କୃଷିଭିତ୍ତିକ ଜିଲାରେ ନାହିଁ ଆଦର୍ଶ କୃଷି ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ, ୪ା୪: ରାଜ୍ୟର ପ୍ରତି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଉଦ୍ୟାନ କୃଷି ମିଶନ ଅଧୀନରେ ଉନ୍ନତ ଧରଣର ଆମ୍ବ, ନଡ଼ିଆ, ପିଜୁଳି, ଅମୃତଭଣ୍ଡା, ସପୁରି ଆଦି ସହ ଫୁଲଚାରା ଘରୋଇ ବଗିଚା ପାଇଁ ସୁଲଭ ମୂଲ୍ୟରେ ଚାଷୀ ପାଉଛନ୍ତି। ତେବେ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହି ଉଦ୍ୟାନ ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଫଳ ହୋଇନାହିଁ। ଏପରି ପ୍ରକଳ୍ପ ପାଇଁ ଗତ ୭ ବର୍ଷ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଥିଲା। କୃଷି ଉଦ୍ୟାନ ପାଇଁ ଡେରାବିଶ ବ୍ଲକ ନୋଳସାହିଠାରେ ୬୦ ଏକର ଜମି ଚିହ୍ନଟ ହୋଇଥିଲା। ପ୍ରାଚୀର ଓ ଫଳ ଫୁଲ ପାଇଁ ୨ କୋଟି ଟଙ୍କା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବ୍ୟୟ ବରାଦ ହୋଇଥିଲା। ଏହାସତ୍ତ୍ୱେ ପ୍ରକଳ୍ପକୁ ତ୍ୱରାନ୍ବିତ କରାଯାଇ ପାରିନାହିଁ। ପ୍ରଶାସନିକ ଅସହଯୋଗରୁ ପ୍ରକଳ୍ପକୁ ଆରମ୍ଭ ପୂର୍ବରୁ ମାରି ଦିଆଗଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ଚାଷୀ ଓ କୃଷକ ନେତାମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ସାମାଜିକ କର୍ମୀ ମନୋଜ ନାୟକ, ବୁଦ୍ଧିଜୀବୀ ପ୍ରଭାତ ପରିଡା, ରାଧାକାନ୍ତ ମହାନ୍ତି କହିଛନ୍ତି, ଖଣି ଓ ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ଜିଲାର ସମତଳ ଓ ଉର୍ବର ମାଟି, ପରିବେଶ, ପ୍ରବାହିତ ୭ ନଦୀ ସହ ଉପଯୁକ୍ତ ପରିମାଣର ବର୍ଷା ଜଳ ବିଭିନ୍ନ ପ୍ରକାର ଫଳ, ଫୁଲ, ପନିପରିବା ପରି ଅର୍ଥକରୀ ଫସଲ ପାଇଁ ଉପଯୁକ୍ତ। ଫସଲ ପାଇଁ ଆବଶ୍ୟକ ପରିବେଶ ଥିଲେ ମଧ୍ୟ ଚାଷୀଙ୍କ ପାଇଁ ଉନ୍ନତ ଚାରା, ବୈଜ୍ଞାନିକ ପଦ୍ଧତିର ତାଲିମ, ସରକାରୀ ରିହାତିରେ କୃଷି ଯନ୍ତ୍ରପାତି ଆଦି ସମସ୍ୟା ସୃଷ୍ଟି କରିଛି। ଏ ସବୁର ସମାଧାନ ଜିଲାର ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ଦ୍ୱାରା କିଛି ମାତ୍ରାରେ ସମାଧାନ ହୋଇ ପାରିଥାନ୍ତା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୋଳସାହିଠାରେ ଚିହ୍ନଟ ୬୦ ଏକର ଜମିରେ ଆଦର୍ଶ କୃଷି ଉଦ୍ୟାନ ପାଇଁ ପ୍ରାଥମିକ ସ୍ତରରେ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିସହ ଭିତ୍ତିଭୂମି ପ୍ରତିଷ୍ଠା, ଚାରିପାଖରେ ପାଚେରି ନିର୍ମାଣ, ଉନ୍ନତ କିସମର ଚାରା ସୃଷ୍ଟି ପାଇଁ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ତେବେ କୌଣସି କାରଣରୁ ଏହି ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ସମ୍ଭବ ହୋଇପାରିନାହିଁ। ଅପରପକ୍ଷରେ ଗ୍ରାମାଞ୍ଚଳରେ ଫଳ ଚାରା ରୋପଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଗତ ୫ ବର୍ଷ ମଧ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ନଡ଼ିଆ ଗଛ ରୋପଣ ପାଇଁ ଏହି ଅର୍ଥ ବିନିଯୋଗ ହୋଇଥିବା ବେଳେ ଗରଦପୁର ଓ ଡେରାବିଶ ବ୍ଲକ ଅଞ୍ଚଳର ବହୁ ହିତାଧିକାରୀ ଅର୍ଥ ଉଠାଇ ଥିଲେ ମଧ୍ୟ ଗଛର ଚିହ୍ନବର୍ଣ୍ଣ ନାହିଁ। ସେହିପରି ହିତାଧିକାରୀଙ୍କ ଜମି ନ ଥିବା ସତ୍ତ୍ୱେ ନଡ଼ିଆ ଗଛ ରୋପଣ କରିଥିବା ନେଇ ଟଙ୍କା ଉଠାଇଛନ୍ତି। ଏହାର ତଦନ୍ତ ହେଲେ ବିଭାଗର ଚାରା ରୋପଣ ଦୁର୍ନୀତି ପଦାକୁ ଆସିବ। ସେହିପରି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା କରି ଚାଷୀଙ୍କୁ ସହଯୋଗ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ କନ୍ଧ ଜେନାଙ୍କୁ ପଚାରିବାରେ ପ୍ରସ୍ତାବିତ ଆଦର୍ଶ କୃଷି ଉଦ୍ୟାନ ଅଞ୍ଚଳ ବନ ବିଭାଗ ଅଧୀନରେ ଅଛି। ବନ ବିଭାଗର ଅନୁମତି ବିନା କାର୍ଯ୍ୟ ଆରମ୍ଭ ସମ୍ଭବ ନୁହେଁ। ଏପରି ପ୍ରକଳ୍ପ ପ୍ରତିଷ୍ଠା ନେଇ ଉଦ୍ୟମ ଓ ପ୍ରକ୍ରିୟା ଅବ୍ୟାହତ ଅଛି। ନଡ଼ିଆ ଗଛ ରୋପଣରେ ଅନିୟମିତତା ସମ୍ପର୍କରେ ତଦନ୍ତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri