ଷ୍ଟ୍ରବେରି ଚାଷ ପାଇଁ ବଢ଼ୁଛି ଆଗ୍ରହ

ଦାରିଙ୍ଗବାଡ଼ି,୧୦ା୧ (ଡି.ଏନ୍‌.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରଥମଥର ପାଇଁ ଷ୍ଟ୍ରବେରି ଚାଷ କରାଯାଉଛି। ଗ୍ରୀନବାଡ଼ି ପଞ୍ଚାୟତର ଏଲିଜାବେଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜିଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳକ ପିଣ୍ଟୁ କୁମାର ନାୟକଙ୍କ ତଦାରଖରେ ୨ ଏକର ଜମିରେ ଏହି ଚାଷ କରାଯାଉଛି। ପନିପରିବା, ହଳଦୀ, ସୋରିଷ ଆଦି ପ୍ରତିବର୍ଷ ଚାଷ ଓ ଅମଳ କରିବାକୁ ପଡୁଥିବା ବେଳେ ଷ୍ଟ୍ରବେରି ଗୋଟିଏ ଥର ଅମଳ ହେବା ପରେ ତାହା ୫ ବର୍ଷ ପର୍ଯ୍ୟନ୍ତ ସିଜନରେ ଫଳିବ। ଏଥିପାଇଁ ପ୍ରତିବର୍ଷ ଖର୍ଚ୍ଚାନ୍ତ ହେବ ନାହିଁ। ତେଣୁ ଏହି ଚାଷ ପାଇଁ ଏବେ ଲୋକଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଉଛି ବୋଲି ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ନାୟକ କହିଛନ୍ତି।
ଜଳ ବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ପକ୍ଷରୁ ଜମିକୁ ପ୍ରସ୍ତୁତିରେ ସହାୟତା କରାଯାଇଥିବା ବେଳେ କୃଷି ବିଭାଗ ପକ୍ଷରୁ ମାଟି ପରୀକ୍ଷା କରାଯାଇଥିଲା। ସେହିପରି ଉଦ୍ୟାନ ବିଭାଗ ପକ୍ଷରୁ ବୈଷୟିକ ସହାୟକ କରାଯାଇଥିଲା। ଏହି ସମସ୍ତ ବିଭାଗର ସହଯୋଗରେ ଷ୍ଟ୍ରବେରି ଚାଷ ସଫଳତାର ସହ କରାଯାଇଥିବା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି। ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ପ୍ରାୟ ୨ ଲକ୍ଷ ଖର୍ଚ୍ଚ କରାଯାଇ ଜମିର ଉନ୍ନତି କରାଯାଇଥିଲା ଏବଂ ଓଡିଶା ଜୀବିକା ମିଶନ ପକ୍ଷରୁ ୫ ଲକ୍ଷ ଅନୁଦାନରେ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଚାଷକୁ ତଦାରଖ କରାଯାଇଛି। ପ୍ରାୟ ୨୦ହଜାର ଚାରା ରୋପଣ କରାଯିବା ସହ ସମସ୍ତ ଗଛକୁ ବଞ୍ଚାଇବା ପାଇଁ ପାଣି ସିଞ୍ଚନ ବ୍ୟବସ୍ଥା, ପଲିଥିନ ଢାଙ୍କିବା ଆଦି କରାଯାଇଛି। ଏବେ ସମସ୍ତ ଗଛ ବଞ୍ଚିବା ସହ ଫଳ ଦେବା ଆରମ୍ଭ କରିଛି। ଏଥିସହ ଗଛରୁ ଯେଉଁ ଚାରା ଲମ୍ବିଛି ତାକୁ କଟାଯାଇ ନୂତନ ଚାରା ସୃଷ୍ଟି କରି ବିକ୍ରି କରାଯାଉଛି। ରାସାୟନିକ ଷ୍ଟ୍ରବେରି ଫ୍ଲେବର ସାଧାରଣତଃ ମଣିଷ ଶରୀର ପାଇଁ ବହୁତ କ୍ଷତି ପହଞ୍ଚାଉ ଥିବା ବେଳେ ଏହା ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଷ୍ଟ୍ରବେରି ହୋଇଥିବାରୁ ଏହାର ଚାହିଦା ବୃଦ୍ଧି ପାଉଛି। ଜାମ୍‌ ପ୍ରସ୍ତୁତ ସହ ରସ ପାଇଁ ଏହା ବହୁତ ଉପଯୋଗୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଚାଷ ପାଇଁ ସମସ୍ତ ତାଲିମ ପ୍ରଦାନ କରାଯାଇଥିଲା। ଏବେ ଏହି ଷ୍ଟ୍ରବେରି ଫଳକୁ ମହିଳାମାନେ ବିକ୍ରି କରି ଭଲ ଦି ’ପଇସା ରୋଜଗାର କରୁଛନ୍ତି। ଏହି ଫଳ କିଲୋ ୪ଶହରୁ ୬ଶହ ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ଚାଲିଥିବା ବେଳେ ସେଠାରେ ବିକ୍ରି କରାଯିବା ସହ ଷ୍ଟ୍ରବେରି ରସ ପ୍ରସ୍ତୁତି କରି ବୋତଲ ୨୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ବୋଲି ଓଡିଶା ଜୀବିକା ମିଶନ ପକ୍ଷରୁ କୁହାଯାଇଛି। ଏବେ ଏହି ଚାଷ ପନିପରିବା ଓ ଅନ୍ୟ ଚାଷ ଅପେକ୍ଷା ଅଧିକା ଫାଇଦା ଦେଉଛି ବୋଲି ଏଲିଜାବେଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ମୋହିନୀ ପ୍ରଧାନ ଏବଂ ସମ୍ପାଦିକା ରେଣୁକା ପ୍ରଧାନ ପ୍ରମୁଖ କହିଛନ୍ତି। ଏହି ଚାଷକୁ ଆଗାମୀ ଦିନରେ ଅନ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ନେଇ ବିଭିନ୍ନ ପଞ୍ଚାୟତରେ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପ୍ରଶାସକ ପିଣ୍ଟୁ କୁମାର ନାୟକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri