Posted inଗଜପତି

ଜିଲା କୃଷି ବିଭାଗରେ ଖାଲି ପଡ଼ିଛି ବହୁ ପଦବୀ

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗଜପତି ଜିଲାରେ କୃଷି ବିଭାଗର କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି। ଉକ୍ତ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଶୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କିରାଣି, ଫିଲ୍ଡ ଅଫିସର ସମସ୍ତ ପଦବୀ ଖାଲି ପଡ଼ିଛି । କୃଷି ଜିଲାମୁଖ୍ୟ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କଲେ କେବଳ ୩ ରୁ ୪ ଜଣ ଦେଖିବାକୁ ମିଳୁଛିନ୍ତି। ତେବେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଥିବ ତାହା ସ୍ପଷ୍ଟ ଆନୁମାନ କରାଯାଇପାରେ। ଶିଳ୍ପବିହୀନ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା। ଏଠାରେ ୭୫ ପ୍ରତିଶତ ଲୋକେ କୃଷିକୁ ନିଜ ବୃତି ଓ ଜୀବିକା ରୂପେ ଗ୍ରହଣ କରିଛନ୍ତି। ଏଭଳିସ୍ଥଳେ ମାତ୍ର ଖାଲିପଡିଛି ଜିଲାର କୃଷି ବିଭାଗର କାର୍ଯ୍ୟାଳୟ ଏମିତିକି ବ୍ଲକ ସ୍ତରରେ ମଧ୍ୟ କର୍ମଚାରୀ ଅଭାବ ଦେଖିବାକୁ ମିଳିଛି। ଜିଲାମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୫୧ ପଦବୀ ଥିବା ବେଳେ କେବଳ୨୩ ପଦବୀ ପୂରଣ ହୋଇଛି ୨୮ଟି ପଦବି ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକ ମଧ୍ୟରେ କିରାଣୀ, ଫିଲ୍ଡ ଅଫିସର, କୃଷି ନିର୍ଦ୍ଦେଶକ ଏଭଳି ଆନେକ ପଦବୀ ଖାଲି ପଡ଼ିଛି। ସେହିଭଳି ୭ ବ୍ଲକରେ ସେହି ସମାନ ପରସ୍ଥିତି ସମୁଦାୟ ଜିଲାରେ ୧୨୭ ପଦବି ଖାଲି ଥିବା ବେଳେ ସେଥିରୁ ୬୭ ପୁରଣ ହାଇଛି ବାକି ୬୫ ପଦବି ଖାଲି ରହିଛି। ଏମିତିକି ରହିଥିବା ପଦବୀ ଗୁଡ଼ିକ ମଧ୍ୟରୁ ଅନେକଙ୍କୁ ଡେପୁଟେଶନରେ ଗଞ୍ଜାମ ଜିଲା ପଠାଯାଇଥିବା ସୂଚନା ଦେଇଛନ୍ତି କୃଷି ଅଧିକାରୀ କୈଳାସ ବେହେରା। ନାହିଁ ନାହିରେ ଚାଲିଛି କୃଷି ବିଭାଗ ଗଜପତି ଜିଲାରେ। ହେଲେ କୃଷି ବିଭାଗରେ ରାଜ୍ୟ ସରକାରଙ୍କ ୩୫ରୁ ଅଧିକ ଯୋଜନା ୨୫ରୁ ଆଧିକ ଯୋଜନା ରହିଛି କେନ୍ଦ୍ର ସରକାରଙ୍କ। ତେବେ କୃଷକମାନେ ଯୋଜନର ଲାଭ ଉଠାଇବା ତ ଦୂରର କଥା ଯୋଜନା ସମର୍କରେ ଜାଣିବା ଭି ଅସମ୍ଭବ ହୋଇ ପଡିଛି ବୋଲି କୃଷକ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି । ଏଭଳି ପରିସ୍ଥିତିକୁ ନେଇ ଶୀଘ୍ର ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ପଦବୀ ପୂରଣ ପାଇଁ ଗୁହାର କରିଛନ୍ତି। ନଚେତ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ସରକାର କୃଷି ବିଭାଗ କର୍ମଚାରୀ ପଦବି ପୁରଣ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?