କଣ୍ଟିଲୋ ମାଘମେଳା ପଡ଼ିଆ ବିକ୍ରି ପାଇଁ ମସୁଧା, ଆଖପାଖ ଅଞ୍ଚଳରେ ବିରୋଧ

ନୟାଗଡ଼ ଅଫିସ,୧୫ା୧୨: ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ ତଥା ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ନୟାଗଡ଼ ଜଲା ଖଣ୍ଡପଡ଼ା ବ୍ଲକ ଅଧନ ପ୍ରଭୁ ଶ୍ରୀନୀଳମାଧବ ଜୀଉଙ୍କ ବିଜେ କଣ୍ଟିଲୋଙ୍କ ପୀଠ। ଏଠାରେ ହଜାର ବର୍ଷ ତଳୁ ପୁରାତନ ଭୈମୀ ଏକାଦଶୀ ମାଘ ମେଳା ହୋଇ ଆସୁଛି। ତେବେ ମାଘ ମେଳାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପଡିଆ ବିକ୍ରି କରାଯିବାକୁ ମସୁଧା ଚାଲିଛି। ଏହା ଜଣାପଡିବା ପରେ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ ବିରୋଧ ଦେଖା ଦେଇ ପ୍ରତିବାଦ ଉଠିଛି। ସ୍ଥାନୀୟ ବାସିନ୍ଦା ଜିଲାପାଳଙ୍କୁ ଭେଟି ଏପରି ନ କରିବାକୁ ଫେରାଦ ହେବାକୁ ନିଷ୍ପତ୍ତି ହୋଇଛି। ଲୋକଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି। ପ୍ରଭୁ ଶ୍ରୀନୀଳ ମାଧବଙ୍କ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଶହେ କୋଟି ଅର୍ଥ ମଞ୍ଜୁର କରିଥିବାରୁ କଣ୍ଟିଲୋ ପଞ୍ଚାୟତ ସହିତ ବଡ଼ ବାଣପୁର, ସିଧାମୂଳା, ବେନ ଗାଡିଆ, ଧନ ଚାଙ୍ଗଡ଼ା,ପଥର ଚକଡା ଓ କେନ୍ଦୂପଳି ପଞ୍ଚାୟତର ପ୍ରାୟ ୭୦ ହଜାର ଅଧିବାସୀ ଭୂୟସୀ ପ୍ରଶଂସା କରିଥିଲେ। କିନ୍ତୁ ବିକାଶ ନାଁରେ ଶ୍ରୀ ଜୀଉଙ୍କ ହଜାର ହଜାର ବର୍ଷ ର ବହୁ ପ୍ରାଚୀନ ପୁରାତନ ଭୌମ ଏକାଦଶୀ ମାଘ ମେଳା ପଡିଆ କୁ ବିକ୍ରି ପାଇଁ ଉଦ୍ୟମକୁ ନିନ୍ଦା କରାଯାଇଛି। ଶ୍ରୀଜୀଉଙ୍କ କ୍ଷେତ୍ରର ବିକାଶ ପାଇଁ ବିସ୍ଥାପିତମାନଙ୍କୁ ମାଘ ମେଳା ପଡ଼ିଆରେ ଅବସ୍ଥାପିତ କରିବା ପାଇଁ ସ୍ଥିର ହୋଇଥିବା ଜଣାପଡିଛି। କଣ୍ଟିଲୋ ଗୋଟିଏ ଏକକ ଗ୍ରାମ ପଞ୍ଚାୟତ ହୋଇଥିବାରୁ ଏଠି ବାସ କରୁଥିବା ପ୍ରାୟ ୨୦ ହଜାର ଅଧିବାସୀମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୯୦ ଭାଗ ମାତ୍ର ଅଧା ଡିସିମିଲ କିମ୍ବା ଗୋଟିଏ ଡିସିମିଲ ଘର ବାଡ଼ିରେ ୨ କିମ୍ବା ୩ ପରିବାର ରହି ଆସୁଛନ୍ତି। କଣ୍ଟିଲୋରେ ଘର କରିବା ପାଇଁ ଜମିର ଘୋର ଅଭାବ ଓ ଅସୁବିଧା ରହିଛି। ପ୍ରଶାସନ ସବୁ କଥା ବିଚାରକୁ ନେଇ ପଦକ୍ଷେପ ନ ନେଲେ କଣ୍ଟିଲୋ ଅଶାନ୍ତ ହୋଇପଡିବ ବୋଲି ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri