ଜନ୍ମଭୂମି-କର୍ମଭୂମି ଭିତରେ ଫରକ ରହିଛି, ସ୍ବୀକୃତି ପରେ ବିବାଦ କାହିଁକି ବୋଲି ପ୍ରଶ୍ନ କଲେ ବିଧାୟକ

ଦିଗପହଣ୍ଡି,୩ା୨(ଅଶେଷ ନାଥ ମିଶ୍ର): ଜନ୍ମଭୂମି ଓ କର୍ମଭୂମି ମଧ୍ୟରେ ବହୁତ ଫରକ ରହିଛି। ଏହି ଫରକକୁ ସମସ୍ତେ ହୃଦୟଙ୍ଗମ କରିବା ସହ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ସମ୍ପର୍କରେ ଅଯଥା ଦ୍ବନ୍ଦ୍ୱ ସୃଷ୍ଟି କରୁଥିବା ବ୍ୟକ୍ତି ଏଥିରୁ କ୍ଷାନ୍ତ ରୁହନ୍ତୁ। ସରକାରଙ୍କ ପକ୍ଷରୁ ପ୍ରକାଶିତ ପୁସ୍ତକଗୁଡ଼ିକରେ ଜନ୍ମସ୍ଥାନ ତତ୍କାଳୀନ ବଡ଼ଖେମଣ୍ଡି ରାଜ୍ୟର ବିଜୟନଗରଗଡ଼ ବୋଲି ପୂର୍ବରୁ ସ୍ବୀକୃତି ଦେଇଥିବା ସ୍ଥଳେ ବର୍ତ୍ତମାନ ପୁଣି ବିବାଦ କାହିଁକି ବୋଲି ରବିବାର ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଆୟୋଜିତ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବର ମୁଖ୍ୟଅତିଥି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରଶ୍ନ କରିଛନ୍ତି। ଏପରିକି ଲୋକଙ୍କୁ ଭ୍ରମିତ କରା ନ ଯାଇ ସମସ୍ତ ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ହେବା ଦରକାର ବୋଲି ସେ କହିଛନ୍ତି। କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ବିଜୟନଗରଗଡ଼ରୁ ବାହାରିଥିବା ଜ୍ୟୋତିକୁ ବିଭିନ୍ନ ଗ୍ରାମରେ ସମ୍ବର୍ଦ୍ଧିତ କରାଯିବା ପରେ ତାହା ଦିଗପହଣ୍ଡିର ସନ୍ଥ ଅରକ୍ଷିତ ଛକଠାରେ ପହଞ୍ଚିଥିଲା। ସେଠାରୁ ଏକ ବିରାଟ ପଟୁଆରରେ ଜ୍ୟୋତିକୁ ପାଛୋଟି ନିଆଯାଇ ଦିଗପହଣ୍ଡି ରାଜବାଟୀ ସମ୍ମୁଖସ୍ଥ କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ସରସତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ବୃନ୍ଦ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଆଇନଜୀବୀ ଅଶେଷ ନାଥ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ତଥା ଉତ୍କଳ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଭୃଗୁ ବକ୍ସିପାତ୍ର, ସାହିତି୍ୟକ ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ପ୍ରାଧ୍ୟାପକ ଡ. ରାଜେନ୍ଦ୍ର କୁମାର ମହାପାତ୍ର, ଗବେଷକ ଡ. ଅନନ୍ତରାମ କର, ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କବି ଲିଙ୍ଗରାଜ ଷଡ଼ଙ୍ଗୀ, ବୃନ୍ଦାବନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଳଦେବ ରଥଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।
ସେହିଭଳି ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ କୁମାର ମିଶ୍ର, ଯୁବ ସାମାଜିକ କର୍ମୀ ବିକାଶ ପଶୁପାଳକ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ବ୍ଲକ ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, ସ୍ମୃତି କମିଟିର ସକ୍ରିୟ ସଦସ୍ୟ ଉଜ୍ଜ୍ୱଳ ମହାନ୍ତି, ବିଦ୍ୟାଧର ମହାପାତ୍ର, ଭଗବାନ ମହାପାତ୍ର, ସନ୍ତୋଷ ପାତ୍ର, ଅବସରପ୍ରାପ୍ତ ପୋଲିସ ଅଧିକାରୀ ପଦ୍ମନାଭ ଦାଶ, ସଂସ୍କୃତି ଗବେଷିକା ଗାୟତ୍ରୀ ପ୍ରଧାନ, ଅଧ୍ୟାପକ ଲୋକନାଥ ପରିଡ଼ା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବତ୍କୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ର ଏବଂ ବରିଷ୍ଠ କଳାକାରମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଖମାରି ଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ ଧନ୍ୟବାଦ ଅର୍ପଣ କରିବା ପରେ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ସମ୍ପାଦକ ଆଲୋକ ବିଷୋୟୀ ଏବଂ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡ. ପ୍ରକାଶ ପାଣିଗ୍ରାହୀ, ତାରାପ୍ରସାଦ ପଟ୍ଟନାୟକ, କାଉନସିଲର ନୀଳମାଧବ ଗୌଡ଼, ସୂର୍ଯ୍ୟନାରାୟଣ ସାହୁ, ନିରୂପମା ପଟ୍ଟନାୟକ, ଶ୍ୟାମସୁନ୍ଦର ଦୋରା, ପଦ୍ମଚରଣ ମେକାପ, କାଳୁ ଚରଣ ପାଣିଗ୍ରାହୀ, ମନୋରଞ୍ଜନ ପଣ୍ଡା, ସୀମାଞ୍ଚଳ କର, ଲାଲମୋହନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଗୁଣ୍ଡିଚା ପାଇକଙ୍କ ସମେତ ସହର ତଥା ଆଖପାଖ ଅଞ୍ଚଳର ସହସ୍ରାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri