ପଳାଶୁଣୀ ବସ୍‌ଷ୍ଟାଣ୍ଡ୍‌ରେ ନାହିଁ ଶୌଚାଳୟ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ୧ନମ୍ବର ସ୍ମାର୍ଟସିଟିରେ ପରିଣତ କରିବା ସହ ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ବିଏମ୍‌ସି ସର୍ବଦା ଚେଷ୍ଟା କରି ଆସୁଥିବା ପ୍ରଚାର କରୁଛି। କେଉଁଠି ଅଳିଆ ଉଠାଇ ତ ଆଉ କେଉଁଠି କାନ୍ଥ, ବାଡ଼ରେ ଚିତ୍ର ଆଙ୍କି ନିଜର ଡିଣ୍ଡିମ ପିଟୁଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ସହରର ଅଧିକାଂଶ ସ୍ଥାନରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ଅସମର୍ଥ ହୋଇଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ବିଏମ୍‌ସି ଓ୍ବାର୍ଡ ନଂ. ୧୮ ଅନ୍ତର୍ଗତ ପଳାଶୁଣି ଅଞ୍ଚଳରେ। ଏଠାରେ ସୁଲଭ ଶୌଚାଳୟ ନ ଥିବାରୁ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବିଶେଷକରି ମହିଳାମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି। ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ ହେଉଛି ପଳାଶୁଣି ବସ୍‌ଷ୍ଟାଣ୍ଡ। ପ୍ରତିଦିନ ଏଠାରେ ଶହଶହ ଯାତ୍ରୀ ଯିବା ଆସିବା କରିଥାନ୍ତି। ସକାଳୁ ସଞ୍ଜ ଯାଏ ଏଠାରେ ବଜାରଘାଟ ଚାଲେ। ମାତ୍ର ଏତେ ସଂଖ୍ୟକ ଲୋକଙ୍କ ପାଇଁ ଆଖପାଖରେ କୌଣସି ଶୌଚାଳୟ ନାହିଁ। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ବାଧ୍ୟହୋଇ ରାସ୍ତାକଡ଼, ହାଟ ନିକଟସ୍ଥ ପଡିଆରେ ମଳ, ମୂତ୍ର ତ୍ୟାଗ କରୁଛନ୍ତି। ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ସହରର ଚିତ୍ର ମଳିନ ହେଉଛି। ଏନେଇ ସ୍ଥାନୀୟ ବାସିନ୍ଦା ଏବଂ ସାମାଜିକ ସେବା ସଂଗଠନ ଆଞ୍ଜେଲ ଗ୍ରୁପ୍‌ ପକ୍ଷରୁ ବିଏମ୍‌ସି ଏବଂ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯିବା ସତ୍ତ୍ୱେ କୌଣସି ଫଳ ମିଳୁନାହିଁ। ପ୍ରେମଚାନ୍ଦ ଚୌଧାରୀ ବିଏମ୍‌ସି କମିଶନର ଭାବେ ଦାୟିତ୍ୱ ନେବା ସମୟରୁ ଏ ନେଇ ଦାବି କରାଯାଉଛି। ବାରମ୍ବାର ଲିଖିତ ଭାବେ ମଧ୍ୟ ଅଭିଯୋଗ କରାଯାଇଛି। ମାତ୍ର ଏହା ମଧ୍ୟରେ ୨ଜଣ କମିଶନରଙ୍କ ବଦଳି ହୋଇ ସାରିଥିଲେ ବି ସମସ୍ୟା ଯେପରି ଥିଲା ସେହିପରି ଅଛି। ଅପରପକ୍ଷେ ବିଏମ୍‌ସି ଅଫିସ୍‌ ଗଲେ ସେଠାରେ କମିଶନରଙ୍କ ଦେଖା ମିଳୁନି। ଫଳରେ ଅତିରିକ୍ତ କମିଶନର କେବଳ ପ୍ରତିଶ୍ରୁତି ଦେଇ ଭୂଆଁ ବୁଲାଉଛନ୍ତି। ପଳାଶୁଣି ହାଟଛକ ନିକଟରେ ଇ-ଟଏଲେଟ୍‌ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ସମ୍ପୃକ୍ତ ସ୍ଥାନରେ ଜଣେ ବ୍ୟକ୍ତି ଜବରଦଖଲ କରିବା ସହ ସେଠାରେ ଥିବା ନାଳକୁ ପୋତି ହୋଟେଲ ନିର୍ମାଣ କରିଛନ୍ତି। ଏନେଇ ବିଏମ୍‌ସିରେ ଅଭିଯୋଗ କରାଯାଇଥିଲେ ବି ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri