ମଣିଷଠୁ ୨.୫ ନିୟୁତ ଗୁଣ ଅଧିକ ପିମ୍ପୁଡ଼ି ସଂଖ୍ୟା

ହଂକଂ,୨୨।୯: ଜୀବଜଗତର ପରିଶ୍ରମୀ କୀଟ କହିଲେ ପିମ୍ପୁଡିକୁ ବୁଝାଏ। ଘର, ଗଛ, ମାଟିତଳ ହେଉ ଅବା ଗାତ ପ୍ରତ୍ୟେକ ସ୍ଥାନରେ ଏମାନେ ଦେଖାଯାଆନ୍ତି। ବିଶେଷ କରି ସ୍ଥଳ ଭାଗ ଏମାନଙ୍କ ପାଇଁ ବାସୋପଯୋଗୀ। ପିମ୍ପୁଡ଼ିଙ୍କ ପରିମାଣ ଅନ୍ୟ କୀଟପତଙ୍ଗ ତୁଳନାରେ କାହିଁ କେତେଗୁଣରେ ଅଧିକ। ବିଶ୍ୱରେ ପାଖାପାଖି ୧୨ ନିୟୁତ ଟନ୍‌ ଓଜନର ପିମ୍ପୁଡ଼ି ରହିଥିବା ବିଶେଷଜ୍ଞମାନେ କହିଛନ୍ତି। ସେହିପରି ପିମ୍ପୁଡ଼ିଙ୍କ ସଂଖ୍ୟା ମଣିଷ ସଂଖ୍ୟାର ୨.୫ ନିୟୁତ ଗୁଣ ଅଧିକ। ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ହଂକଂର ଗବେଷକମାନେ ପିମ୍ପୁଡ଼ିଙ୍କ ଉପରେ ଅଧ୍ୟୟନ କରୁଥିବାବେଳେ ପୃଥିବୀରେ ୨୦,୦୦୦,୦୦୦,୦୦୦,୦୦୦,୦୦୦ ତଥା ୨୦ କ୍ୱାଡ୍ରିଲିୟନ୍‌ ପିମ୍ପୁଡ଼ି ଥିବା କହିଛନ୍ତି। ପିମ୍ପୁଡ଼ିଙ୍କ ଗଣନା ପାଇଁ ଗବେଷକଙ୍କ ଦ୍ୱାରା ମୋଟ ୪୮୯ଟି ଷ୍ଟଡି କରାଯାଇଥିବା କୁହାଯାଇଛି। ପିମ୍ପୁଡ଼ିଙ୍କ ଅବସ୍ଥିତିକୁ ନେଇ ଏକ ରିପୋର୍ଟ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସରେ ପ୍ରକାଶ ପାଇଛି। ପୃଥିବୀର ପ୍ରତ୍ୟେକ ସ୍ଥାନରେ ପିମ୍ପୁଡ଼ିମାନେ ବାଣ୍ଟି ହୋଇ ରହିଛନ୍ତି। ପକ୍ଷୀ, ପଶୁ ଓ ମନୁଷ୍ୟଙ୍କୁ ଏକତ୍ର ଓଜନ କରାଗଲେ ସେମାନଙ୍କ ଓଜନ ୨ ମିଲିୟନ ଅର୍ଥାତ୍‌ ୨୦ ଲକ୍ଷ ଟନ୍‌ ହେବ। ମାଟି ଖୋଳୁଥିବା ପିମ୍ପୁଡ଼ିର ପରିମାଣ ଅନ୍ୟ ପିମ୍ପୁଡ଼ି ପ୍ରଜାତି ତୁଳନାରେ ବହୁଗୁଣା । ଜୈବ ବିବିଧତାରେ ପିମ୍ପୁଡ଼ିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ହଂକଂର ବାୟୋଲୋଜିକାଲ ସାଇନ୍ସ ୟୁନିଭର୍ସିଟି ବିଶେଷଜ୍ଞ ମାର୍କ ଓ୍ବଙ୍ଗ୍‌ କହିଛନ୍ତି।
୧୦୦ ମିଲିୟନ୍‌ ବର୍ଷ ପୂର୍ବରୁ ପିମ୍ପୁଡ଼ିମାନେ ପୃଥିବୀରେ ରହିଆସୁଛନ୍ତି। ବିଶ୍ୱରେ ମୋଟ ୧୨ ହଜାର ପ୍ରଜାତିର ପିମ୍ପୁଡ଼ି ରହିଥିବା ବିଶେଷଜ୍ଞ କହିଛନ୍ତି। ହାରଭାର୍ଡ ଫରେଷ୍ଟ ମୁତାବକ ମାଟିରେ ଜଳବାୟୁ ପରିମାଣରେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ପିମ୍ପୁଡ଼ିମାନେ ବଡ଼ ମାଧ୍ୟମ। ଏହାଦ୍ୱାରା ମାଟିରେ ଥିବା ପାଣି ଓ ଅମ୍ଳଜାନ ଚେର ଦେଇ ଗଛକୁ ଯାଇଥାଏ। ମାଟିତଳେ ରହୁଥିବା ପିମ୍ପୁଡ଼ିମାନେ ବିଭିନ୍ନ ପ୍ରକାର ଫଳ ବା ମଞ୍ଜିକୁ ନେଇ ମାଟି ତଳେ ରଖିବା ଦ୍ୱାରା ମଞ୍ଜିରୁ ଗଜା ବାହାରିବା ପ୍ରକ୍ରିୟା ସହଜ ହୋଇଥାଏ। ପିମ୍ପୁଡ଼ିମାନେ ବହୁ ପ୍ରକାରର ଖାଦ୍ୟ ଖାଇବା ଫଳରେ ଏହା ଅନ୍ୟ ଜୀବଙ୍କୁ ମଧ୍ୟ ଖାଦ୍ୟ ଯୋଗାଇବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri