Posted inଖେଳ

ଟି୨୦ ମ୍ୟାଚ୍‌ରେ ୬୪ ରନ୍‌ ଦେଇ ସାରିଥିଲି, ତା’ ପରେ ମାହି ଭାଇ ମୋତେ କହିଥିଲେ …

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଭାବକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଦଳରେ ଧୋନୀଙ୍କ ଉପସ୍ଥିତି ପାଇଁ ଦୁହେଁ ଅନେକ ସଫଳତା ହାସଲ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଚହଲ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ କଥା ମନେ ପକାଇଛନ୍ତି। ପ୍ରୋଟିଜ ଦଳ ବିପକ୍ଷରେ କଠିନ ସମୟରେ ଭେଟେରାନ ଉଇକେଟକିପର ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ।

“୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟି୨୦ ମ୍ୟାଚ୍‌ରେ ମୁଁ ୬୪ ରନ୍‌ ଖର୍ଚ୍ଚ କରି ସାରିଥିଲି। ହେନରିଚ୍‌ କ୍ଲାସେନ ଗ୍ରାଉଣ୍ଡର ଚାରି ଆଡ଼େ ଶଟ୍‌ ଖେଳିଥିଲେ। ତା’ ପରେ ମାହି (ଧୋନୀ) ଭାଇ ମୋତେ ପରାମର୍ଶ ଦେଇଥିଲେ, ରାଉଣ୍ଡ ଦି ଉଇକେଟରୁ ବୋଲିଂ କର। ମୁଁ ତାହା ହିଁ କରିଥିଲି। କିନ୍ତୁ ପ୍ରଥମ ବଲରେ କ୍ଲାସେନ ମିଡ୍‌ ଉଇକେଟ ଅଞ୍ଚଳରେ ଏକ ବଡ଼ ଛକା ଲଗାଇଥିଲେ। ତା’ ପରେ ପୁଣି ଥରେ ମୋ ପାଖକୁ ଆସିଥିଲେ ଧୋନୀ ଭାଇ। ମୁଁ ପଚାରିଥିଲି ‘ଏବେ କ’ଣ କରିବା ଉଚିତ ହେବ’? ସେ କହିଥିଲେ, କିଛି ନାହିଁ। ମୁଁ ଏମିତି ଚାଲି ଆସିଛି। ମୋତେ ଜଣାଅଛି, ଏହା ତୁମ ଦିନ ନୁହେଁ। ତୁମେ ସବୁ କିଛି ଉଦ୍ୟମ କରୁଛ ହେଲେ କାମ ଦେଉ ନାହିଁ। ବେଶୀ କିଛି ଚିନ୍ତା କର ନାହିଁ। ତୁମ ୪ ଓଭର ସ୍ପେଲ ଶେଷ କର” ବୋଲି ଚହଲ କହିଛନ୍ତି।

“ସେହି ସମୟରେ ଯଦି କେହି ଚିଲାଇଥାନ୍ତେ, ତେବେ ଆତ୍ମବିଶ୍ୱାସ ହ୍ରାସ ପାଇଥାନ୍ତା। କିନ୍ତୁ ସେ ମୋତେ କହିଥିଲେ, ଗୋଟିଏ ମ୍ୟାଚ୍‌ ଖରାପ ହୋଇଗଲେ କ’ଣ ହେଲା। ସେହି ମ୍ୟାଚ୍‌ରେ ମୁଁ ବୁଝିପାରିଥିଲି ବେଳେବେଳେ କ୍ରିକେଟରେ ତୁମେ ଭଲ କର, ବେଳେବେଳେ ସଫଳତା ମିଳେ ନାହିଁ” ବୋଲି ୩୧ ବର୍ଷୀୟ ଲେଗ୍‌ ସ୍ପିନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri