ମନସ୍ତାତ୍ତ୍ୱିକ ବିବର୍ତ୍ତନର ସିଦ୍ଧାନ୍ତ

ଦେବଦତ୍ତ ପଟ୍ଟନାୟକ

 

ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ଯେ, ଜୈନଧର୍ମ ସେମାନଙ୍କ ଧର୍ମର ଏକ ଶାଖା। ହିନ୍ଦୁମାନେ ବହୁ ସମୟରେ ଏହି ଦୁଇ ଧର୍ମକୁ ଏକାଠି କରିବାକୁ ସନାତନ ଧର୍ମ ଭଳି ଖଣ୍ଡବାକ୍ୟ ବି ବ୍ୟବହାର କରିଥାନ୍ତି। ଏହା ନିଃସନ୍ଦେହ ଯେ, ଜୈନ ଓ ହିନ୍ଦୁଧର୍ମ ମଧ୍ୟରେ ଅନେକ ବିଷୟରେ ସମାନତା ଅଛି। କିନ୍ତୁ ଏହି ଦୁଇ ଧର୍ମ ମଧ୍ୟରେ ବି ଅନେକ ବିଷୟରେ ପ୍ରଭେଦ ରହିଛି, ଯାହା ସେମାନଙ୍କୁ ପୃଥକ୍‌ କରିଛି। ହିନ୍ଦୁଧର୍ମ ଶାସ୍ତ୍ରଗୁଡ଼ିକରେ ଉଲ୍ଲିଖିତ ଧର୍ମୀୟ ବିଚାରକୁ ଯେଭଳି ବୁଝାଯାଇଛି ତାହାକୁ ଜୈନମାନେ ଗ୍ରହଣ କରନ୍ତି ନାହିଁ। ଜୈନ ବିଚାରରେ ଧର୍ମ ହେଉଛି ବିଭିନ୍ନ ବିଷୟର ଏକ ସମାୟୋଜିତ ପଦ୍ଧତି, ଯାହା ଏକ ଅଭିଯାନକୁ ସୂଚିତ କରେ ଓ ତାହାକୁ ଦ୍ରବ୍ୟ କୁହାଯାଏ। ଦ୍ରବ୍ୟ ହେଉଛି ବ୍ରହ୍ମାଣ୍ଡର ପ୍ରମୁଖ ମୌଳିକ ସଞ୍ଚାଳନକାରୀ ସିଦ୍ଧାନ୍ତ। କିନ୍ତୁ ଅପରପକ୍ଷରେ ହିନ୍ଦୁଧର୍ମରେ ଥିବା ବ୍ୟବସ୍ଥିତ ସିଦ୍ଧାନ୍ତ ଅନୁଯାୟୀ, ଧର୍ମ ହେଉଛି ଏକ ସଂସ୍କୃତିଗତ ମୂଲ୍ୟବୋଧ। ଏହା ବର୍ଣ୍ଣ(ବଂଶାନୁଗତ ବୃତ୍ତି) ଓ ଆଶ୍ରମ(ଜୀବନର ଅବସ୍ଥା) ଧାରଣ କରି ସମାଜରେ କେବଳ ନିଜେ ବଞ୍ଚି ରହିବା ଭଳି ସ୍ବାର୍ଥବାଦୀ ମନୋଭାବକୁ ଆୟତ୍ତ କରିବା ପାଇଁ ମଣିଷର ଦକ୍ଷତାକୁ ସୂଚିତ କରେ। ଉଭୟ ଜୈନ ଓ ହିନ୍ଦୁମାନେ ପୁନର୍ଜନ୍ମରେ ବିଶ୍ୱାସ କରନ୍ତି। ଉଭୟ ଧର୍ମର ଲୋକେ ମଧ୍ୟ ବିଶ୍ୱାସ କରନ୍ତି ଯେ, ବ୍ରହ୍ମାଣ୍ଡର ପ୍ରତ୍ୟେକ ଜୀବଙ୍କ ମଧ୍ୟରେ ଆମତ୍ା ଅଛି। ତେବେ ଜୈନମାନେ ଭଗବାନ ଶିବ କିମ୍ବା ବିଷ୍ଣୁଙ୍କ ଭଳି ପରମାମତ୍ା ବିଚାରଧାରାରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ପବିତ୍ର ତଥା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଭାବେ ତୀର୍ଥଙ୍କରଙ୍କୁ ବିଶ୍ୱାସ କରନ୍ତି, ଯିଏ ସମୟକ୍ରମେ ଆବିର୍ଭାବ ହୋଇ ଦିବ୍ୟ ବା ସନାତନ ଜୈନ ସିଦ୍ଧାନ୍ତର ସନ୍ଧାନ କରନ୍ତି ଓ ଏହାକୁ ପ୍ରଚାର କରିଥାନ୍ତି।
ଏହି ଯୁଗର ପ୍ରଥମ ତୀର୍ଥଙ୍କର ହେଉଛନ୍ତି ଋଷଭନାଥ। ଅନେକ ହିନ୍ଦୁ ଶିବଙ୍କ ସହ ଋଷଭନାଥଙ୍କୁ ସମାନ ବୋଲି ବିଚାର କରିଥାନ୍ତି, କାରଣ ଋଷଭଙ୍କ ପ୍ରତୀକ ହେଉଛି ଷଣ୍ଢ। ବହୁ ଜୈନଧର୍ମାବଲମ୍ବୀ ବିଶ୍ୱାସ କରନ୍ତି , ହରପ୍ପା ସଭ୍ୟତାରେ ଥିବା ଷଣ୍ଢର ମୋହର ସେ ସମୟରେ ସେଠାରେ ଜୈନମାନେ ଥିବା ପ୍ରମାଣ ଦିଏ। କିନ୍ତୁ ଋଷଭନାଥ ଓ ଶିବଙ୍କ ମଧ୍ୟରେ ଏକ ପାର୍ଥକ୍ୟ ରହିଛି। ତପସ୍ବୀ ଶିବ ଗୃହସ୍ଥ ଜୀବନ ପାଇଁ ପାର୍ବତୀଙ୍କୁ ବିବାହ କରିଥିଲେ। କିନ୍ତୁ ଋଷଭନାଥ ଜଣେ ସନ୍ନ୍ୟାସୀ ହେବା ଲାଗି ବିବାହ ଓ ବିଷୟାସକ୍ତ ଜୀବନକୁ ତ୍ୟାଗ କରିଥିଲେ। ଅନେକ ବର୍ଷଧରି ଜଣେ ରାଜା ଭାବେ ସେ ଶାସନ କରିଛନ୍ତି। କିନ୍ତୁ ପରେ ଋଷଭନାଥ ଇନ୍ଦ୍ରଲୋକରେ ଜଣେ ଅପ୍‌ସରାଙ୍କ ମୃତ୍ୟୁ ହେବା ଏବଂ ଇନ୍ଦ୍ର ତାଙ୍କ ମାୟା ଶକ୍ତି ବଳରେ ପୁନର୍ବାର ତାଙ୍କୁ ନଚାଇବା ଦେଖି ଜଣେ ସନ୍ନ୍ୟାସୀ ହେବାକୁ ଚାହଁଥିଲେ ଓ ତାହା ହୋଇ ଶେଷରେ ଜଣେ ତୀର୍ଥଙ୍କର ପାଲଟିଯାଇଥିଲେ। ତାଙ୍କ ପୁତ୍ର ଏବଂ ଉତ୍ତରାଧିକାରୀ ଥିଲେ ଭରତ, ଯିଏ କି ଜଣେ ବିଶ୍ୱ ବିଜୟୀ ସମ୍ରାଟ ହୋଇଥିଲେ। ଏହି ସମ୍ରାଟ ଭରତଙ୍କ ନାମାନୁସାରେ ଦେଶର ନାମ ଭାରତ ହୋଇଛି। କିନ୍ତୁ ହିନ୍ଦୁମାନେ କହନ୍ତି ଯେ, ଦେଶର ନାମକରଣ ଶକୁନ୍ତଳାଙ୍କ ପୁତ୍ର ଭରତଙ୍କ ନାମାନୁସାରେ ହୋଇଛି। ଋଷଭ ତାଙ୍କ ଝିଅ ସୁନ୍ଦରୀକୁ ଗଣିତ ପଢ଼ାଇଥିଲେ ଏବଂ ଅନ୍ୟ ଜଣେ ଝିଅ ବ୍ରାହ୍ମୀଙ୍କୁ ଲେଖା ଶିଖାଇଥିଲେ। ସେଥିପାଇଁ ଭାରତର ପୁରାତନ ଲିପି ନାମ ବ୍ରାହ୍ମୀ।
ହିନ୍ଦୁମାନଙ୍କ ଭଳି ଜୈନମାନଙ୍କର ରାମାୟଣ ଓ ମହାଭାରତ ଅଛି। କିନ୍ତୁ ଏଥିରେ ବିରାଟ ପ୍ରଭେଦ ରହିଛି। ଜୈନ ରାମାୟଣରେ ଶ୍ରୀରାମଙ୍କୁ ଭିନ୍ନ ଭାବେ ଉପସ୍ଥାପନ କରାଯାଇଛି। ରାମ ସେଥିରେ ପୌମା ବା ପଦ୍ମ ଭାବେ ଜଣାଶୁଣା। ସେହି ରାମାୟଣରେ ରାବଣଙ୍କୁ ଲକ୍ଷ୍ମଣ ବଧ କରିଥିବା ଉଲ୍ଲେଖ କରାଯାଇଛି। ଏଥିରେ ରାମଙ୍କୁ ଜଣେ ଅହିଂସକ ଚରିତ୍ର ଭାବେ ଦର୍ଶାଯାଇଛି, ଯାହା ଜୈନଧର୍ମର ଉଚ୍ଚତମ ମୂଲ୍ୟବୋଧକୁ ବଜାୟ ରଖିଛି। ଏଣୁ ରାମ ମୋକ୍ଷ (ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି) ଏବଂ କେବଳଜ୍ଞ (ସର୍ବଜ୍ଞ) ପ୍ରାପ୍ତି କରିଥିବାବେଳେ ଲକ୍ଷ୍ମଣ ଓ ରାବଣ ନର୍କ ପଥର ଯାତ୍ରୀ ହୋଇ ସେଠାରେ କିଛି ଦିନ ଜୀବନ ବିତାଇବା ପରେ ମୋକ୍ଷ ଲାଭ କରିଛନ୍ତି।
ଜୈନ ମହାଭାରତ ହରିବଂଶ ଭାବେ ଖ୍ୟାତ। ଏଥିରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ନୁହେଁ, ବରଂ କୃଷ୍ଣ -ଜରାସନ୍ଧ ମଧ୍ୟରେ ଯୁଦ୍ଧ କଥା ଉଲ୍ଲେଖ କରାଯାଇଛି। ସେଥିରେ ଉଗ୍ର ସ୍ବଭାବୀ ଲକ୍ଷ୍ମଣଙ୍କ ଭଳି କୃଷ୍ଣଙ୍କୁ ଦର୍ଶାଯାଇଛି। ଏଣୁ କୃଷ୍ଣ ତତ୍‌କ୍ଷଣାତ ମୋକ୍ଷ ଲାଭ ନ କରି ପରବର୍ତ୍ତୀ ଜୀବନରେ ଏହା ପାଇଛନ୍ତି। ଆମକୁ କୁହାଯାଇଛି ଯେ, କୃଷ୍ଣଙ୍କ ସମ୍ପର୍କୀୟ ଭାଇ ନେମୀ ମାଂସ ପାଇଁ ଅଣାଯାଉଥିବା ପ୍ରାଣୀଙ୍କ କ୍ରନ୍ଦନ ଶୁଣି ବିବାହ କରିବାକୁ ମନା କରିଦେଇଥିଲେ। ହେଲେ ସେ ଏହି ଯୁଗରେ ଆଉ ଜଣେ ତୀର୍ଥଙ୍କର ହୋଇପାରିଛନ୍ତି। ଜୈନଶାସ୍ତ୍ର ଅନୁଯାୟୀ, ୯ ଜଣ ବାସୁଦେବଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ଲକ୍ଷ୍ମଣ ଓ କୃଷ୍ଣ। ସେମାନେ ପ୍ରତି ଯୁଗରେ ସେମାନଙ୍କ ଭାଇ ରାମ ଓ ବଳରାମ (ବଳଦେବ ବା ବଳଭଦ୍ର)ଙ୍କ ସହ ରହି ରାବଣ ଓ ଜରାସନ୍ଧଙ୍କ ସହ ଯୁଦ୍ଧ କରିଛନ୍ତି।
ଜୈନମାନେ ବିଶ୍ୱାସ କରନ୍ତି , କୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କ ନାକକୁ କଂସ କାଟି ବିକୃତ କରିଥିଲେ। ଏଣୁ ସେ ବିବାହ କରିପାରି ନ ଥିଲେ ଓ ଜଣେ ଜୈନ ସନ୍ନ୍ୟାସିନୀ ପାଲଟିଯାଇଥିଲେ। ଜଙ୍ଗଲରେ ଥିବା ଜନଜାତିର ଲୋକେ ଭାବନ୍ତି ଯେ, ସେ ହେଉଛନ୍ତି ଦେବୀ। ଉପବାସ ବ୍ରତର ଶପଥ ନେଇଥିବାରୁ ଦେବୀ ଫଳମୂଳ ଓ ପରିବା ନ ଖାଇ ସେସବୁ ସେମାନଙ୍କୁ ଦେଇଦିଅନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି। କୁହାଯାଇଛି ଯେ, ଆଦିବାସୀମାନେ ଫେରିବାବେଳେ ଦେବୀ ରହିଥିବା ସ୍ଥାନରେ ରକ୍ତ ଦେଖି ତାଙ୍କୁ ବାଘ ଖାଇଦେଇଥିବା ମନେକରିଛନ୍ତି। ଏହାସହ ଦେବୀ ଫଳ ଖାଉ ନ ଥିବାରୁ ସେ ରକ୍ତ ଚାହାନ୍ତି ବୋଲି ସେମାନେ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଜୈନ ବିଶ୍ୱାସ ଅନୁଯାୟୀ ଏହା ହିଁ ହେଉଛି ଗ୍ରାମଦେବୀଙ୍କୁ ରକ୍ତ ସମର୍ପଣ କରିବାର ମୂଳ ଉତ୍ସ।
ଅନେକ ପୁରୁଣା ତାମିଲ ମହାକାବ୍ୟଗୁଡ଼ିକରେ ଜୈନ ଧର୍ମର ସ୍ରଷ୍ଟା ଓ ଚରିତ୍ର ବିଷୟ ଉଲ୍ଲେଖ କରାଯାଇଛି। ଏହା ଅନୁମାନ କରାଯାଏ ଯେ, ତାମିଲ ପରମ୍ପରାରେ ଦେଖିବାକୁ ମିଳୁଥିବା ୬୩ ନାୟାନାର ବା ଶିବ ଉପାସକମାନେ ଜୈନଶାସ୍ତ୍ରରେ ରହିଥିବା ୬୩ ମହାପୁରୁଷଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ଜୈନ ମହାପୁରୁଷଙ୍କ ମଧ୍ୟରେ ଅଛନ୍ତି ୨୪ ତୀର୍ଥଙ୍କର, ୧୨ ଚକ୍ରବର୍ତ୍ତୀ ଏବଂ ୯ ବାସୁଦେବ, ୯ ବଳଦେବ ଏବଂ ୯ ପ୍ରତିବାସୁଦେବ।
ହିନ୍ଦୁ ଧର୍ମ ରୂପୀ ବୃକ୍ଷର ଜୈନଧର୍ମ ଏକ ଶାଖା କି ନାହିଁ କିମ୍ବା ସନାତନ ଧର୍ମ ରୂପକ ଜଙ୍ଗଲରେ ଏକ ବୃକ୍ଷ ଭାବେ ରହିବାର ଏହାର ନିଜସ୍ବ ଅଧିକାର ରହିଛି କି ନାହିଁ ତାହା ଉପରେ ସବୁଦିନ ପାଇଁ ଯୁକ୍ତି ଉଠିପାରେ। କିନ୍ତୁ ଜୈନମାନେ ସରଳରେ ଗୋଟିଏ ଧାଡ଼ିରେ ଅନେକାନ୍ତବାଦ ଦର୍ଶନ ଉପସ୍ଥାପନ କରନ୍ତି। ଏହି ଦର୍ଶନ କହେ, ବିଭିନ୍ନ ଲୋକଙ୍କ ମନସ୍ତାତ୍ତ୍ୱିକ ବିବର୍ତ୍ତନର ସ୍ତର ଅନୁଯାୟୀ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ବିଭିନ୍ନ ସିଦ୍ଧାନ୍ତ ରହିଆସିଛି, ଯାହା ଶାସ୍ତ୍ରଗୁଡ଼ିକରେ ପ୍ରକାଶ ପାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri