ଖୋର୍ଦ୍ଧା,୩।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ପଛ ପଟେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ନିଆ ଲିଭା ଜାରି ରହିଛି।
ତେବେ ମନ୍ଦିର ପଛପଟ ଜଙ୍ଗଲ ଗଛ ପତ୍ରଝଡା ଦେଇଥିବା ବେଳେ ଗଛ ଗୁଡିକ ଶୁଖିଲା ରହିଛି। ଫଳରେ ନିଆ ଚାରିଆଡେ ବ୍ୟାପି ଯାଇଥିଲା। ଖବରପାଇ ଅଗ୍ନିଶମ ଟିମ ପହଞ୍ଚି ନିିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି।
Dharitri – Odisha’s No.1 Odia Daily