ମେଡିସିନ୍‌ କିଣା ଉପରେ ଲାଗିଲା କଟକଣା

କଟକ ଅଫିସ,୧୫।୧୦: ଓଡ଼ିଶା ବାହାରୁ ମେଡିସିନ୍‌ କିଣା ଉପରେ ଲାଗିଲା କଟକଣା। ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ପଞ୍ଜୀକୃତ କମ୍ପାନୀରୁ ମେଡିସିନ୍‌ ବ୍ୟବସାୟୀ ଔଷଧ କିଣିପାରିବେ। ଏନେଇ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନାଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।