ଭେଣ୍ଡିଂ ଜୋନ୍‌ ଅଛି, ଫୁଟ୍‌ପାଥ୍‌ରେ ବେପାରୀ

ରାଉରକେଲା,୩୦ା୬(ଦିନେଶ ମିଶ୍ର): ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲା ସହର ରାସ୍ତାକଡ଼ ଓ ଫୁଟପାଥ୍‌ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ଆର୍‌ଏମ୍‌ସି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା। ତେବେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ରାସ୍ତାକଡ଼ ବ୍ୟବସାୟୀଙ୍କୁ ଦିଆଯାଇନାହିଁ। ଫଳରେ ସେମାନେ ପୂର୍ବଭଳି ରାସ୍ତାକଡରେ ବେପାର କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି।
ହକି ବିଶ୍ୱକପ୍‌ ପୂର୍ବରୁ ଆର୍‌ଏମ୍‌ସି ପକ୍ଷରୁ ଫୁଟ୍‌ପାଥ୍‌ ଓ ରାସ୍ତାକଡ଼ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ରାଉରକେଲାର ଏସ୍‌ଟିଆଇ, ଡିଏଭି, ପାୱାରହାଉସ୍‌ ରୋଡ୍‌, ରଘୁନାଥପାଲି, ପାନପୋଷ, ଛେଣ୍ଡ, ଗୋପବନ୍ଧୁପାଲି ଆଦି ଅଞ୍ଚଳରେ ଭେଣ୍ଡିଂ ଜୋନ ଦୋକାନ ନିର୍ମାଣ କରାଯାଇଥିଲା। ଦୋକାନ ନିର୍ମାଣ ହେବାର ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଆଜିଯାଏ କୌଣସି ଫୁଟପାଥ ଓ ରାସ୍ତାକଡ଼ ବ୍ୟବସାୟୀ ସେଠାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିନାହିଁ। ଡିଏଭି ଛକ ଜେଲ୍‌ ରୋଡ୍‌ ରାସ୍ତାକଡ଼ରେ ତିଆରି ହୋଇଥିବା ଭେଣ୍ଡିଂ ଜୋନରେ ୪୦ରୁ ଊର୍ଦ୍ଧ୍ୱ ଦୋକାନ ତାଲା ପଡ଼ିଥିବାବେଳେ ରଘୁନାଥପାଲି ପୋଷ୍ଟ ଅଫିସ କଡରେ ୫୦ରୁ ଊର୍ଦ୍ଧ୍ୱ ଦୋକାନ ଖୋଲିନାହିଁ। ସହରର ବିଭିନ୍ନ ସ୍ଥାନରେ ଏକାଧିକ ଭେଣ୍ଡିଂ ଜୋନ୍‌ରେ ତାଲା ପଡ଼ିଥିବାରୁ ଏହି ବ୍ୟବସାୟୀମାନେ ବାଧ୍ୟ ହୋଇ ସହରର ମୁଖ୍ୟ ରାସ୍ତାକଡ଼ ନଚେତ ଫୁଟ୍‌ପାଥକୁ କବ୍‌ଜ୍ଜା କରି ନିଜ ବ୍ୟବସାୟ କରୁଛନ୍ତି। ଫଳରେ ରାସ୍ତା ଅଣଓସାରିଆ ହେବା ସାଙ୍ଗକୁ ଟ୍ରାଫିକ ସମସ୍ୟା ଉପୁଜୁଛି।
ସହରର ଏସ୍‌ଟିଆଇ ଛକ ଏକ ଜନଗହଳି ଛକ ହୋଇଥିବାବେଳେ ଏଠାରେ ଫୁଟପାଥ ବ୍ୟବସାୟୀ ଭେଣ୍ଡିଂ ଜୋନରେ ଦୋକାନ ନ ପାଇ ପାଦଚଲା ରାସ୍ତାକୁ କବ୍‌ଜ୍ଜା କରି ନିଜ ପସରା ମେଲାଇଛନ୍ତି। ଏହି ଫୁଟପାଥ ଦେଇ ରାଉରକେଲା ସରକାରୀ ପଶୁ ଡାକ୍ତରଖାନା ଓ ଆର୍‌ଜିଏଚ୍‌କୁ ଯିବାକୁ ପଡ଼ିଥାଏ। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଡିଏଭି ଛକ ରାସ୍ତାକଡ଼ ଫୁଟ୍‌ପାଥ୍‌କୁ ଫଳ ଓ ମାଛ ବ୍ୟବସାୟୀ ଦଖଲ କରି ରଖିଛନ୍ତି। ଦୈନିକ ମାର୍କେଟ ଅଞ୍ଚଳର ପାଦଚଲା ରାସ୍ତା ଉପରେ ବ୍ୟବସାୟୀ ନିଜର ଠେଲା ଲଗାଇ ବେପାର କରୁଛନ୍ତି। ବର୍ଷାଦିନ ଯୋଗୁ ବ୍ୟବସାୟୀମାନେ ପଲିଥିନ ବାନ୍ଧି ରାସ୍ତାକଡରେ ପଚାପରିବା, ଆଳୁପିଆଜ ଚୋପା, ଅଇଁଠା ପତ୍ର ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଏସ୍‌ଟିଆଇ ଛକର ଫୁଟପାଥ ବ୍ୟବସାୟୀ ଭରନ ମୋହନ ସାହୁ କୁହନ୍ତି, ଦୀର୍ଘ ୨୦ ବର୍ଷ ଧରି ଏହି ଫୁଟ୍‌ପାଥ ଉପରେ ଆଳୁ, ପିଆଜ ବିକ୍ରି କରୁଛି। ହକି ବିଶ୍ୱକପ ପୂର୍ବରୁ ଆରଏମ୍‌ସି ପକ୍ଷରୁ ଭେଣ୍ଡିଂ ଜୋନରେ ଦୋକାନ ମିଳିବ ବୋଲି କୁହାଗଲା। ମାତ୍ର ଏଯାଏ ମିଳିନାହିଁ। ଯେଉଁଦିନ ଆମକୁ ଦୋକାନ ମିଳିବ ସେଦିନ ଆମେ ଫୁଟ୍‌ପାଥରେ ବ୍ୟବସାୟ କରିବା ଛାଡ଼ିଦେବୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri