Posted inଗଜପତି

ଜିଲା କୃଷି ବିଭାଗରେ ଖାଲି ପଡ଼ିଛି ବହୁ ପଦବୀ

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗଜପତି ଜିଲାରେ କୃଷି ବିଭାଗର କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି। ଉକ୍ତ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଶୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କିରାଣି, ଫିଲ୍ଡ ଅଫିସର ସମସ୍ତ ପଦବୀ ଖାଲି ପଡ଼ିଛି । କୃଷି ଜିଲାମୁଖ୍ୟ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କଲେ କେବଳ ୩ ରୁ ୪ ଜଣ ଦେଖିବାକୁ ମିଳୁଛିନ୍ତି। ତେବେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଥିବ ତାହା ସ୍ପଷ୍ଟ ଆନୁମାନ କରାଯାଇପାରେ। ଶିଳ୍ପବିହୀନ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା। ଏଠାରେ ୭୫ ପ୍ରତିଶତ ଲୋକେ କୃଷିକୁ ନିଜ ବୃତି ଓ ଜୀବିକା ରୂପେ ଗ୍ରହଣ କରିଛନ୍ତି। ଏଭଳିସ୍ଥଳେ ମାତ୍ର ଖାଲିପଡିଛି ଜିଲାର କୃଷି ବିଭାଗର କାର୍ଯ୍ୟାଳୟ ଏମିତିକି ବ୍ଲକ ସ୍ତରରେ ମଧ୍ୟ କର୍ମଚାରୀ ଅଭାବ ଦେଖିବାକୁ ମିଳିଛି। ଜିଲାମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୫୧ ପଦବୀ ଥିବା ବେଳେ କେବଳ୨୩ ପଦବୀ ପୂରଣ ହୋଇଛି ୨୮ଟି ପଦବି ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକ ମଧ୍ୟରେ କିରାଣୀ, ଫିଲ୍ଡ ଅଫିସର, କୃଷି ନିର୍ଦ୍ଦେଶକ ଏଭଳି ଆନେକ ପଦବୀ ଖାଲି ପଡ଼ିଛି। ସେହିଭଳି ୭ ବ୍ଲକରେ ସେହି ସମାନ ପରସ୍ଥିତି ସମୁଦାୟ ଜିଲାରେ ୧୨୭ ପଦବି ଖାଲି ଥିବା ବେଳେ ସେଥିରୁ ୬୭ ପୁରଣ ହାଇଛି ବାକି ୬୫ ପଦବି ଖାଲି ରହିଛି। ଏମିତିକି ରହିଥିବା ପଦବୀ ଗୁଡ଼ିକ ମଧ୍ୟରୁ ଅନେକଙ୍କୁ ଡେପୁଟେଶନରେ ଗଞ୍ଜାମ ଜିଲା ପଠାଯାଇଥିବା ସୂଚନା ଦେଇଛନ୍ତି କୃଷି ଅଧିକାରୀ କୈଳାସ ବେହେରା। ନାହିଁ ନାହିରେ ଚାଲିଛି କୃଷି ବିଭାଗ ଗଜପତି ଜିଲାରେ। ହେଲେ କୃଷି ବିଭାଗରେ ରାଜ୍ୟ ସରକାରଙ୍କ ୩୫ରୁ ଅଧିକ ଯୋଜନା ୨୫ରୁ ଆଧିକ ଯୋଜନା ରହିଛି କେନ୍ଦ୍ର ସରକାରଙ୍କ। ତେବେ କୃଷକମାନେ ଯୋଜନର ଲାଭ ଉଠାଇବା ତ ଦୂରର କଥା ଯୋଜନା ସମର୍କରେ ଜାଣିବା ଭି ଅସମ୍ଭବ ହୋଇ ପଡିଛି ବୋଲି କୃଷକ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି । ଏଭଳି ପରିସ୍ଥିତିକୁ ନେଇ ଶୀଘ୍ର ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ପଦବୀ ପୂରଣ ପାଇଁ ଗୁହାର କରିଛନ୍ତି। ନଚେତ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ସରକାର କୃଷି ବିଭାଗ କର୍ମଚାରୀ ପଦବି ପୁରଣ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

ପାରଳାଖେମୁଣ୍ଡିରୁ ରୂପେଶ, ମୋହନାରୁ ଅନ୍ତର୍ଯ୍ୟାମୀ ଲଢ଼ିବେ ବିଧାନସଭା ନିର୍ବାଚନ

ପାରଳାଖେମୁଣ୍ଡି,୩ା୪(ଗିରିଧାରୀ ପରିଚ୍ଛା): ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବାକିଥିବା ସମସ୍ତ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri