ପ୍ରକଳ୍ପ ଅଛି, କିନ୍ତୁ ସବୁ ଅଞ୍ଚଳକୁ ମିଳୁନି ପାଣି

ତେନ୍ତୁଳିଖୁଣ୍ଟି, ୨୧।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ, ଏସ୍‌ପି ଏସ୍‌.ସୁଶ୍ରୀ, ଡିଏଫ୍‌ଓ ଜି.ଜଗଦୀଶ ରାଓ, ଜିଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ, ସହକାରୀ ଜିଲା ପଶୁ ଚିକିତ୍ସାଧିକାରୀ ଦିଲୀପ କୁମାର କବିରାଜ, ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢ଼ୀ, ବିଡିଓ ଦୁର୍ଯ୍ୟୋଧନ ଭୋଇ, ବ୍ଲକ ଅଧ୍ୟକ୍ଷା ନୀଳେନ୍ଦ୍ରୀ ନାୟକ ଓ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇଙ୍କ ସମେତ ବ୍ଲକସ୍ତରୀୟ ଓ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଅଧିକାରୀମାନେ ୫୧ଟି ଅଭିଯୋଗର ଶୁଣାଣି କରିଥିଲେ।
ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମ ପାଇଁ ବସୁଧା ଯୋଜନାରେ ଜଳଯୋଗାଣ ପ୍ରକଳ୍ପ ରହିଛି। ସେଠାରୁ କିନ୍ତୁ ଖାତିଗୁଡ଼ା ଗ୍ରାମର ପାଇକସାହି, କୁମ୍ଭାର ସାହି, ଗୌଡ଼ସାହି ସମେତ ଖାତିଗୁଡା ବଜାର ଅଞ୍ଚଳକୁ ପାଣି ମିଳୁନାହିଁ। ଏହାର ସମାଧାନ କରିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଖାତିଗୁଡାସ୍ଥିତ ଉପର ଶିବିମନ୍ଦିରର ପୂଜାର୍ଚ୍ଚନା ପାଇଁ ଜଳ ସମସ୍ୟା ରହୁଛି ତା’ର ସମାଧାନ କରିବାକୁ ଖବରଦାତା ଚିଦାନନ୍ଦ ସାହୁ ଅନୁରୋଧ କରିଥିଲେ। ବିଜାପଦରରୁ ବରଡ଼ାଝୋଡ଼ି ଦେଇ ଡାଇକ ପର୍ଯ୍ୟନ୍ତ ରାସ୍ତା ପାଇଁ ଭୀମସେନ ପାଣିଗ୍ରାହୀ ଅନୁରୋଧ କରିଥିଲେ। ବରଡ଼ାଝୋଡ଼ିର ବିଦ୍ୟାଳୟ ପୁନଃ ଚାଲୁ କରିବାକୁ ତେନ୍ତୁଳିଖୁଣ୍ଟି ସମିତି ସଭ୍ୟା ଅନୁରୋଧ କରିଥିଲେ। ଝରିଗୁମ୍ମାରୁ ଘୁମରେଶ୍ୱର ପର୍ଯ୍ୟନ୍ତ ରାସ୍ତା ପାଇଁ ଝରିଗୁମ୍ମା ସରପଞ୍ଚ ମଦନ ମୋହନ ଦଳପତି ଦାବି ରଖିଥିଲେ। ପାତ୍ରପୁଟ ସମିତି ସଭ୍ୟ ଦିଲୀପ ପ୍ରଧାନୀ ଘୁମରେଶ୍ୱର ଶୈବପୀଠରେ ପାନୀୟ ଜଳ ସୁବିଧା କରିବାକୁ ଅନୁରୋଧ କରିଥିଲେ। ଲଦିପଦର ଓ ପାଙ୍ଗଣମରା ଆଦି ଗ୍ରାମକୁ ପାନୀୟ ଜଳ ସୁବିଧା କରିବା ସହ ମୁଣ୍ଡାଗୁଡ଼ାରୁ ମଙ୍ଗର ଦୋରା ରାସ୍ତା ପାଇଁ ମଧ୍ୟ ଦାବି କରାଯାଇଛି। ଜିଲାପାଳ ମିଶ୍ର ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri