ଭେଣ୍ଡିଂ ଜୋନ୍‌ ଅଛି, ଫୁଟ୍‌ପାଥ୍‌ରେ ବେପାରୀ

ରାଉରକେଲା,୩୦ା୬(ଦିନେଶ ମିଶ୍ର): ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲା ସହର ରାସ୍ତାକଡ଼ ଓ ଫୁଟପାଥ୍‌ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ଆର୍‌ଏମ୍‌ସି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା। ତେବେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ରାସ୍ତାକଡ଼ ବ୍ୟବସାୟୀଙ୍କୁ ଦିଆଯାଇନାହିଁ। ଫଳରେ ସେମାନେ ପୂର୍ବଭଳି ରାସ୍ତାକଡରେ ବେପାର କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି।
ହକି ବିଶ୍ୱକପ୍‌ ପୂର୍ବରୁ ଆର୍‌ଏମ୍‌ସି ପକ୍ଷରୁ ଫୁଟ୍‌ପାଥ୍‌ ଓ ରାସ୍ତାକଡ଼ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ରାଉରକେଲାର ଏସ୍‌ଟିଆଇ, ଡିଏଭି, ପାୱାରହାଉସ୍‌ ରୋଡ୍‌, ରଘୁନାଥପାଲି, ପାନପୋଷ, ଛେଣ୍ଡ, ଗୋପବନ୍ଧୁପାଲି ଆଦି ଅଞ୍ଚଳରେ ଭେଣ୍ଡିଂ ଜୋନ ଦୋକାନ ନିର୍ମାଣ କରାଯାଇଥିଲା। ଦୋକାନ ନିର୍ମାଣ ହେବାର ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଆଜିଯାଏ କୌଣସି ଫୁଟପାଥ ଓ ରାସ୍ତାକଡ଼ ବ୍ୟବସାୟୀ ସେଠାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିନାହିଁ। ଡିଏଭି ଛକ ଜେଲ୍‌ ରୋଡ୍‌ ରାସ୍ତାକଡ଼ରେ ତିଆରି ହୋଇଥିବା ଭେଣ୍ଡିଂ ଜୋନରେ ୪୦ରୁ ଊର୍ଦ୍ଧ୍ୱ ଦୋକାନ ତାଲା ପଡ଼ିଥିବାବେଳେ ରଘୁନାଥପାଲି ପୋଷ୍ଟ ଅଫିସ କଡରେ ୫୦ରୁ ଊର୍ଦ୍ଧ୍ୱ ଦୋକାନ ଖୋଲିନାହିଁ। ସହରର ବିଭିନ୍ନ ସ୍ଥାନରେ ଏକାଧିକ ଭେଣ୍ଡିଂ ଜୋନ୍‌ରେ ତାଲା ପଡ଼ିଥିବାରୁ ଏହି ବ୍ୟବସାୟୀମାନେ ବାଧ୍ୟ ହୋଇ ସହରର ମୁଖ୍ୟ ରାସ୍ତାକଡ଼ ନଚେତ ଫୁଟ୍‌ପାଥକୁ କବ୍‌ଜ୍ଜା କରି ନିଜ ବ୍ୟବସାୟ କରୁଛନ୍ତି। ଫଳରେ ରାସ୍ତା ଅଣଓସାରିଆ ହେବା ସାଙ୍ଗକୁ ଟ୍ରାଫିକ ସମସ୍ୟା ଉପୁଜୁଛି।
ସହରର ଏସ୍‌ଟିଆଇ ଛକ ଏକ ଜନଗହଳି ଛକ ହୋଇଥିବାବେଳେ ଏଠାରେ ଫୁଟପାଥ ବ୍ୟବସାୟୀ ଭେଣ୍ଡିଂ ଜୋନରେ ଦୋକାନ ନ ପାଇ ପାଦଚଲା ରାସ୍ତାକୁ କବ୍‌ଜ୍ଜା କରି ନିଜ ପସରା ମେଲାଇଛନ୍ତି। ଏହି ଫୁଟପାଥ ଦେଇ ରାଉରକେଲା ସରକାରୀ ପଶୁ ଡାକ୍ତରଖାନା ଓ ଆର୍‌ଜିଏଚ୍‌କୁ ଯିବାକୁ ପଡ଼ିଥାଏ। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଡିଏଭି ଛକ ରାସ୍ତାକଡ଼ ଫୁଟ୍‌ପାଥ୍‌କୁ ଫଳ ଓ ମାଛ ବ୍ୟବସାୟୀ ଦଖଲ କରି ରଖିଛନ୍ତି। ଦୈନିକ ମାର୍କେଟ ଅଞ୍ଚଳର ପାଦଚଲା ରାସ୍ତା ଉପରେ ବ୍ୟବସାୟୀ ନିଜର ଠେଲା ଲଗାଇ ବେପାର କରୁଛନ୍ତି। ବର୍ଷାଦିନ ଯୋଗୁ ବ୍ୟବସାୟୀମାନେ ପଲିଥିନ ବାନ୍ଧି ରାସ୍ତାକଡରେ ପଚାପରିବା, ଆଳୁପିଆଜ ଚୋପା, ଅଇଁଠା ପତ୍ର ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଏସ୍‌ଟିଆଇ ଛକର ଫୁଟପାଥ ବ୍ୟବସାୟୀ ଭରନ ମୋହନ ସାହୁ କୁହନ୍ତି, ଦୀର୍ଘ ୨୦ ବର୍ଷ ଧରି ଏହି ଫୁଟ୍‌ପାଥ ଉପରେ ଆଳୁ, ପିଆଜ ବିକ୍ରି କରୁଛି। ହକି ବିଶ୍ୱକପ ପୂର୍ବରୁ ଆରଏମ୍‌ସି ପକ୍ଷରୁ ଭେଣ୍ଡିଂ ଜୋନରେ ଦୋକାନ ମିଳିବ ବୋଲି କୁହାଗଲା। ମାତ୍ର ଏଯାଏ ମିଳିନାହିଁ। ଯେଉଁଦିନ ଆମକୁ ଦୋକାନ ମିଳିବ ସେଦିନ ଆମେ ଫୁଟ୍‌ପାଥରେ ବ୍ୟବସାୟ କରିବା ଛାଡ଼ିଦେବୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri