ସରକାରୀ ସ୍କୁଲରେ ୩୫୮ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର, ୧୬।୬ (ସ୍ବ.ପ୍ର.) – ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତି ଭୂମିର ବିକାଶ କରି ପାଠ ପଢିବାର ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ା
କିନ୍ତୁ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ତତ୍ପରତା ଦେଖାଉ ନ ଥିବାରୁ ପାଠପଢା ବ୍ୟାହତ ହେଉଛି। ଜିଲାରେ ୩୫୮ ଶିକ୍ଷକ ପଦବୀ ଖାଲି ପଡିଛି। ଗତ ଡିସେମ୍ବର ୧୬ ତାରିଖରେ କେନ୍ଦୁଝର ଜିଲାରେ ୩୪୦ ଜଣ ଶିକ୍ଷୟିତ୍ରୀଶିକ୍ଷକ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି କରିଛନ୍ତି। ଆଉ କିଛି ଦିନ ପରେ ଅର୍ଥାତ ଜୁନ ୧୭ ତାରିଖରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିଲେ ହେଁ ଶିକ୍ଷକ ସମସ୍ୟାକୁ ନେଇ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ପାଇଁ ଚିନ୍ତା ବଢାଇଦେଇଛି। ଏଣୁ ଆଗ୍ରହ ଥିଲେ ମଧ୍ୟ ବହୁ ମେଧାବୀ ଛାତ୍ରୀଛାତ୍ର ଘରୋଇ ବିଦ୍ୟାଳୟ ମୁହଁା ହେବାକୁ ବାଧ୍ୟ ହେଉଛନ୍ତି ା
ମାନ ବୃଦ୍ଧି କରିବା ପାଇଁ ଉନ୍ନତ ପରିବେଶର ଆବଶ୍ୟକତା ରହିଛି। ଏଥିପାଇଁ ଭିତ୍ତିଭୂମୀର ବିକାଶକୁ ସମସ୍ତେ ସ୍ବାଗତ କରୁଛନ୍ତି। କିନ୍ତୁ ଶିକ୍ଷକ ପଦବୀ ପୂରଣ ନ କରି ଶିକ୍ଷାର ବିକାଶ ଚିନ୍ତା କରିବା କେତେଦୂର ଯର୍ଥାଥ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ସାମ୍ପ୍ରତିକ ପରିସ୍ଥିତିରେ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ନେଇ ବହୁ ପୂର୍ବତନ ଶିକ୍ଷକ ତଥା ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଶିକ୍ଷାର ମାନ କମିବାକୁ ଲାଗିଥିବା ବେଳେ ପାଠ ପଢାଇବାକୁ ଅଭିଭାବକ ମାନେ ମୁହଁ ଫେରାଉଛନ୍ତି। ଜିଲାରେ ଥିବା ୨୦୮ ସରକାରୀ ବିଦ୍ୟାଳୟରେ ଏବେ ୩୫୮ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ଖାଲି ରହିଥିବାବେଳେ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ସ୍ବାଭାବିକ ଭାବେ ସଂଶୟ ସୃଷ୍ଟି ହୋଇଛି। ସାଧାରଣରେ ଅଭିଯୋଗ ହୁଏ ଯେ, ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକମାନେ ବିଜ୍ଞାନ ପଢ଼ାଉଥିବାବେଳେ କ୍ରୀଡ଼ା ଶିକ୍ଷକମାନେ ଇତିହାସ, ଭୂଗୋଳ, ଗଣିତ,ହିନ୍ଦୀ ପଢ଼ାଉଛନ୍ତିି ା ଗତ ମାସ ଶେଷ ସୁଦ୍ଧା ଜିଲାରେ ଖାଲିଥିବା ୩୫୮ ଶିକ୍ଷକ/ଶିକ୍ଷୟିତ୍ରୀ ପଦବୀ ମଧ୍ୟରୁ ୪୮ ବିଜ୍ଞାନ(ପିସିଏମ) ଶିକ୍ଷକ, ୩୪ ବିଜ୍ଞାନ (ସିବିଜେଡ) ଶିକ୍ଷକ ,୨୩ କଳା ଶିକ୍ଷକ, ୩୫ ତାଲିମପ୍ରାପ୍ତ ମାଟ୍ରିକ ଏବଂ ଆଇଏ/ଆଏସସି ,୧୭ ତାଲିମପ୍ରାପ୍ତ ମାଟ୍ରିକ, ୩୪ ସଂସ୍କୃତ ଶିକ୍ଷକ, ୭୩ ହିନ୍ଦୀ ଶିକ୍ଷକ, ୪୯ ଖେଳ ଶିକ୍ଷକ ପଦବୀ ଖାଲି ପଡିଛି। ଜିଲାରେ ୬୨ ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଏଣୁ ତୁରନ୍ତ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଦାବି ହୋଇଛି। ଏନେଇ ଜିଲା ଶିକ୍ଷାଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି ଯେ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବ। ଜିଲାରେ ମୋଟ ୧୭୪୮ଜଣ ମଞ୍ଜୁରୀପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୧୩୯୦ ଜଣ ଶିକ୍ଷକ ଥିବାବେଳେ ୩୫୮ଶିକ୍ଷକ ପଦବୀ ଖାଲି ପଡିଛି। ସେହିପରି ମଞ୍ଜୁରୀପ୍ରାପ୍ତ ୨୦୨ଟି କିରାଣୀ ପଦବୀରୁ ୯୫ ଜଣ କାମ କରୁଥିବାବେଳେ ୧୦୭ ପଦବୀ ଖାଲିପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri