ବିଧାୟକ କ୍ୱାର୍ଟର୍ସ ସ୍ଥାନାନ୍ତର ଯୋଜନା ନାହିଁ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟ ସରକାର ବିଧାୟକମାନଙ୍କ ଲାଗି ଅତ୍ୟାଧୁନିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ପ୍ରାୟ ୮୭୦ ଗଛ କାଟିବା ଯୋଜନା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୩୫୦ ଗଛ କଟାଯାଇସାରିଛି। ଶହ ଶହ ବର୍ଷ ତଳର ବିରାଟକାୟ ଗଛ କାଟି କ୍ୱାର୍ଟର୍ସ ନିର୍ମାଣ କଥାକୁ ବିଭିନ୍ନ ମହଲରେ ବିରୋଧ ହେବା ପରେ ସେଥିରେ ରୋକ ଲାଗିଛି। ବର୍ତ୍ତମାନ ସେହି ପ୍ରକ୍ରିୟାକୁ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ଏହି ପ୍ରସଙ୍ଗରେ ଏକ ପିଆଇଏଲ୍‌ ଫାଇଲ କରାଯିବା କାରଣରୁ ଏହି କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ତେବେ କାମ ବନ୍ଦ ରହିଥିଲେ ମଧ୍ୟ ଆଗକୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ କ୍ୱାର୍ଟର୍ସ ଅନ୍ୟତ୍ର କରିବା ନେଇ ଏ ପର୍ଯ୍ୟନ୍ତ ଓବିସିସି(ଓଡ଼ିଶା ବ୍ରିଜ କନ୍‌ଷ୍ଟ୍ରକଶନ କର୍ପୋରେଶନ) ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କିଛି ନିଷ୍ପତ୍ତି ହୋଇନାହିଁ। ଏହି ଗଛକଟା ଘଟଣାରେ ଯେଉଁ ପିଆଇଏଲ୍‌ ହୋଇଛି ସରକାରଙ୍କ ତରଫରୁ ତାହାର ଉତ୍ତର କେବଳ ରଖାଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସୋମବାର ଆଉ ଏକ ମାମଲା ରୁଜୁ କରାଯିବ ବୋଲି ସୁଦର୍ଶନ ଦାସ ସୂଚନା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ବଗାୟତ ଜମିରେ କିପରି କ୍ୱାର୍ଟର୍ସ ନିର୍ମାଣ ଲାଗି ଗଛ କଟା ହେଲା ସେନେଇ ମାମଲା କରାଯିବ। ହେଲେ ଜଣେ ବରିଷ୍ଠ ଅଧିକାରୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଜମି, ତେଣୁ ସରକାର ଯାହା ଚାହିଁବେ ତାହା କରିପାରିବେ। ଏହା ଘରବାଡ଼ି ଜମି ବୋଲି ଅଧିକାରୀ ଜଣଙ୍କ ଯୁକ୍ତି ବାଢ଼ିଛନ୍ତି। ସେହିପରି ସୁଦର୍ଶନ କହିଛନ୍ତି, ଟ୍ରି ଆକ୍ଟ ଅନୁସାରେ କେଉଁଠାରେ ଗଛ କାଟିବ ନ କାଟିବ ତା’ର ନିୟମ ରହିଛି। ତେଣୁ ସେ ଦିଗରେ କ’ଣ ନିୟମ ଉଲ୍ଲଂଘନ କରାଯାଇଛି ସେନେଇ ମଧ୍ୟ ମାମଲା କରାଯିବ। ହେଲେ କ୍ୱାର୍ଟର୍ସ ନିର୍ମାଣ ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ କିଛି ଯୋଜନା ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦିଲ୍ଲୀର ମୋତିବାଗ୍‌ ପ୍ଲାନରେ ଏହି କ୍ୱାର୍ଟର୍ସ ନିର୍ମାଣ ହେବ ବୋଲି କହିଛନ୍ତି।
ଏହି ଘଟଣାରେ ଜଙ୍ଗଲ ଓ ପରିବେଶ ବିଭାଗ କ୍ଷେତ୍ର ଅଧିକାରୀ ମହେନ୍ଦ୍ର ନାଏକ କହିଛନ୍ତି, କାମ ଆମେ ବନ୍ଦ କରିଛୁ। ସରକାରୀ ନିର୍ଦ୍ଦେଶ ଆସିଲେ ପୁଣି କଟାଯିବ। ଏ ପର୍ଯ୍ୟନ୍ତ ୩୫୦ ଗଛ କଟା ସରିଛି। ମୋଟ ୮୭୦ ଗଛ କଟାଯିବ। ହେଲେ ପିଆଇଏଲ ଫାଇଲ୍‌ ହେବା ଯୋଗୁ ଏହାକୁ ବନ୍ଦ ରଖାଯାଇଛି। ଅନ୍ୟପଟେ କଟା ସରିଥିବା କାଠ ସେଠାରେ ପଡ଼ି ରହିଛି। ଏହି କାଠ କଟା ହେବାପରେ ସେଠାରେ ହିଁ ବିକ୍ରି ହୁଏ ନଚେତ୍‌ ଡିପୋକୁ ଚାଲିଯାଏ। ମୁଖ୍ୟତଃ ଆମ୍ବ, ବେଲ, ଦେବଦାରୁ, ମାହାଳ, ସଲପ ଓ ନଡ଼ିଆ ଗଛ କଟାଯାଇଛି। ସେସବୁ କାଠରୁ କିଛି ଚୋରି ହୋଇଛି। ବାକି ସବୁ ପଡି ରହିଛି। ତେବେ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏହି ଘଟଣାରେ ମୁହଁ ଖୋଲିବାରୁ ତାଙ୍କର ବଦଳି ହୋଇସାରିଛି। ତେଣୁ ସତ କହିଲେ ଏପରି ହଇରାଣ ହେବାକୁ ପଡ଼ିବ। ତାଙ୍କ ଦାୟିତ୍ୱ ଥିଲା କେବଳ ଗଛ କାଟିବା। ମୁଖ୍ୟତଃ ସାଧାରଣ ପ୍ରଶାସନ ଏବଂ ଓବିସିସି ଏହିସବୁ ଦାୟିତ୍ୱ ତୁଲାଉଛି ବୋଲି ସେ କହିଛନ୍ତି।
ତେବେ ଦାୟିତ୍ୱରେ ଥିବା ଓବିସିସିର ଜଣେ ବରିଷ୍ଠ ଅଧିକାରୀ ଏନେଇ କିଛି ମୁହଁ ଖୋଲି ନାହାନ୍ତି। ତେବେ ଆଗକୁ ସେଠାରେ କ୍ୱାର୍ଟର୍ସ ହେବ ବୋଲି ବିଧାନସଭାର ଜଣେ ଅଧିକାରୀ କହିଛନ୍ତି। ବିଧାନସଭା ଏଏସ୍‌ଓ ଇ. ଚିନା ବାବୁ କହିଛନ୍ତି, ବିଧାୟକମାନଙ୍କ କ୍ୱାର୍ଟର୍ସ ସହିତ ସେଠାରେ ସାଧାରଣ ପ୍ରଶାସନ ବିଭାଗ କ୍ୱାର୍ଟର୍ସ ମଧ୍ୟ ହେବ। ତେଣୁ ବିଧାୟକଙ୍କ କ୍ୱାର୍ଟର୍ସ ଲାଗି ବିଧାନସଭା ଟଙ୍କା ଖର୍ଚ୍ଚ କରିବା ସହ ଜି.ଏ. କ୍ୱାର୍ଟର୍ସ ଟଙ୍କା ସେହି ବିଭାଗ ଖର୍ଚ୍ଚ କରିବ। ତେଣୁ ଆଗକୁ ବୈଠକ ବସିବାର ଅଛି। ବୈଠକ ବସିବା ପରେ କ୍ୱାର୍ଟର୍ସ ନିର୍ମାଣ ନେଇ କ’ଣ ଯୋଜନା କରାଯାଇଛି ସେନେଇ ଜଣାପଡିବ। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୭୫ କୋଟି ଟଙ୍କା ଖର୍ଚ୍ଚ କରି ଓଏମ୍‌ସି କାର୍ଯ୍ୟାଳୟଠାରୁ କମିଶନରେଟ ପୋଲିସ୍‌ କାର୍ଯ୍ୟାଳୟ ମଧ୍ୟରେ ୩୦୦ କ୍ୱାର୍ଟର୍ସ ନିର୍ମାଣ ଲାଗି ଯୋଜନା ରଖିଥିବା ବେଳେ ୨୦୨୪ ସୁଦ୍ଧା ନିର୍ମାଣ ସରିବ ବୋଲି ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri