ଷ୍ଟ୍ରବେରି ଚାଷ ପାଇଁ ବଢ଼ୁଛି ଆଗ୍ରହ

ଦାରିଙ୍ଗବାଡ଼ି,୧୦ା୧ (ଡି.ଏନ୍‌.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରଥମଥର ପାଇଁ ଷ୍ଟ୍ରବେରି ଚାଷ କରାଯାଉଛି। ଗ୍ରୀନବାଡ଼ି ପଞ୍ଚାୟତର ଏଲିଜାବେଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜିଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳକ ପିଣ୍ଟୁ କୁମାର ନାୟକଙ୍କ ତଦାରଖରେ ୨ ଏକର ଜମିରେ ଏହି ଚାଷ କରାଯାଉଛି। ପନିପରିବା, ହଳଦୀ, ସୋରିଷ ଆଦି ପ୍ରତିବର୍ଷ ଚାଷ ଓ ଅମଳ କରିବାକୁ ପଡୁଥିବା ବେଳେ ଷ୍ଟ୍ରବେରି ଗୋଟିଏ ଥର ଅମଳ ହେବା ପରେ ତାହା ୫ ବର୍ଷ ପର୍ଯ୍ୟନ୍ତ ସିଜନରେ ଫଳିବ। ଏଥିପାଇଁ ପ୍ରତିବର୍ଷ ଖର୍ଚ୍ଚାନ୍ତ ହେବ ନାହିଁ। ତେଣୁ ଏହି ଚାଷ ପାଇଁ ଏବେ ଲୋକଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଉଛି ବୋଲି ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ନାୟକ କହିଛନ୍ତି।
ଜଳ ବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ପକ୍ଷରୁ ଜମିକୁ ପ୍ରସ୍ତୁତିରେ ସହାୟତା କରାଯାଇଥିବା ବେଳେ କୃଷି ବିଭାଗ ପକ୍ଷରୁ ମାଟି ପରୀକ୍ଷା କରାଯାଇଥିଲା। ସେହିପରି ଉଦ୍ୟାନ ବିଭାଗ ପକ୍ଷରୁ ବୈଷୟିକ ସହାୟକ କରାଯାଇଥିଲା। ଏହି ସମସ୍ତ ବିଭାଗର ସହଯୋଗରେ ଷ୍ଟ୍ରବେରି ଚାଷ ସଫଳତାର ସହ କରାଯାଇଥିବା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି। ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ପ୍ରାୟ ୨ ଲକ୍ଷ ଖର୍ଚ୍ଚ କରାଯାଇ ଜମିର ଉନ୍ନତି କରାଯାଇଥିଲା ଏବଂ ଓଡିଶା ଜୀବିକା ମିଶନ ପକ୍ଷରୁ ୫ ଲକ୍ଷ ଅନୁଦାନରେ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଚାଷକୁ ତଦାରଖ କରାଯାଇଛି। ପ୍ରାୟ ୨୦ହଜାର ଚାରା ରୋପଣ କରାଯିବା ସହ ସମସ୍ତ ଗଛକୁ ବଞ୍ଚାଇବା ପାଇଁ ପାଣି ସିଞ୍ଚନ ବ୍ୟବସ୍ଥା, ପଲିଥିନ ଢାଙ୍କିବା ଆଦି କରାଯାଇଛି। ଏବେ ସମସ୍ତ ଗଛ ବଞ୍ଚିବା ସହ ଫଳ ଦେବା ଆରମ୍ଭ କରିଛି। ଏଥିସହ ଗଛରୁ ଯେଉଁ ଚାରା ଲମ୍ବିଛି ତାକୁ କଟାଯାଇ ନୂତନ ଚାରା ସୃଷ୍ଟି କରି ବିକ୍ରି କରାଯାଉଛି। ରାସାୟନିକ ଷ୍ଟ୍ରବେରି ଫ୍ଲେବର ସାଧାରଣତଃ ମଣିଷ ଶରୀର ପାଇଁ ବହୁତ କ୍ଷତି ପହଞ୍ଚାଉ ଥିବା ବେଳେ ଏହା ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଷ୍ଟ୍ରବେରି ହୋଇଥିବାରୁ ଏହାର ଚାହିଦା ବୃଦ୍ଧି ପାଉଛି। ଜାମ୍‌ ପ୍ରସ୍ତୁତ ସହ ରସ ପାଇଁ ଏହା ବହୁତ ଉପଯୋଗୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଚାଷ ପାଇଁ ସମସ୍ତ ତାଲିମ ପ୍ରଦାନ କରାଯାଇଥିଲା। ଏବେ ଏହି ଷ୍ଟ୍ରବେରି ଫଳକୁ ମହିଳାମାନେ ବିକ୍ରି କରି ଭଲ ଦି ’ପଇସା ରୋଜଗାର କରୁଛନ୍ତି। ଏହି ଫଳ କିଲୋ ୪ଶହରୁ ୬ଶହ ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ଚାଲିଥିବା ବେଳେ ସେଠାରେ ବିକ୍ରି କରାଯିବା ସହ ଷ୍ଟ୍ରବେରି ରସ ପ୍ରସ୍ତୁତି କରି ବୋତଲ ୨୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ବୋଲି ଓଡିଶା ଜୀବିକା ମିଶନ ପକ୍ଷରୁ କୁହାଯାଇଛି। ଏବେ ଏହି ଚାଷ ପନିପରିବା ଓ ଅନ୍ୟ ଚାଷ ଅପେକ୍ଷା ଅଧିକା ଫାଇଦା ଦେଉଛି ବୋଲି ଏଲିଜାବେଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ମୋହିନୀ ପ୍ରଧାନ ଏବଂ ସମ୍ପାଦିକା ରେଣୁକା ପ୍ରଧାନ ପ୍ରମୁଖ କହିଛନ୍ତି। ଏହି ଚାଷକୁ ଆଗାମୀ ଦିନରେ ଅନ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ନେଇ ବିଭିନ୍ନ ପଞ୍ଚାୟତରେ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପ୍ରଶାସକ ପିଣ୍ଟୁ କୁମାର ନାୟକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri