ରାଜ୍ୟରେ ୭୫୯ ଜଳ ଯୋଗାଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ

ଯାଜପୁର ଅଫିସ,୧୪ା୨: ଜାନୁୟାରୀ ୨୦୨୧ ସୁଦ୍ଧା ରାଜ୍ୟରେ ୭୫୯ ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ୩୨ଟି ଡିଭିଜନରେ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି । ସେଥିମଧ୍ୟରୁ ଯାଜପୁର ଡିଭିଜନରେ ସର୍ବାଧିକ ୯୫ ପ୍ରକଳ୍ପ ରହିଛି। ନିର୍ଦ୍ଧାରିତ ଅବଧି (୬ ମାସରୁ ୧ ବର୍ଷ) ଅତିକ୍ରାନ୍ତ ହୋଇ ସାରିଥିଲେ ବି ଉପରୋକ୍ତ ପ୍ରକଳ୍ପ କାମ ସରିନାହିଁ । ଏହାକୁ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିୟମ ଭଙ୍ଗ କରିଥିବା ସମ୍ପୃକ୍ତ ଠିକାଦାରମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବାକୁ ସେ ବିଭାଗୀୟ ସମସ୍ତ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ଚୁକ୍ତି ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ଆଉ କିଛିଦିନ ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବା ସମ୍ଭାବନା ରହିଛି । ଖରା ବଢ଼ିଲେ ଜଳ ସଙ୍କଟ ଦେଖାଦେବ । ଗ୍ରାମାଞ୍ଚଳର ନଦୀ, ପୋଖରୀ, କୂଅ ଓ ନଳକୂପର ଜଳସ୍ତର ହ୍ରାସ ପାଇବ । ଏପରି ପରିସ୍ଥିତିର ମୁକାବିଲା ପାଇଁ ସରକାର ଉପରୋକ୍ତ ପାନୀୟ ଜଳ ପ୍ରକଳ୍ପ କାମ ଜାନୁୟାରୀ ୨୦୨୧ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାମ ଶେଷ ନ ହେବା ବିଭାଗୀୟ ବିଫଳତାକୁ ସ୍ପଷ୍ଟ କରିଛି । ଅନ୍ୟପକ୍ଷେ ଗ୍ରାମାଞ୍ଚଳ ଲୋକଙ୍କୁ ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିବ ବୋଲି ଆଶଙ୍କା କରାଯାଉଛି । ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀମାନେ ନିଜ ପ୍ରତିଶ୍ରୁତି ପାଳନ କରୁ ନ ଥିବାରୁ ସାଧାରଣ ଲୋକଙ୍କ ପାଖରେ ରାଜ୍ୟ ସରକାର ଅପଦସ୍ଥ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଭୂତଳ ଜଳ ପୁନଃଭରଣ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ସ୍ବାଭାବିକ ଜଳସ୍ତର ନିମ୍ନଗାମୀ ହୋଇଥାଏ। ଫଳରେ ନଳକୂପଗୁଡ଼ିକରୁ ଲୋକଙ୍କ ଚାହିଦା ମୁତାବକ ପାଣି ମିଳି ନ ଥାଏ। ଏଥିପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳ ଲୋକେ କିପରି ପାଇପ୍‌ ଯୋଗେ ପାନୀୟ ଜଳ ପାଇପାରିବେ, ସେ ନେଇ ରାଜ୍ୟ ସରକାର ପିଡବ୍ଲ୍ୟୁଏସ୍‌ କାର୍ଯ୍ୟକାରୀ କରିଛନ୍ତି। ଗତ ୨ ବର୍ଷ ହେଲା ଏଥିପାଇଁ ଗୁରୁତ୍ୱାରୋପ କରାଯାଇଛି ା ପ୍ରତି ଆରଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନରେ ବସୁଧା, ଜଳ ଜୀବନ ମିଶନ (ଜେଜେଏମ୍‌) ଓ ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଆର୍‌ଆଇଡିଏଫ୍‌) ଯୋଜନାରେ ଶତାଧିକ ପିଡବ୍ଲ୍ୟୁଏସ୍‌ କାର୍ଯ୍ୟକାରୀ ହେଉଛି। ପିଡବ୍ଲ୍ୟୁଏସ୍‌ ପିଛା ପ୍ରାୟ ୫୦ ଲକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ଓ ଠିକାଦାରଙ୍କ ଅବହେଳା ସହ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହି କ୍ରମରେ ଅନୁଗୋଳ ଡିଭିଜନରେ ୧୬, ଆଠଗଡରେ ୪, ବାଲେଶ୍ୱରରେ ୫୨, ବରଗଡ଼ରେ ୪୭, ବାରିପଦାରେ ୨୧, ବ୍ରହ୍ମପୁରରେ ୨୨, ଭଦ୍ରକରେ ୪୫, ଭଞ୍ଜନଗରରେ ୧୯, ଭୁବନେଶ୍ୱରରେ ୧୭, ବଲାଙ୍ଗୀରରେ ୬୦, ବୌଦ୍ଧରେ ୧, କଟକରେ ୨୭, ଦେବଗଡ଼ରେ ୧, ଢେଙ୍କାନାଳରେ ୧୩, ଗଜପତିରେ ୩, ଜଗତ୍‌ସିଂହପୁରରେ ୭, ଯାଜପୁରରେ ୯୫, କଳାହାଣ୍ଡିରେ ୫୦, ଫୁଲବାଣୀରେ ୪୮, କେନ୍ଦ୍ରାପଡ଼ାରେ ୩୭, କୋରାପୁଟରେ ୭, ମାଲକାନଗିରିରେ ୨, ନବରଙ୍ଗପୁରରେ ୩, ନୟାଗଡ଼ରେ ୫୦, ନୂଆପଡ଼ାରେ ୭, ପୁରୀରେ ୨୧, ରାଇରଙ୍ଗପୁରରେ ୯, ରାୟଗଡ଼ାରେ ୧୩, ରାଉରକେଲାରେ ୨୬, ସମ୍ବଲପୁରରେ ୧୦, ସୁବର୍ଣ୍ଣପୁରରେ ୨୩ ଓ ସୁନ୍ଦରଗଡ଼ ଡିଭିଜନରେ ୩ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି।

ଏହାବାଦ୍‌ ପୂର୍ବରୁ ନିର୍ମାଣ ହୋଇଥିବା ଅଧିକାଂଶ ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ଚାହିଦା ପୂରଣ କରିପାରୁ ନାହିଁ ା ପ୍ରାୟ ୮୦% ସୌରଚାଳିତ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। କେତେକ ସ୍ଥାନରେ ପ୍ରକଳ୍ପ ଅଚଳ ରହୁଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ସରକାରଙ୍କୁ ଭୁଲ ରିପୋର୍ଟ ଦେଇ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡୀୟ ନିର୍ବାହୀଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ରିସିଭ ନ କରିବାରୁ ତାଙ୍କ ମତାମତ ମିଳିପାରି ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri