ଫେରାର ପଛରେ ଅନେକ ରହସ୍ୟ

ବଲାଙ୍ଗୀର ଅଫିସ, ୨୫ା୧୦: ଟିଟିଲାଗଡ ପୋଲିସ ବାରାକ୍‌ରୁ ଫେରାର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତ ୧୯ ତାରିଖ ଅପରାହ୍ନରେ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗଁା ନିକଟ ଏକ ଆଖୁ କିଆରିରୁ ଗିରଫ କରାଯାଇଥିଲା। ଗୋବିନ୍ଦଙ୍କ ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ପୋଲିସ ତାଙ୍କ ପାଖରେ ପହଞ୍ଚତ୍ ଥିବା ଜଣାପଡିଛି। ଏହା ଜଣାପଡିବା ପରେ ଏହି ହତ୍ୟା ଘଟଣାରେ ପୋଲିସର ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଗତ ୧୨ ତାରିଖରେ ମମିତାଙ୍କ ପରିବାର ତରଫରୁ ସିନ୍ଧେକେଲା ଥାନାରେ ଅପହରଣ ନେଇ ଅଭିଯୋଗ କରାଯାଇଥିଲା। ୧୪ ତାରିଖ ସିନ୍ଧେକେଲା ପୋଲିସ ଗୋବିନ୍ଦ ସାହୁଙ୍କୁ ମହାଲିଙ୍ଗ ଗଁାରୁ ଉଠାଇ ଆଣିଥିଲା। ସିନ୍ଧେକେଲା ଥାନାରେ ତିନିଦିନ ରଖିବା ପରେ ଗତ ୧୭ ତାରିଖରେ ପଚରାଉଚରା କରିବା ପାଇଁ ଟିଟିଲାଗଡ ଥାନା ପଛପଟ ବାରାକ୍‌କୁ ଗୋବିନ୍ଦଙ୍କୁ ଅଣାଯାଇଥିଲା। ସେଦିନ ରାତି ପ୍ରାୟ ୯ଟାରେ ଗୋବିନ୍ଦ ନାଟକୀୟ ଘଟଣାକ୍ରମରେ ବାରାକ୍‌ରୁ ଖସିଯାଇଥିଲେ। ବାରାକ୍‌ରେ ଥିବାବେଳେ ଗୋବିନ୍ଦ ତାଙ୍କ ମୋବାଇଲ ଫୋନ୍‌ ଧରିଥିଲେ କି ନା ତାହା ସ୍ପଷ୍ଟ ହୋଇନାହଁି। ରାତି ପ୍ରାୟ ୯ଟାରେ ଟିଟିଲାଗଡ ମଧ୍ୟସ୍ଥଳରେ ଥିବା ଥାନାପଛ ପଟ

ପୋଲିସ ବାରାକ୍‌ରୁ ସେ ଫେରାର ଘଟଣାକୁ ଏଯାଏ ଲୋକେ ବିଶ୍ୱାସ କରୁନାହାନ୍ତି। ସେଠାରୁ ପ୍ରାୟ ୩୦ କିଲୋମିଟର ଦୂର ବୁଢ଼ୀପଦର ସ୍ଥିତ ତାଙ୍କ ଜଣେ ଭଉଣୀ ଘରେ ଗୋବିନ୍ଦ ପହଞ୍ଚତ୍ ଏକ ଆଖୁ କିଆରିରେ ଦୁଇ ରାତି ରହିଥିଲେ। ମୋବାଇଲ ଟ୍ରାକିଂରୁ ଗତ ୧୯ ତାରିଖ ଅପରାହ୍ନରେ ଗୋବିନ୍ଦଙ୍କୁ ବୁଢ଼ୀପଦର ଗଁାର ଏକ ଆଖୁ କିଆରିରୁ ଧରାଗଲା ବୋଲି ଜଣାପଡିବା ପରେ ପୋଲିସର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠିଥିଲା। ମୋବାଇଲ ଟ୍ରାକିଂରୁ ଧରାପଡିବା ଜଣାପଡିବା ପରେ ଗୋବିନ୍ଦଙ୍କୁ କିଏ ମୋବାଇଲ ଦେଇଥିଲା ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ପୂର୍ବରୁ ପୋଲିସ କହିଥିଲା ଯେ ଗୋବିନ୍ଦଙ୍କ ମୋବାଇଲକୁ ଜବତ କରିଥିଲା। ଜବତ ସତ୍ତ୍ୱେ ଗୋବିନ୍ଦଙ୍କୁ କିଏ ମୋବାଇଲ ଦେଲା ଓ ସେ ଉକ୍ତ ମୋବାଇଲରେ କାହା ସହ କଥା ହୋଇଥିଲେ ସେ ସମ୍ପର୍କରେ ପୋଲିସ କିଛି ବି ସୂଚନା ଦେଉନାହିଁ। ଯଦି ପୋଲିସ କର୍ମଚାରୀମାନେ ତାଙ୍କୁ ଫେରାର କରିବାରେ ସହାୟତା କରିଥିଲେ ତେବେ ଫେରାର ଅବଧିରେ ସେ କ’ଣ କରିଛନ୍ତି ତାହାର ତଦନ୍ତ ହୋଇଛି କି ନା ଜଣାପଡିନାହିଁ। ଏଦିଗକୁ ଅଧିକ ତଦନ୍ତ କରାଗଲେ ଅନେକ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri