ପ୍ରଚଣ୍ଡ ତାତି: ଡହଳବିକଳ ଜଙ୍ଗଲୀ ଜନ୍ତୁ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମ। ଘରେ କି ବାହାରେ ନିସ୍ତାର ନାହିଁ। ମଣିଷ, ଜୀବଜନ୍ତୁ ସମସ୍ତେ ତାତିର ଜ୍ୱାଳାରେ ଛଟପଟ ହେଉଛନ୍ତି। ଜଙ୍ଗଲରେ ପାଣି ଅଭାବରୁ ଜୀବଜନ୍ତୁ କଲବଲ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀଙ୍କ ନିମନ୍ତେ ଜଙ୍ଗଲରେ ପାଣି ବ୍ୟବସ୍ଥା କରିବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଦେବୀଦତ୍ତ ବିଶ୍ୱାଳ ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଖରା ଯୋଗୁ ଜଙ୍ଗଲରେ ଥିବା ଛୋଟ ବଡ଼ ଜଳାଶୟ ଶୁଖି ଯାଉଛି। ତେଣୁ ଏହି ଜଳାଶୟଗୁଡ଼ିକୁ ଗଭୀର କରିବା ସହ ଟ୍ୟାଙ୍କରରେ ଶୁଖିଲା ପୋଖରୀ, ଗଡ଼ିଆରେ ପାଣି ଭର୍ତ୍ତି କରିବାକୁ ପିସିସିଏଫ୍‌ ସମସ୍ତ ଡିଏଫ୍‌ଓଙ୍କୁ ଚିଠି ଲେଖିଛନ୍ତି। ଜଳାଶୟ ନିକଟରେ ଛାଇ ବ୍ୟବସ୍ଥା କରିବା ସହିତ ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବାକୁ ମଧ୍ୟ କୁହାଯାଇଛି। ଜଙ୍ଗଲରେ ପାଣିର ଅଭାବ ହେଲେ ବନ୍ୟଜନ୍ତୁ ଜନବସତିକୁ ପଳାଇ ଆସିବା ଆଶଙ୍କା ରହିଛି। ଜଳାଶୟଗୁଡ଼ିକରେ ନିୟମିତ ପାଣି ଭରିବା ସହ ସ୍ଥିତି ପରଖିବା ପାଇଁ ଦୈନିକ ପାଟ୍ରୋଲିଂ କରିବାକୁ କୁହାଯାଇଛି। ଏହାସହ ଜଙ୍ଗଲ ନିକଟ ଗ୍ରାମରେ ଜନସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହିତ ଚିଡ଼ିଆଖାନା, ରେସ୍‌କ୍ୟୁ ସେଣ୍ଟର ଏବଂ ବନ୍ୟଜନ୍ତୁ ପାର୍କଗୁଡ଼ିକରେ ଜୀବଜନ୍ତୁଙ୍କୁ ଖରା ଓ ତାତିରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ତେବେ ପାଣି ଅଭାବରୁ କଟକ ଜିଲା ଆଠଗଡ଼ ବନଖଣ୍ଡରେ ହାତୀଛୁଆର ମୃତ୍ୟୁ ଘଟିଥିବା ବିଷୟକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅସ୍ବୀକାର କରିଛି। ପିସିସିଏଫ୍‌ କହିଛନ୍ତି, ପାଣି ପାଇଁ ହାତୀଛୁଆର ମୃତ୍ୟୁ ହୋଇନାହିଁ। ସେହି ଅଞ୍ଚଳରେ ୩ଟି ପୋଖରୀରେ ପାଣି ଅଛି। ହାତୀଛୁଆର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି।
ରାଜ୍ୟର ୨୪ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ବାରିପଦା ପୁଣି ଉତ୍ତପ୍ତ ହୋଇଛି। ଏଠାରେ ସୋମବାର ପାରଦ ୬.୧ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠି ୪୪.୨ ଡିଗ୍ରୀରେ ପହଞ୍ଚିଛି। ଏଥିଯୋଗୁ ବାରିପଦା ଦେଶର ଦ୍ୱିତୀୟ ଓ ବିଶ୍ୱର ଚତୁର୍ଥ ଉତ୍ତପ୍ତ ସହର ହୋଇଛି। ‘ଏଲ୍‌ ଡୋରାଡୋ ଓ୍ବେଦର’ ନାମକ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱର ସବୁଠୁ ଉତ୍ତପ୍ତ ସହର ବାଂଲାଦେଶର କୁମାରଖାଲି/କୁଷ୍ଟିଆ(୫୧.୨ ଡିଗ୍ରୀ ସେଲ୍‌ସିୟସ)ହୋଇଥିବାବେଳେ ଦକ୍ଷିଣ ଆଫ୍ରିକାର କୋମାତିଦ୍ରାଇ ଦ୍ୱିତୀୟ (୪୭.୯), ଭାରତର ଉତ୍ତରପ୍ରଦେଶର ଆଲ୍ଲାହାବାଦ/ଘୁରୁପୁର ତୃତୀୟ(୪୪.୬) ତତଲା ସହରରେ ପରିଣତ ହୋଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ନୂଆପଡ଼ା ଓ ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୩.୩, ତାଳଚେରରେ ୪୩.୨, ସମ୍ବଲପୁର ୪୩.୨, ଟିଟିଲାଗଡ଼ ୪୩.୧, ଅନୁଗୋଳ ୪୩.୧, ବଲାଙ୍ଗୀର ୪୩, ସୁନ୍ଦରଗଡ଼ ୪୨.୮, ଭବାନୀପାଟଣା ୪୨.୬, ରାଉରକେଲା ୪୨.୨, ସୋନପୁର ୪୧.୭, ହୀରାକୁଦ ୪୧.୬, କଟକ ୪୧.୬, ଢେଙ୍କାନାଳ ୪୧.୪, ପାରଳାଖେମୁଣ୍ଡି ୪୧.୧, ବରଗଡ଼ ୪୦.୮, ନୟାଗଡ଼ ୪୦.୫, କେନ୍ଦୁଝର ୪୦.୪, ଚାନ୍ଦବାଲି ୪୦.୨, ଜଗତ୍‌ସିଂହପୁର ୪୦, ଭଦ୍ରକ ୪୦ ଏବଂ ଦେବଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସେହିପରି ଭଦ୍ରକରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ୩୯.୬, ଦେବଗଡ଼ରେ ୩୯.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଆସନ୍ତା ୨୨ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନାହିଁ। ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଥିବାରୁ ରାଜ୍ୟରେ ଉତ୍ତପ୍ତ ପରିବେଶ ଲାଗିରହିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିବା ନେଇ ଅନୁମାନ କରାଯାଇଛି। ତେବେ ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଗୁରୁଚାପ ହେବା ଫଳରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀଜନିତ ଝଡ଼ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri