ଋତୁସ୍ରାବ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା’ ବିଷୟବସ୍ତୁକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ଆହ୍ବାନ କରାଯାଇଛି। ମଙ୍ଗଳବାର ଏହାର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁନିସେଫ ଦ୍ୱାରା ଆୟୋଜିତ ରେଡ୍‌ ଡଟ୍‌ କ୍ୟାମ୍ପେନର ଆମ୍ବାସାଡର ତଥା ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେଇ କହିଛନ୍ତି, ଆମେ ଯେଉଁ ସମସ୍ୟାଗୁଡ଼ିକୁ ସାମ୍ନା କରିଛେ ତାକୁ ଆମ ଆଗାମୀ ପଢ଼ି ଯେପରି ସାମ୍ନା ନ କରନ୍ତୁ ା ଏଥିପାଇଁ ଆମକୁ ସଚେତନ ହେବା ସହ ଆମ ଉତ୍ତରପୀଢ଼ି କିପରି ସଚେତନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ଡ. ମୋନିକା ନେଲସନ୍‌ ଯୋଗଦେଇ କହିଥିଲେ, ଋତୁସ୍ରାବକୁ ନେଇ ସମାଜରେ ଚାଲିଥିବା ଭୁଲଧାରଣାକୁ ଭାଙ୍ଗିବା ଏବଂ ଏଥିସହ ଜଡ଼ିତ ଭୟ ଓ ଲଜ୍ଜାକୁ ଦୂର କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ହୋଇପାରେ। ଏହି ଚଳଚ୍ଚିତ୍ର ନିର୍ମାଣ କର୍ମଶାଳା ମାଧ୍ୟମରେ କିଶୋରମାନେ ସ୍କ୍ରିପ୍ଟ ଲେଖିବା, ଚଳଚ୍ଚିତ୍ରର ସୁଟିଂ ଏବଂ ସମ୍ପାଦନା ଶିଖିବେ। ପରେ ଏହା ଦ୍ୱାରା ପ୍ରସ୍ତୁତ ସିନେମାରେ ସେମାନଙ୍କର ଦୃଷ୍ଟିକୋଣ ଏବଂ ଚିନ୍ତାଧାରାର ପ୍ରକୃତ ପ୍ରତିନିଧିତ୍ୱ କରିବେ। ଏହି କର୍ମଶାଳା ପିଲାମାନଙ୍କୁ ଦେଇଥିବା ସମ୍ଭାବନାକୁ ନେଇ ଆମେ ଉତ୍ସାହିତ ଏବଂ ସେମାନଙ୍କର ଚଳଚ୍ଚିତ୍ର ଦେଖିବା ପାଇଁ ଆମେ ଖୁବ୍‌ ଆଗ୍ରହୀ।
ଏହି ଅବସରରେ ଆଇନାର ସମ୍ପାଦିକା ସ୍ନେହ ମିଶ୍ର କହିଥିଲେ, ଋତୁସ୍ରାବକୁ ନେଇ ସମାଜରେ ଏବେ ମଧ୍ୟ ଅନେକ ଭୁଲ ଧାରଣା ଚାଲିଆସୁଛି, ଯାହାକୁ ବଦଳାଇବା ନିହାତି ଆବଶ୍ୟକ ା ଏହି ବର୍ଷର ସହଯୋଗୀ ଅନୁଷ୍ଠାନ ଆଇଆର୍‌ସି, ୟୁଥ୍‌ ଫର୍‌ ୱାଟର ଓ ସୁଜାନାର ସହଭାଗିତାରେ ଏହି କାର୍ଯ୍ୟକ୍ରମରେ ଆମେ ଓଡ଼ିଶା ବାହାରୁ ମଧ୍ୟ ଚଳଚ୍ଚିତ୍ରର ଆସିବାର ଆଶା ରଖିଛୁ। ଏହି ବର୍ଷ ଚଳଚ୍ଚିତ୍ର ନିର୍ମାତାଙ୍କୁ ଫିଲ୍ମ ପାଇଁ ଅଧିକ ସମୟ ଦିଆଯାଇଛି। ଯାହା ଫଳରେ ବିଷୟବସ୍ତୁକୁ ନେଇ ସୁନ୍ଦର ସୁନ୍ଦର ପରିକଳ୍ପନା କରିବା ପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ମିଳିବ। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ପିଲାମାନେ ସେମାନଙ୍କ କଥାକୁ ନେଇ ଚଳଚ୍ଚିତ୍ର ତିଆରି କରିବେ। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର କମ୍ୟୁନିକେଶନ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ପିଲାଙ୍କର ସହଭାଗିତାକୁ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍‌ର ୱାସ୍‌ ବିଶେଷଜ୍ଞ ସିପ୍ରା ସକ୍ସେନା କହିଥିଲେ, ଏହା କେବଳ ଝିଅ ବା ମହିଳାଙ୍କ ସମସ୍ୟା ନୁହେଁ, ପୁରୁଷମାନେ ମଧ୍ୟ ଏ ବିଷୟରେ ଆଲୋଚନା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri